ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି ଶିକ୍ଷାର ମୂଳ ଉଦ୍ଦେଶ୍ୟ : ଧର୍ମେନ୍ଦ୍ର ପ୍ରଧାନ

ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କ ଆଶୀର୍ବାଦ ଦେଲେ କେନ୍ଦ୍ରମନ୍ତ୍ରୀ

• ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ଅନୁଭୂତିମୂଳକ ଶିକ୍ଷାର ବୃହତ ପ୍ରୟୋଗଶାଳା

• ପ୍ରଧାନମନ୍ତ୍ରୀ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି

• ଏହି ଅନୁଷ୍ଠାନରେ ପ୍ରାକୃତ ଭାଷା ଉପରେ ଏକ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଆମ ଦାୟିତ୍ୱ

• ଜୈନ ଧର୍ମର ମୂଲ୍ୟବୋଧ ଓ ଜୀବନ ଦର୍ଶନ ଆଜି ଏକ ବୈଶ୍ୱିକ ଆବଶ୍ୟକତା

• ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

 

ସୁରଟ/ଗୁଜୁରାଟ,ନଭେମ୍ବର ୧୧ – ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି କରିବା ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ । ଭାରତୀୟତା ମୂଲ୍ୟବୋଧ ଉପରେ ଆଧାରିତ ରାଷ୍ଟ୍ରୀୟ ଶିକ୍ଷା ନୀତି ; ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୋମବାର ଗୁଜୁରାଟର ସୁରଟରେ ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ୧୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଜୈନ ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ହେଉଛି ଅନୁଭୂତିମୂଳକ ଶିକ୍ଷାର ଏକ ବୃହତ ପ୍ରୟୋଗଶାଳା । ବିଶ୍ୱବିଦ୍ୟାଳୟ ସମାବର୍ତ୍ତନର ପରମ୍ପରା ଏହାର ଏକ ଜୀବନ୍ତ ଉଦାହରଣ । ଜୈନ ବିଶ୍ୱ ଭାରତୀ ଅନୁଷ୍ଠାନ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ବଟ୍ଟବୃକ୍ଷ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି । ଏହି ଅନୁଷ୍ଠାନରେ ପ୍ରାକୃତ ଭାଷା ଉପରେ ଏକ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଆମର ଦାୟିତ୍ୱ ।

 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜୈନ ଧର୍ମର ମୂଲ୍ୟବୋଧ ଓ ଜୀବନ ଦର୍ଶନ ଆଜି ଏକ ବୈଶ୍ୱିକ ଆବଶ୍ୟକତା । ଜୈନ ବିଶ୍ୱଭାରତୀ ଅନୁଷ୍ଠାନ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢିବା ପାଇଁ ପ୍ରଚେଷ୍ଟା କରୁଥିବା ଏକ ସମ୍ମାନସ୍ପଦ ଶିକ୍ଷାନୁଷ୍ଠାନ । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ନେଇ ଯେଉଁ ସବୁ ଲକ୍ଷ୍ୟ ରଖାଯାଇଛି, ସେ ସବୁକୁ ନିଶ୍ଚୟ ପୂରଣ କରାଯିବ । ତେବେ ପପିବର୍ତ୍ତିତ ଟେକ୍ଲୋଲୋଜି ଯୁଗରେ ଏକ ବଡ ଆହ୍ୱାନ ରହିଛି । ଆହ୍ୱାନଟି ହେଉଛି, ଆଗାମୀ ଦିନରେ ‘ବିଜ୍ଞାନ ମଣିଷକୁ ଚଳାଇବ ନା ମଣିଷ ବିଜ୍ଞାନର ନିୟନ୍ତ୍ରକ ହେବ? ତେବେ ମୂଲ୍ୟବୋଧ, ସଂସ୍କାର ଓ ଉତ୍ତମ ବ୍ୟକ୍ତିତ୍ୱ ଦ୍ୱାରା ହିଁ ଏହି ଦ୍ୱନ୍ଦକୁ ଦୂର କରାଯାଇପାରିବ । ତେଣୁ ଏହି ଆଧାରରେ ଉକ୍ତ ଆହ୍ୱାନର ସମାଧାନ ଦିଗରେ ଆଗଭର ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ଜୈନ ବିଶ୍ୱଭାରତୀ ଅନୁଷ୍ଠାନ ଜ୍ଞାନର ବଡ ପୁଞ୍ଜି ହେଇ ମାନବତାକୁ ଏକ ନୂଆ ଜୀବନ ପ୍ରଦାନ କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।

 

ଜୈନ ବିଶ୍ୱ ଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ପ୍ରଧାନ ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ।

Related Posts

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ; ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୋହନ

ପୁରୀ: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ…

Continue reading
ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ

ଭୁବନେଶ୍ୱର,: ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି ପୋଲିସ ଭବନଠାରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଆୟୋଜିତ ହୋଇଯାଇଛି। “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଉପକୂଳ…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ