ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ସମସ୍ୟାର ପ୍ରଥମ ଜନ ଶୁଣାଣି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଗୃହ ନିର୍ମାଣ, ଲେଆଉଟ ପ୍ଲାନ ଅନୁମୋଦନ ସଂପର୍କିତ ସମସ୍ୟାର ସମାଧାନ ନିମନ୍ତେ ପ୍ରଥମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଣିକି ପ୍ରତି ମାସ ପ୍ରଥମ ଶନିବାର ଦିନ ବିଏମ୍ ସି ପକ୍ଷରୁ ଗୃହ ନିର୍ମାଣ, ଲେଆଉଟ୍ ଓ ଅନ୍ୟାନ୍ୟ ପ୍ଲାନିଂ ସଂପର୍କିତ ସମସ୍ୟାର ସମାଧାନ ଏବଂ ସଚେତନତା ପାଇଁ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି କହିଛନ୍ତି ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା ।
ଆଜି ପ୍ରଥମ ଦିନରେ ମୋଟ 4 ଜଣ ଆବେଦନକାରୀ ଆସିଥିଲେ । ସେମାନଙ୍କ ମଧ୍ୟରୁ 3 ଜଣଙ୍କର ସମସ୍ୟା ସଂଗେ ସଂଗେ ସମାଧାନ ହେବା ସହ ଗୃହ ନିର୍ମାଣ ପ୍ଲାନିଂ ନିୟମାନୁଯାୟୀ ଅନୁମୋଦନ ପାଇଁ ପଠାଇ ଦିଆଯାଇଛି । ଅନ୍ୟ ଜଣେ ଆବେଦନକାରୀଙ୍କର କିଛି କାଗଜାତ ଦାଖଲ କରିବା ପରେ ତାଙ୍କ ସମସ୍ୟାର ସମାଧାନ ହେବ ବୋଲି ବିଏମ୍ ସି ପ୍ଲାନିଂ ଉପବିଭାଗ ପକ୍ଷରୁ କୁହାଯାଇଛି ।
ପ୍ଲାନିଂ ପାଇଁ ଆବେଦନ କରିଥିବା ବ୍ୟକ୍ତି ବା ଅନୁଷ୍ଠାନର ଯଦି କୌଣସି ସମସ୍ୟା ଥାଏ କିମ୍ବା କୌଣସି କାରଣରୁ ସେମାନଙ୍କର ପ୍ଲାନ ଅନୁମୋଦନ କରାଯାଇ ନଥାଏ, ତେବେ ସେମାନେ ବିଏମ୍ ସି ମୁଖ୍ୟାଳୟ ପ୍ଲାନିଂ ଉପବିଭାଗରେ ପ୍ରତି ମାସର ପ୍ରଥମ ଶନିବାର ପୂର୍ବାହ୍ନ 11ଟାରୁ 1 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିରରେ ଆବଶ୍ୟକ କାଗଜାତ ସହ ଉପସ୍ଥିତ ରହି ସମସ୍ୟା ସଂପର୍କରେ ଅବଗତ କରାଇପାରିବେ। ନିୟମାବଳୀକୁ ଆଧାର କରି ମାସିକିଆ ଅଭିଯୋଗ ଶୁଣାଣି ଶିବିରରେ ବିଏମସିର ବରିଷ୍ଠ ଅଧିକାରୀ, ପ୍ଲାନିଂ ଉପବିଭାଗର ଅଧିକାରୀ ଉପସ୍ଥିତ ରହି ସମସ୍ୟାର ସମୀକ୍ଷା କରିବେ ଏବଂ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବେ l
ଭୁବନେଶ୍ୱର ମହାନଗର ନିଗମ ଅଂଚଳବାସୀଙ୍କୁ ସହଜରେ ସମସ୍ତ ପ୍ରକାର ସେବା ଯୋଗାଇ ଦେବାକୁ ବିଏମ୍ ସି ପକ୍ଷରୁ ଉଦ୍ୟମ ଜାରି ରହିଛି । ନାଗରିକମାନେ ଗୃହ ନିର୍ମାଣ ନିମନ୍ତେ ପ୍ଲାନିଂ ଅନୁମୋଦନ ପାଇଁ ଯେପରି ସହଜରେ ଏବଂ ଶୀଘ୍ର ଅନୁମୋଦନ ପାଇପାରିବେ, ସେଥିପାଇଁ ପ୍ରୟାସ ଆରମ୍ଭ ହୋଇଛି । ଗୃହ ନିର୍ମାଣ ପ୍ଲାନିଂ ଅନୁମୋଦନ ନିମନ୍ତେ ଆବେଦନ କରିଥିବା ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଏହାର ସୁବିଧା ନେଇପାରିବେ ବୋଲି କହିଛନ୍ତି ବିଏମ୍ ସି କର୍ତ୍ତୃପକ୍ଷ । ବିଏମ୍ ସିର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହା ଦ୍ୱାରା ସାଧାରଣ ଲୋକଙ୍କୁ ଆଉ ପ୍ଲାନିଂ ଅନୁମୋଦନ ପାଇଁ ବାରମ୍ବାର ବିଏମ୍ ସି କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ ବୋଲି କୁହାଯାଇଛି ।
ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ଟାଉନ ପ୍ଲାନିଂ ବା ନଗର ଯୋଜନାକାରୀ ଶ୍ରୀ ମହମ୍ମଦ କ୍ୱାଇସର ଇକବାଲ ଅଲି ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କ ସମସ୍ୟାର ସମାଧାନ କରିଥିଲେ ।

  • Related Posts

    ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

    ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି…

    Continue reading
    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର