ଘରୋଇ ସହାୟିକାରୁ ବିଧାୟିକା

ପଶ୍ଚିମବଙ୍ଗ ଗୁସ୍କରା ଅଞ୍‌ଳରେ ଘରୋଇ ସହାୟିକା ଭାବେ କାମ କରୁଥିବା କଲିତା ମାଝୀ ପାଲଟିଛନ୍ତି ବିଧାୟିକା । ବିଜେପି ଟିକେଟ୍‌ରେ ଔସଗ୍ରାମ ଆସନରେ ଲଢ଼ି ବିଜୟୀ ହୋଇଛନ୍ତି କଲିତା । କଲିତାଙ୍କ ଭଳି ମହିଳାଙ୍କୁ ପ୍ରାର୍ଥୀ କରି ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ତୃଣମୂଳ ସ୍ତରରେ ବା ଶ୍ରମିକ ସ୍ତରରେ କାମ କରୁଥିବା ଲୋକଙ୍କୁ ମଧ୍ୟ ସମାନ ସୁଯୋଗ ଦେଇଛି । ଗୁସ୍କରା ମ୍ୟୁନିସିପାଲିଟି ଅଞ୍ଚଳରେ ରହୁଥିବା କଲିତା ରାଜନୀତିକୁ ଆସିବା ପୂର୍ବରୁ ୪ ଜଣଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ ତେବେ ୨୦୨୧ରେ ସେ ଟିଏମ୍‌ସିର ଅଭେଦାନନ୍ଦଙ୍କ ଠାରୁ ୧୧,୮୧୫ ଭୋଟ୍‌ରେ ହାରିଯାଇଥିଲେ । କିନ୍ତୁ ଭାରତୀୟ ଜନତା ପାର୍ଟି ତାଙ୍କୁ ପୁଣିଥରେ ଲଢ଼ିବାର ସୁଯୋଗ ଦେଲା ଓ ସେ ବିଜୟୀ ହେଲେ । ତାଙ୍କର ବିଜୟ ଗଣତାନ୍ତ୍ରିକ ପଦ୍ଧତିରେ ହେଉଥିବା ନିର୍ବାଚନ ଯେ, ଶ୍ରମିକ ସ୍ତରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର କ୍ଷମତା ରଖେ ତାହା ପୁଣିଥରେ ପ୍ରମାଣିତ ହୋଇଛି ।

  • Related Posts

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରେସ୍‌ରେ ୬ ବଡ଼ ନାମ: ଆଗରେ ଶୁଭେନ୍ଦୁ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଜିତିବା ପରେ ଏବେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏମିତି ଦେଖିଲେ ବିଜେପି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥାଏ । ଦଳ ପାଇଁ ପ୍ରଧାନମନ୍ତ୍ରୀ…

    Continue reading
    ଦିଦିଙ୍କ ଗଡ଼ ଚୂର୍‌ମାର୍‌ ପଛରେ ଏହି ୫ ଧୁରନ୍ଧର

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏଥର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଦୀର୍ଘ ଦିନ ଧରି ଅଜେୟ ରହିଆସିଥିବା କିଲ୍ଲା ଭୁଶୁଡ଼ି ଯାଇଛି । ଏହି ବିରାଟ ପରିବର୍ତ୍ତନର କେନ୍ଦ୍ରରେ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ