ଗ୍ରୀଷ୍ମ ନିଆଁରେ ଜଳୁଛି ଓଡ଼ିଶା

ଭୁବନେଶ୍ବର: ପଶ୍ଚିମରେ ୪୩ ଡିଗ୍ରୀ, ଉପକୂଳରେ ୩୮-୪୦ ଡିଗ୍ରୀ ସେଲସିୟସ୍ । ରବିବାରକୁ ନେଇ ଏମିତି ପାଣିପାଗ ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ସୋମବାର ବି ପ୍ରାୟତଃ ସମାନ ସ୍ଥିତି ରହିପାରେ । ୨୮ ତାରିଖ (ମଙ୍ଗଳବାର)ବେଳକୁ ସାମାନ୍ୟ କମିପାରେ ତାପମାତ୍ରା । ହେଲେ ବଡ଼ ଧରଣର ଆଶ୍ୱସ୍ତି ମିଳିନପାରେ।
ଓଡ଼ିଶା କିଛିଦିନ ହେବ ଗ୍ରୀଷ୍ମ ନିଆଁରେ ଜଳୁଛି । ଶନିବାର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ଝାରସୁଗୁଡ଼ା ଯେମିତି ନିଆଁ ପିଣ୍ଡୁଳା ପାଲଟିଯାଇଛି । ଶନିବାର ତାପମାତ୍ରା ଥିଲା ୪୪.୧ ଡିଗ୍ରୀ ସେଲସିୟସ୍ । ସ୍ୱାଭାବିକ ଠାରୁ ପ୍ରାୟ ୩ ଡିଗ୍ରୀ ଅଧିକ । ସ୍ୱାଭାବିକ ତୁଳନାରେ ଅଢ଼େଇ ଡିଗ୍ରୀ ଉପରକୁ ଉଠି ଟିଟିଲାଗଡ଼ ତାପମାତ୍ରା ୪୩ ଛୁଇଁଥିଲା । ବଲାଙ୍ଗୀର ତାପମାତ୍ରା ୪୩.୫ ଡିଗ୍ରୀ, ନୂଆପଡ଼ା ୪୩, ସୁନ୍ଦରଗଡ଼ ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ ୪୨.୬, ସୋନପୁର ୪୨.୩, ଭବାନୀପାଟଣା ୪୨ ଡିଗ୍ରୀ ଥିଲା । ଭୁବନେଶ୍ୱର ଓ କଟକରେ ତାତି ସାମାନ୍ୟ କମିଥିଲା, ପାରଦ ଥିଲା ଯଥାକ୍ରମେ ୩୬.୮ ଡିଗ୍ରୀ ଓ ୩୬.୬ ଡିଗ୍ରୀ ସେଲସିୟସ ।
ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା ୨/୩ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତା’ପରେ ୨ରୁ ୪ ଡିଗ୍ରୀ କମିପାରେ । ରବିବାର ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ଅନ୍ୟପଟେ ଉପକୂଳ ଓଡ଼ିଶା ଓ ପାଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସନ୍ତା ୨ ଦିନ ଗରମ ଓ ଗୁଳୁଗୁଳି ଲାଗି ରହିବ । ଆସନ୍ତା ୧ ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି ।

ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ଗରମ ସହ ଗୁଳୁଗୁଳି ନାକେଦମ କରିପାରେ । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୭ ପର୍ୟ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ୨୬ ରାତିରୁ କାଳବୈଶାଖୀ ବଢ଼ିପାରେ । ଏହି ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିବ ।

  • Related Posts

    ନବଉତ୍କଳର ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

    ଭୁବନେଶ୍ୱର :ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅପୂର୍ବ ନେତୃତ୍ୱ ପ୍ରଦାନ କରିଥିବା ନବଉତ୍କଳର ନିର୍ମାତା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ଏକ ଅବିସ୍ମରଣୀୟ ପ୍ରତୀକ ଭାବେ…

    Continue reading
    ମହାନଦୀରେ ବୁଡି ମାଛ ଧରାଳିଙ୍କ ମୃତ୍ୟୁ

    ପାରାଦୀପ: ମହାନଦୀରେ ବୁଡି ଯୁବକ ମୃତ। ପାରାଦୀପ ଚଉମୁହାଣି ନିକଟରେ ମହାନଦୀରେ ଜାଲ ଟାଣି ମାଛ ଧରୁଥିବା ବେଳେ ଯୁବକ ଜଣକ ପାଣିରେ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି। କୁଜଙ୍ଗରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ମୃତ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର