ଚନ୍ଦ୍ରିକା ମୃତ୍ୟୁ ଘଟଣା, ମୟୂରଭଞ୍ଜରେ ପୁଲିସ ଟିମ୍‌

ବାରଙ୍ଗ: ମୟୂରଭଞ୍ଜର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମଞ୍ଜୁବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପ୍ରେମିକ ଭୀମସେନ ଟୁଡୁ ଜେଲ୍ ଯିବା ପରେ ବି ପୁଲିସ ତନାଘନା ଜାରି ରଖିଛି। ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ବାରଙ୍ଗ ଥାନାର ଏକ ଟିମ୍ ମୟୂରଭଞ୍ଜ ଯାଇଛି । ଏହି ଟିମ୍‌ରେ ଜଣେ ସବଇନ୍ସପେକ୍ଟରଙ୍କ ସହିତ ୪ ଜଣ ରହିଛନ୍ତି।ବାପା, ମା, ଭାଇ ଏବଂ ମାମୁଁ ଝିଅକୁ ପଚରା ଉଚରା କରିବେ ଟିମ୍। ପୁରୁଷ ବନ୍ଧୁ ଓ ଚନ୍ଦ୍ରିକାଙ୍କ ସମ୍ପର୍କ ଏବଂ ନୂଆ ବାନ୍ଧବୀଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବ ପୁଲିସ।

ହି ଟିମ୍ର ଚନ୍ଦିକାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ । ସ୍କୁଲ୍ ଜୀବନରୁ କିଭଳି ଉଭୟଙ୍କର ପରିଚୟ ଥିଲା, ପରେ କଲେଜ ଓ ମେଡିକାଲ୍ କଲେଜରେ ସାଙ୍ଗ ହୋଇ ପାଠ ପଢ଼ିବା ଓ ପ୍ରେମ ସମ୍ପର୍କ ସୃଷ୍ଟି ହେବା ନେଇ ପୁଲିସ ଯୋଗାଡ଼ କରିବ । ସେହିପରି ଏତଲା ପରେ ଚନ୍ଦ୍ରିକାଙ୍କ ଗ୍ରାମବାସୀ ଓ ଅନ୍ୟ ସମ୍ପର୍କୀୟମାନେ ଚନ୍ଦ୍ରିକା-ଭୀମ୍‌ସେନ୍‌ଙ୍କ ସମ୍ପର୍କରେ ହୋଇଥିବା ଫାଟ ବିଷୟରେ ଗଣମାଧ୍ୟରେ ବହୁ କଥା କହିଥିଲେ । ସେଗୁଡ଼ିକର ସତ୍ୟତା ମଧ୍ୟ ପୁଲିସ ଯାଞ୍ଚ୍ କରିବ । ପରେ ବାଲେଶ୍ୱର ମେଡିକାଲ୍ ଯାଇ ଚନ୍ଦ୍ରିକାଙ୍କ କିଛି ସହପାଠୀଙ୍କ ସହିତ ଏହି ଟିମ୍ ଆଲୋଚନା କରିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଯଦି ଆବଶ୍ୟକ ପଡ଼େ ତାହେଲେ ଅଧିକ ପଚରାଉଚରା ପାଇଁ ଭୀମସେନ୍‌ଙ୍କୁ ରିମାଣ୍ଡରେ ନିଆଯିବ । ସେହିପରି ଭୀମସେନ୍‌ଙ୍କ ନୂଆ ପ୍ରେମିକାଙ୍କୁ ମଧ୍ୟ ପଚରାଉଚୁରା ପାଇଁ ଥାନାକୁ ଡକାଯାଇପାରେ ବୋଲି ବାରଙ୍ଗ ଥାନା ପୁଲିସ ସୂଚନା ଦେଇଛି ।

  • Related Posts

    ପାଠ୍ୟପୁସ୍ତକରେ ଭୁଲ୍‌କୁ ନେଇ ମୁଖ୍ୟମନ୍ତ୍ରୀ ଗମ୍ଭୀର, ତୁରନ୍ତ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ…

    Continue reading
    ରାଇକିଆ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘର ନୂତନ ପରିଚାଳନା ସମିତି ଗଠନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କାଙ୍କ ଦ୍ୱାରା ଗତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ