ଚନ୍ଦାପଣର ଶିକାର ହେଉଛନ୍ତି କି?

ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଏ । ଶରୀରରେ ମେଟାବଲିଜମର ମାତ୍ରା ବଢିଥାଏ । ଭାରତରେ ପ୍ରତି ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଚନ୍ଦାପଣର ସମସ୍ୟା ଦେଖାଯାଏ । ଅକାଳରେ ଚୁଟି ଝଡିପଡ଼େ ଏବଂ ଚନ୍ଦାପଣର ଶିକାର ହେବାକୁ ପଡେ । କିନ୍ତୁ କମ୍ ବୟସରେ ଚନ୍ଦାପଣ ଗ୍ରାସ କରିବା ଏକ ବଡ଼ ସମସ୍ୟା । ତେବେ କିଛି ଟିପ୍ସ ଆପଣାଇ ଆପଣ ନିଜ ଚୁଟିର ଧ୍ୟାନ ରଖିପାରିବେ । ଏବେ ପ୍ରଶ୍ନ ଉଠୁଛି କାହିଁକି ଅଧିକ ଲୋକ ଏହି ଚନ୍ଦାପଣର ଶିକାର ହୁଅନ୍ତି? ହର୍ମୋନାଲରେ ପରିବର୍ତ୍ତନ , ଶରୀରରେ ପୋଷକ ତତ୍ତ୍ୱର ଅଭାବ , କେମୋଥେରାପି କିମ୍ବା ଅତ୍ୟଧିକ ଔଷଧ ସେବନ ,ଚାପଗ୍ରସ୍ତ ,ଶୀଘ୍ର ଓଜନରେ ହ୍ରାସ,ଗମ୍ଭୀର ରୋଗ ଇତ୍ୟାଦି । ଏହା ଦ୍ୱାରା ଶରୀରରେ ମେଟାବଲିଜମର ମାତ୍ରା ବଢେ ଏବଂ ଚନ୍ଦାପଣର ସମସ୍ୟା ଦେଖାଯାଏ । ହେୟାର୍ ଗ୍ରୋଥ୍ ପାଇଁ ପ୍ରୋଟିନ୍ ନିହାତି ଜରୁରୀ । ଅଣ୍ଡା,ମାଛ , କମ୍ ଚର୍ବି ଥିବା ମାଂସରେ ପ୍ରୋଟିନର ମାତ୍ରା ଅଧିକ ଥାଏ । ଯାହା ଚୁଟି ବଢାଇବା ପାଇଁ ଲାଭଦାୟକ ହୋଇଥାଏ । ଖାଦ୍ୟରେ ଜରୁରୀ ଭିଟାମିନ୍ ସାମିଲ୍ କରନ୍ତୁ । ଭିଟାମିନ୍ ଏ ଚୁଟିମୂଳରେ ପ୍ରାକୃତିକ ତେଲ ବିକାଶ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଭିଟାମିନ୍ ଇ ରକ୍ତ ସଞ୍ଚାଳନକୁ ବଢାଇଥାଏ । ବେଳେବେଳେ ଘରୋଇ ଉପଚାର ମଧ୍ୟ ଚୁଟି ବଢାଇବାରେ ସହାୟକ ହୋଇଥାଏ । ରସୁଣ ଏଥିପାଇଁ ଭଲ ମସାଜର୍ ହୋଇପାରେ । ରସୁଣ,ପିଆଜ,ଅଦାର ରସକୁ ଆପଣ ମୁଣ୍ଡରେ ମାଲିସ୍ କରିପାରିବେ । ରାତିରେ ମାଲିସ୍ କରି ସକାଳେ ଧୋଇପାରିବେ । ଆୟୁର୍ବେଦିକ ଡ଼ାକ୍ତରଙ୍କ କହିବାନୁସାରେ,ଏହା କରିବା ଦ୍ୱାରା ଆପଣଙ୍କ ଚୁଟି ପୁନର୍ବାର ବଢିଯିବ । ଆମେ ପ୍ରତିଦିନ ଖାଦ୍ୟ ଖାଇଲା ଭଳି ଚୁଟିକୁ ମଧ୍ୟ ଖାଦ୍ୟ ଦରକାର ଏବଂ ପ୍ରତିଦିନ କିଛି ଡ୍ରପ୍ ତେଲ ନେଇ ହାଲକା ହାଲକା ମସାଜ୍ କଲେ ରକ୍ତ ସଞ୍ଚାଳନ ହେବା ସହ ଚୁଟିର ଗ୍ରୋଥ୍ ମଧ୍ୟ ବଢିଥାଏ । ବଜାରରେ ଅନେକ ପ୍ରକାରର କ୍ୟାମିକାଲଯୁକ୍ତ ସାମ୍ପୁ ବିକ୍ରି ହେଉଛି । ବିଜ୍ଞାପନ ଆଳରେ ଯଦି ଏସବୁ ଆପଣ ଚୁଟିରେ ବ୍ୟବହାର କରୁଛନ୍ତି ତାହେଲେ ଚୁଟି ଝଡ଼ିବା ଭଳି ସମସ୍ୟା ହିଁ ଦେଖାଯିବ । ତେଣୁ ସାମ୍ପୁ କିଣିବା ପୂର୍ବରୁ ପ୍ରଥମେ ସାମ୍ପୁରେ ବ୍ୟବହୃତ ସାମଗ୍ରୀ ଉପରେ ନଜର ପକାନ୍ତୁ । ଜୋଜୋବା,ନଡ଼ିଆ ତେଲ ,ଅଲିଭ୍ ଅଏଲ୍ , ପ୍ରୋଟିନ୍ , ଆଲୋବେରା,କେଫିନ୍ ଭଳି ସାମଗ୍ରୀ ଥିଲେ ହିଁ ସାମ୍ପୁ କିଣନ୍ତୁ ।

୮ ରୁ ୯ ଘଣ୍ଟା ଶୁଅନ୍ତୁ : ନିସ୍ତେଜ ବା ଶୋଇବା ସମୟରେ ଆମ ଶରୀରର ମରାମତି କାମ କରିଥାଏ । ଗ୍ରୋଥ୍ ହର୍ମୋନ୍ , ସେଲ୍ ପ୍ରଡ଼କ୍ସନ୍ କରିବାରେ ସାହାଯ୍ୟ କରେ ଯାହାଦ୍ୱାରା ହେୟାର୍ ଗ୍ରୋଥ୍ ଶୀଘ୍ର ହୋଇଥାଏ ।

Related Posts

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଜି ରାଜ୍ୟ…

Continue reading
ପୁରୀରେ କୁଖ୍ୟାତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

ପୁରୀ : ସମ୍ବଲପୁର ଓ ବ୍ରହ୍ମପୁର ପରେ ଆକ୍ସନ ମୋଡରେ ପୁରୀ ପୁଲିସ। ପୁରୀର ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର ହୋଇଛି। ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ