ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଅରାଜକତା ଗଣତନ୍ତ୍ରକୁ ହତ୍ୟା କରୁଛି: ବିଜେଡି

ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି ବିଜେପି
କ୍ୟାମ୍ପସ ରାଜନୀତିରେ ସରକାରୀ ହସ୍ତକ୍ଷେପ ବନ୍ଦ ହେଉ
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି । ବିଜେପି ବିଧାୟକ ଓ ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଦେଶରେ ଗଣତନ୍ତ୍ରକୁ ବିଜେପି ହତ୍ୟା କରୁଥିବା ବେଳେ ଏବେ କ୍ୟାମ୍ପସ ରାଜନୀତିରେ ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସୀତା ସାହୁ କ୍ୟାମ୍ପସ ରାଜନୀତିରେ ସରକାରୀ ହସ୍ତକ୍ଷେପକୁ ବିରୋଧ କରିଥିଲେ ।
ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ସାରା ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରକି୍ରୟା ଆରମ୍ଭ ହୋଇଯାଇଛି । ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ନିଜର ପ୍ରସ୍ତୁତି ପର୍ବ ସାରିଲା ପରେ ସରକାର ନିର୍ବାଚନ ଘୋଷଣା କଲେ । ଆଜି ଓଡ଼ିଶାରେ ପ୍ରାୟ ୬୦୦ କଲେଜ ଓ ପାଖାପାଖି ୧୨ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ୩ଟି ବିଶ୍ୱବିଦ୍ୟାଳୟ ଓ ଅନ୍ୟ କଲେଜ ମାନଙ୍କରେ ଏବିଭିପି ପ୍ରାର୍ଥୀ ମାନେ ନିର୍ବାଚନ ଜିତିପାରିବେ ନାହିଁ ବୋଲି ସେଠାରେ ସରକାର ନିର୍ବାଚନ କରାଉ ନାହାନ୍ତି । ଛାତ୍ର ସଂସଦ ନିର୍ବାଚନରେ ନଗର ଉନ୍ନୟନ ମନ୍ତ୍ରୀ କଲେଜ ଅଧ୍ୟକ୍ଷ ଓ ଭିସି ମାନଙ୍କୁ ଡାକି ରିଭୁ୍ୟ ନାଁରେ ଏବିଭିପି ଛାତ୍ର ସଂଗଠନ କିଭଳି ଜିତିବ ସେଥିପାଇଁ ତାଙ୍କୁ ତାଗିଦ କରୁଥିବାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସେହିଭଳି ଚିକିଟି ବିଧାୟକ ପାତ୍ରପୁର ବ୍ଲକ ଅଫିସରେ ସନ୍ଧ୍ୟା ୫ଟାରେ ସବୁ କଲେଜର କର୍ମଚାରୀ ମାନଙ୍କୁ ବୈଠକ କରାଇବା ପାଇଁ ଚିଠି କରାଯାଉଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଭାରତୀୟ ଜନତା ପାର୍ଟି ଦେଶରେ ଗଣତନ୍ତ୍ରକୁ ହତ୍ୟା କରୁଥିବା ବେଳେ ଏବେ କଲେଜ ରାଜନୀତିରେ ଛାତ୍ର ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେବାକୁ ଚକ୍ରାନ୍ତ କରୁଛି । କିଛିଦିନ ତଳେ ଡିଜି ମହୋଦୟ ଏକ ବୈଠକରେ କଲେଜ ମାନଙ୍କରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଯେଉଁ କଲେଜ ମାନଙ୍କରେ ଏବିଭିପି ପ୍ରାର୍ଥୀ ଜିତିପାରିବେ ନାହିଁ ବୋଲି ଅନୁଭବ କରୁଛନ୍ତି, ସେହି ସ୍ଥାନ ମାନଙ୍କରେ ପୋଲିସ୍ ସହଯୋଗରେ ଏବିଭିପିର ସମର୍ଥିତ ଅଣଛାତ୍ର ମାନେ କଲେଜ ଭିତରେ ପ୍ରବେଶ କରି ବୋମା ପକାଇ ହିଂସାକାଣ୍ଡ ସୃଷ୍ଟି କରି କଲେଜ ନିର୍ବାଚନକୁ ବନ୍ଦ କରୁଛନ୍ତି ।
ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ସରକାର ଯଦି ଛାତ୍ର ସଂସଦ ନିର୍ବାଚନ କରାଇବାର ଥିଲା, କାହିଁକି ଏକାଡେମିକ କ୍ୟାଲେଣ୍ଡରରେ ଆଗୁଆ ସୂଚନା ଦେଲେ ନାହିଁ । ଆଡ଼ମିଶନ ପ୍ରକି୍ରୟା ଶେଷ ହୋଇନଥିବା ବେଳେ ସରକାର ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲେ । ସରକାରୀ ଦଳର ମନ୍ତ୍ରୀ ମାନେ ଯେଉଁଭଳି ସିଧାସଳଖ ଛାତ୍ର ସଂସଦ ନିର୍ବାଚନରେ ହସ୍ତକ୍ଷେପ କରି ଚାପ ପକାଉଛନ୍ତି, ତାହାକୁ ବିଜୁ ଜନତା ଦଳ କେବେ ହେଲେ ବରଦାସ୍ତ କରିବ ନାହିଁ । ଆଜି ସମଗ୍ର ଓଡ଼ିଶାରେ ୨୦୬ଟି କଲେଜରେ କ’ଣ ପାଇଁ ନିର୍ବାଚନ ବନ୍ଦ ହୋଇଛି, ଉଚ୍ଚଶିକ୍ଷା ମନ୍ତ୍ରୀ ତାହାର ଜବାବ ଦିଅନ୍ତୁ । ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ, ଲିଙ୍ଗ୍ଡୋ କମିଶନଙ୍କ ଗାଇଡ୍ଲାଇନ୍ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ, କିନ୍ତୁ ସରକାର ନିଜେ ସେହି ଗାଇଡଲାଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି । ସରକାର ଏଭଳି ନ କରି ବରଂ ବିଜ୍ଞପ୍ତି ପ୍ରକାଶ କରିଦିଅନ୍ତୁ ଯେ, କେବଳ ଏବିଭିପିର ଛାତ୍ର ସଂଗଠନ ଯେଉଁଠି ନିର୍ବାଚନ ଜିତିପାରିବ, ସେହି ଜାଗାରେ ନିର୍ବାଚନ କରାଇ ଜିତିଯାଆନ୍ତୁ ।
ଇପ୍ସୀତା ସାହୁ କହିଥିଲେ ଯେ, ଯେଉଁ ଛାତ୍ର ସଂସଦ ନିର୍ବାଚନ ଭାଇଚାରା ଓ ବନ୍ଧୁତ୍ୱରେ କ୍ୟାମ୍ପସ ମାନଙ୍କରେ ଅନୁଷ୍ଠିତ ହେଉଥିଲା, ଆଜି ସେହି କ୍ୟାମ୍ପସକୁ ଭାରତୀୟ ଜନତା ପାର୍ଟିର ସରକାର ଅଶାନ୍ତର ବାତାବରଣରେ ଭରି ଦେଇଛି । ବିଜେପି ଦଳ ଗୋଟିଏ ଜେନ୍ ଜି ବିରୋଧୀ ଦଳ ଭାବେ ଭାରତବର୍ଷରେ ସୁନାମ ଅର୍ଜନ କରିଥିବା ବେଳେ ଓଡ଼ିଶାରେ ଜେନ୍ ଜି ମାନଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଭରପୂର ପ୍ରୟାସ ଜାରି ରଖିଛି । ସରକାର ନିର୍ବାଚନ ଘୋଷଣା ପରେ କଲେଜ ମାନଙ୍କରେ ବିଜ୍ଞପ୍ତି ପ୍ରକାଶ ପାଇଲା, ତଦନୁଯାୟୀ ପିଲାମାନେ ନାମାଙ୍କନ ପତ୍ର ଭରିଲେ । ମାତ୍ର ଆଜି ପିଲାମାନେ ନାମାଙ୍କନ ପତ୍ର ଦାଖଲ କରିସାରିଲା ପରେ ୪.୨୫ ମିନିଟ୍ ସମୟରେ ରମାଦେବୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୦୮.୧୦.୨୦୨୬ ଗତକାଲିର ଏକ ବିଜ୍ଞପ୍ତି ପ୍ରକାଶ କରାଗଲା । ଯେଉଁଥିରେ କିଛି ନୂତନ ନିୟମ ସାମ୍ନାକୁ ଆସିଲା, ଯାହାଦ୍ୱାରା ବହୁ ଛାତ୍ର ନେତାମାନଙ୍କ ପ୍ରାର୍ଥୀପତ୍ର ନାକଚ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦି ଏହିଭଳି ଭାବେ ସାରା ଓଡ଼ିଶାରେ ହୋଇଥିବ, ତାହେଲେ କୌଣସି ଜାଗାରେ ଆମେ ଛାତ୍ର ସଂସଦ ନିର୍ବାଚନ କରାଇ ଦେବୁ ନାହୁଁ । ସେଥିପାଇଁ ବିଜୁ ଛାତ୍ର ଜନତା ଦଳ ସରକାର ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଚେତାଇ ଦେଉଛୁ, ବେଳ ଥାଉଁ ଥାଉଁ ସୁଧୁରିଯାଅ, ନଚେତ ରାଜରାସ୍ତାରେ ଲଢ଼େଇ ପାଇଁ ପ୍ରସ୍ତୁତ ରୁହ ।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ