ଗ୍ରୀଷ୍ମ ଦିନେ ଅନୁଭବ କରୁଛନ୍ତି କି ଦୁର୍ବଳତା?

ଗରମ ଦିନରେ ଖାଇବା ପିଇବାକୁ ନେଇ ସାବଧାନ ରହିବା ଜରୁରୀ। ସାଧାରଣତଃ ଖରା ଦିନେ ମଣିଷ ଖୁବ୍‌ ଶିଘ୍ର ଥକି ଯାଆନ୍ତି। ତେବେ ଏହାର କାରଣ କେବଳ ଖାଇବା ବା ପିଇବା ହୋଇନଥାଏ। ଶରୀରରେ ଭିଟାମିନ କମ ଥିଲେ ମଣିଷ ଅନେକ ସମସ୍ୟାର ସାମ୍ନା କରିଥାଏ। ଏଭଳି ସମସ୍ୟା ଦୂର କରିବା ପାଇଁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ଉଚିତ୍‌। । ସ୍ୱାସ୍ଥ୍ୟ ସୁସ୍ଥ ନରହିବାର ଆଉ ଏକ କାରଣ ହେଉଛି ଦେହର ରୋଗ ପ୍ରତିରୋଧକ ଶକ୍ତି । ଯାହା କମିଲେ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। ଏହା ଦ୍ବାରା ଶରୀରରେ ଯେକୌଣସି ରୋଗ ହୁଏ ତାହା ସହଜରେ ଭଲ ହୁଏ ନାହିଁ। ତେବେ ଜାଣନ୍ତୁ କେଉଁ ଖାଦ୍ୟ ଖାଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଋତୁ ବଦଳିବା ଅନୁସାରେ ଫଳ ଓ ପନିପରିବାକୁ ନିଜ ଡାଏଟ୍‌ରେ ସାମିଲ କରିବା ଉଚିତ୍‌। । ପ୍ରତିଦିନ ଗଜା ଜାତୀୟ ଖାଦ୍ୟ ଖାଇବା ଶରୀର ପାଇଁ ଭଲ ହୋଇଥାଏ। ପ୍ରତିଦିନ ଟମାଟୋ ଖାଇବା ଶରୀରକୁ ସୁସ୍ଥ ରଖେ। ଏଥିରେ ଥିବା ଲାଇକୋପିନ୍ ନାମକ ଆଣ୍ଟି ଅକ୍ସିଡାଣ୍ଟ ମଣିଷକୁ ସୁସ୍ଥ ରଖେ। ଏହା ସହ ଟମାଟୋରେ ଥିବା ଭିଟାମିନ୍ କେ, ଭିଟାମିନ୍ ଡି ଏବଂ ଫାଇବର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
କମଳା, ଲେମ୍ବୁ, ଅଁଳା ଭଳି ଖଟା ଫଳରେ ଭିଟାମିନ୍ ସି ଭରପୁର ପରିମାଣରେ ଥାଏ। ତେଣୁ ଏହିସବୁ ଖାଦ୍ୟକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ। ପାଳଙ୍ଗ ସାଗରେ ଥିବା ଫ୍ଲୋରେଟ୍ ନାମକ ଏକ ତତ୍ୱ ରକ୍ତକୋଷ ନିର୍ମାଣ କରିବାରେ ସହାୟତା କରେ। ଏଥିରେ ଥିବା ଫାଇବର, ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଏ। ରସୁଣ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ରସୁଣ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ଏଥିରେ ଏଲିସିନ୍ ନାମକ ଏକ ତତ୍ୱ ଥାଏ, ଯାହା ଶରୀରରେ ଥିବା ବ୍ୟାକ୍ଟେରିଆ ସହ ଲଢ଼ିବାର କ୍ଷମତା ଦେଇଥାଏ।

ତେଣୁ ଖାଦ୍ୟରେ ରସୁଣକୁ ପ୍ରତିଦିନ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ପେଟରେ ଅଲସର ହେବା ଓ କ୍ୟାନସର ଭଳି ରୋଗର ଆଶଙ୍କା ମଧ୍ୟ ଦୂର ହୋଇଥାଏ। ସେହିଭଳି ବାଦାମ ଖାଇବା ବହୁତ ଭଲ କାରଣ ବାଦାମ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ବାଦାମରେ ଥିବା ଭିଟାମିନ୍ ଇ ପ୍ରାକୃତିକ ଭାବେ ଶରୀର ପାଇଁ ଲାଭଦାୟକ ହୋଇଥାଏ। ପ୍ରାୟତଃ ଲୋକେ ଛତୁକୁ ପରିବାରେ ଗଣନ୍ତି ନାହିଁ କିନ୍ତୁ ଏଥିରେ ଥିବା ସେଲନିୟମ୍ ନାମକ ମିନେରାଲ, ଆଣ୍ଟି ଅକ୍ସିଡାଣ୍ଟ ଗୁଣ, ଭିଟାମିନ୍ ବି, ନାଇସିନ୍ ଇତ୍ୟାଦି ଥାଏ। ଏହା ଶରୀରକୁ ରୋଗମୁକ୍ତ କରାଏ।

  • Related Posts

    ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ

    ଭୁବନେଶ୍ୱର: ଜାତୀୟସ୍ତରରେ ଚମକିଲା ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’, ‘ଅନନ୍ତା’ । ଗତ ଗୁରୁବାର ମୁମ୍ବାଇରେ ଆୟୋଜିତ ଇଣ୍ଡିଆନ ନ୍ୟାସନାଲ ସିନେ ଏକାଡେମୀ(ଇନକା) ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ପୁରସ୍କୃତ କରାଯାଇଛି ।…

    Continue reading
    ୬ ଜଣିଆ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ସସ୍ମିତ ପାତ୍ର

    ନୂଆଦିଲ୍ଲୀ: ଗୁରୁବାର ପୁନର୍ଗଠନ କରାହୋଇଥିବା ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲର ବିଜେପି, କଂଗ୍ରେସ, ଏଆଇଏଡିଏମ୍‌କେ ଓ ବିଜେଡିର ଛଅ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ପୁନର୍ଗଠିତ କମିଟିରେ ବିଜେପିର ଦୀନେଶ ଶର୍ମା, ଏସ୍ ଫାଙ୍ଗନୋନ୍ କୋନ୍ୟାକ୍ ଓ ଘନଶ୍ୟାମ ତିୱାରୀ ରହିଛନ୍ତି। କଂଗ୍ରେସରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ