ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ସୁତ୍ରଧର- ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଶିକ୍ଷା ହେଉଛି ମାନବ ସଭ୍ୟତାର ବିକାଶର ପ୍ରଥମ ପାହାଚ। ଏହି ପାହାଚ ଚଢ଼ି ଭାରତ ବିକଶିତ ହେବ ଏବଂ ଆମେ ଆତମ ନିର୍ଭରଶୀଳ ହୋଇ ପାରିବ। ତେଣୁ ଛାତ୍ରଛାତ୍ରୀମାନେ ଜୀବନରେ ସବୁବେଳେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମଇଦାନକେଲସ୍ଥିତ ପ୍ରଗତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

କାର୍ୟ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହେଉଛି ମାନବ ସଭ୍ୟତାର ବିକାଶର ପ୍ରଥମ ପାହାଚ। ଆଜି ସମୟ ବଦଳିଛି, ଶିକ୍ଷାଦାନ, ଶିକ୍ଷା ଆହରଣ ପଦ୍ଧତି ମଧ୍ୟ ବଦଳିଛି। ଆଜିର ପିଲାମାନେ ଅତ୍ୟନ୍ତ ବିଚକ୍ଷଣ, ବୁଦ୍ଧିମାନ ଏବଂ ପ୍ରତିଭାବାନ୍। ମୋ କହିବାରେ ଆଦୌ ସଙ୍କୋଚ ନାହିଁ ଯେ ଆମ ସମୟରେ କିମ୍ବା ଆମ ପୂର୍ବ ପିଢିମାନେ ଯାହା ଦଶମ-ଏକାଦଶ ଶ୍ରେଣୀରେ ପଢୁଥିଲେ ତାହା ଆଜିର ପିଲାମାନେ ସପ୍ତମ ଶ୍ରେଣୀରୁ ପଢିବା ଆରମ୍ଭ କରିଦେଉଛନ୍ତି। ଆଗାମୀ ଦିନରେ ଏହି ଜ୍ଞାନର ପରିସୀମା ଆହୁରି ବୃଦ୍ଧି ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ସୁତ୍ରଧର। ବର୍ତ୍ତମାନର ଛାତ୍ରଛାତ୍ରୀ ହେଉଛନ୍ତି ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀ। ୫୦ ବର୍ଷ ତଳେ ଛାତ୍ରଛାତ୍ରୀମାନେ ଯେଉଁ ସୁଯୋଗ ବିଷୟରେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ, ଆଜି ସବୁ ସୁଯୋଗ ପାଉଛନ୍ତି। ତେବେ ଛାତ୍ରଛାତ୍ରୀମାନେ କେବଳ ପାଠରେ ଗୁରୁତ୍ବ ନୁହେଁ ବରଂ ସବୁଦିଗରୁ ପ୍ରତିଭାବାନ ହେବା ଆବଶ୍ୟକ। କେବଳ ପାଠ କଥା କହୁ ନାହିଁ। କିଛି ପିଲା ଭଲ ପାଠ ପଢନ୍ତି, ଆଉ କିଛି ପିଲା ଭଲ ଖେଳନ୍ତି। ଅନ୍ୟ କିଛି ପିଲାଙ୍କର ନାଚ, ଗୀତ ଓ ଅନ୍ୟାନ୍ୟ ବିଷୟରେ ରୁଚି ଥାଏ। ସବୁଠୁ ବଡ କଥା ହେଉଛି, ନିଜ ଭିତରେ ଥିବା ପ୍ରତିଭାକୁ ଜାଣିବା, ଚିହ୍ନିବା। ଯଦି ନିଜ ପ୍ରତିଭାକୁ ଜାଣିପାରିବ, ଏବଂ ନିଜ ପ୍ରତିଭା ଅନୁଯାୟୀ ଆଗକୁ ବଢିବାର ପ୍ରୟାସ କରିବ, ତେବେ ତୁମକୁ କେହି ରୋକିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜିକାଲି ଯୁଗ ହେଉଛି, ପ୍ରଫେସନାଲ ଏକ୍‌ସେଲେନ୍‌ସର ଯୁଗ। ଦକ୍ଷତାର ଯୁଗ। ଯେକୌଣସି କ୍ଷେତ୍ରରେ କେହି ପାଦ ଦେଇ ପାର, କିନ୍ତୁ ଦକ୍ଷ ହେବାକୁ ପଡିବ। ଦକ୍ଷ ହେଲେ ଦେଶ ମଧ୍ୟ ପ୍ରଗତି କରିବ। ଆଜିକାଲିର ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତାକୁ ଭିତ୍ତି କରି, ଭାରତ ବିଶ୍ୱରେ ଶ୍ରେଷ୍ଠ ହେବ। ଆଜି ଆଧୁନିକ ଯୁଗରେ ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ନୂତନ ଶିକ୍ଷାନୀତି-୨୦୨୦ ଏହାର ଏକ ଜ୍ଵଳନ୍ତ ଉଦାହରଣ। ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦିଗଦର୍ଶନରେ ଏହି ଶିକ୍ଷା ନୀତି ତୃଣମୂଳ ସ୍ତରରେ କାର୍ୟ୍ୟକାରୀ ହେଉଅଛି। ଆମ ରାଜ୍ୟରେ ମଧ୍ୟ ସରକାର ଏହାକୁ କାର୍ୟ୍ୟକାରୀ କରିଛନ୍ତି। ଏହି ନୂତନ ଶିକ୍ଷାନୀତି ଫଳରେ ବିଦ୍ୟାର୍ଥୀଙ୍କ ସାମଗ୍ରିକ ବିକାଶ ହେବା ସହ, ସେମାନେ ଜୀବନରେ ଉତ୍ତମ ମଣିଷ ମଧ୍ୟ ହୋଇପାରିବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଶିକ୍ଷାର ବିକାଶ ପାଇଁ ଅନେକ ମହତକାଂକ୍ଷୀ ଯୋଜନା ଆରମ୍ଭ କରାଯାଇଛି । ଶିଶୁ ବାଟିକା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ ଆଦି ଯୋଜନା ଜରିଆରେ ସ୍କୁଲ ଶିକ୍ଷାର ସୁଦୃଢୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶିଶୁ ବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି।

ଅପର ପକ୍ଷରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ସହିତ ନୂତନ ଶିକ୍ଷକ ପଦବୀ ସୃଷ୍ଟି କରାଯାଉଛି, ଯାହା ଶିକ୍ଷାର ମାନ ବୃଦ୍ଧି କରିବାରେ ବିଶେଷ ସାହାଯ୍ୟ କରିବ। ଚଳିତ ବର୍ଷ ମଧ୍ୟ ଆମେ ଓଡ଼ିଆ ପରମ୍ପରା ଅନୁଯାୟୀ ରାଜ୍ୟବ୍ୟାପୀ ସବୁ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ପାଇଁ ‘ଖଡି ଛୁଆଁ’ କାର୍ୟ୍ୟକ୍ରମ ଆରମ୍ଭ କରିଛୁ । ବର୍ତ୍ତମାନ ଆମର ଡବଲ ଇଞ୍ଜିନ ସରକାର ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପିଏମଶ୍ରୀ ସ୍କୁଲ ରୂପେ ପ୍ରତ୍ୟେକ ଜିଲ୍ଲାର କିଛି ବିଦ୍ୟାଳୟର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । ସେହିପରି ଆଦିବାସୀ ପିଲାମାନଙ୍କ ମଧ୍ୟରେ ଡ୍ରପ୍ ଆଉଟ ହାର କମାଇବା ପାଇଁ ଆମ ସରକାର ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ଆରମ୍ଭ କରିଛନ୍ତି। ଏହିସବୁ ପଦକ୍ଷେପ ଗୁଡିକ ଆଗାମୀ ଦିନରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ନିଶ୍ଚିତ ଭାବରେ ଭଲ ପ୍ରଭାବ ପକାଇବ। ନିପୂଣ ଓଡ଼ିଶା କାର୍ୟ୍ୟକ୍ରମ ଜରିଆରେ, ଆମର ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବରେ ମୌଳିକ ଜ୍ଞାନ ହାସଲ କରି ଉଚ୍ଚଶିକ୍ଷାରେ ସଫଳ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ।

ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ନାୟକ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ବିଜେପି ଜିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତ, ବିଜେପିର ଉପସଭାପତି ଶ୍ରୀ ବିବେକାନନ୍ଦ ମହାନ୍ତ, ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉଯେ, କେନ୍ଦୁଝର ସଦର ବ୍ଲକର ମଇଦାନକେଲସ୍ଥିତ ପ୍ରଗତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ସମାରୋହରେ ପାଳିତ ହୋଇଛି। ୧୯୭୫ ମସିହାରେ ପ୍ରତିଷ୍ଠା ପାଇଥିବା ଏହି ବିଦ୍ୟାଳୟ ଏକାଧିକ ଡ଼ାକ୍ତର, ଇଂଜିନିୟର, ଓ.ଏ.ଏସ୍., କ୍ରୀଡ଼ାବିତ ସାରା ରାଜ୍ୟକୁ ଭେଟି ଦେଇଛି । ହୃଷିକେଶ ମହନ୍ତ, ଈଶ୍ବର ଚନ୍ଦ୍ର ନାଏକ, ବନମାଳୀ ସିଂହ, ସୁମନ ମହନ୍ତ ଭଳି ଅନେକ ରତ୍ନଙ୍କୁ ମଣିଷ କରି ସାରା ଭାରତ ବର୍ଷର ସେବାରେ ନିୟୋଜିତ କରିପାରିଛି। ଆଜି ଏହି ବିଦ୍ୟାଳୟର ସୁବର୍ଣ୍ଣଜ୍ରୟନ୍ତୀ ପାଳିତ ଅବସରରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ