ଗୋଟିଏ ପରିବାର ୩ ସଦସ୍ୟ ୩ଟି ଅଲଗା ଦଳରୁ ଜିତିଲେ ନିର୍ବାଚନ

ତାମିଲନାଡୁର ଗୋଟିଏ ପରିବାର ୩ ସଦସ୍ୟ ୩ଟି ଅଲଗା ଦଳରୁ ଜିତିଲେ ନିର୍ବାଚନ । ଭାରତରେ ଲଟେରୀ କିଙ୍ଗ ଭାବେ ଜଣାଶୁଣା ସାଂଟିଆଗୋ ମାର୍ଟିନ୍‌ଙ୍କ ସ୍ତ୍ରୀ ଲିମାରୋଜ ମାର୍ଟିନ୍‌ ଓ ଜ୍ୱାଇଁ ଆଧବ ଅର୍ଜ୍ଜୁନ ରେଡ୍ଡୀ ତାମିଲନାଡୁରେ ଜିତି ଥିବାବେଳେ ପୁଡୁଚେରୀରେ ନିଜ ଦଳ ଗଢ଼ି ସେଠି ପ୍ରଥମ ନିର୍ବାଚନ ଲଢ଼ି ଜିତିଛନ୍ତି ମାର୍ଟିନଙ୍କ ପୁଅ ଜୋସ୍‌ ଚାର୍ଲସ ମାର୍ଟିନ୍‌ । ବିଜୟଙ୍କ ଟିଭିକେର ନିର୍ବାଚନ ଶାଖାର ସାଧାରଣ ସମ୍ପାଦକ ଭାବେ ଆଧବ ରେଡ୍ଡୀ କାମ କରୁଛନ୍ତି । ସେ ଭିଲିଭକମ୍‌ ଆସନରୁ ଜିତି ଥିବାବେଳେ ମାର୍ଟିନଙ୍କ ସ୍ତ୍ରୀ ଲିମା ରୋଜ୍‌ ମାର୍ଟିନ୍‌, ଏଆଇଡିଏମ୍‌କେ ପକ୍ଷରୁ ଲାଲଗୁଡି ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି । ଗତବର୍ଷ ଡିସେମ୍ବର ମାସରେ କାମରାଜ ମାର୍ଟିନ୍‌ଙ୍କ ପୁଅ ଜୋଶ୍‌ ଚାଲ୍‌ର୍ସ ମାର୍ଟିନ୍‌ ପୁଡୁଚେରୀର ଏଲଜେକେ ଦଳ ଗଢ଼ିଥିଲେ । ଏହି ଦଳ ଏନ୍‌ଡିଏ ସହଭାଗୀ ଦଳ ଭାବେ ପୁଡୁଚେରୀରେ ୨ଟି ଆସନରେ ପ୍ରାର୍ଥୀ ଦେଇଥିଲା । ନିଜେ କାମରାଜନଗର ନିର୍ବାଚନ ମଣ୍ଡଳୀରେ ଲଢ଼ି ଜୋଶ୍‌ ମାର୍ଟିନ୍‌ ବିଜୟୀ ହୋଇଛନ୍ତି ।

  • Related Posts

    ପଶ୍ଚିମବଙ୍ଗରେ ବିଜେପି ସରକାର: ଆଳୁ ସମସ୍ୟାରେ ପୂର୍ଣ୍ଣଚ୍ଛେଦ !

    ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଜାରି ରହିଛି ଭୋଟ ଗଣତି । ଏଥର ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

    Continue reading
    ବଙ୍ଗ ନିର୍ବାଚନ ହାରିଲେ ‘ଦିଦି’; ଜଗୁନୀ କହିଲେ କାରଣ

    ପୁରୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି । ୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ବିଜେପି ବହୁମତ ହାସଲ କରିଛି । ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ହାରିବା ପଛରେ ଦିଘା ଜଗନ୍ନାଥ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ