ଛୋଟ ପିଲାଙ୍କ ପାଇଁ କଂଗ୍ରେସ ନେତୃବୃନ୍ଦ ରାଜରାସ୍ତାରେ ସଂଗ୍ରାମ କରିବେ : ଦେଶାଇ

ଭୁବନେଶ୍ୱର : କଂଗ୍ରେସ ଭବନଠାରେ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ ଗଣମାଧ୍ୟମକୁ ଏକ ବିବୃତି ଦେଇ କହିଛନ୍ତି ଯେ, ବିଜେପି ଓଡ଼ିଆ ଅସ୍ମିତା ନାମରେ ସରକାରକୁ ଆସି ବର୍ତ୍ତମାନ ଓଡ଼ିଆଙ୍କ ସମ୍ମାନକୁ ସମସ୍ତ କ୍ଷେତ୍ରରେ ବଦନାମ କରୁଛନ୍ତି l
ଓଡିଶା ସରକାରଙ୍କ ପାଠ୍ୟ ପୁସ୍ତକ ତ୍ରୁଟି ବିଷୟରେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଲେ ଯେ, ପାଠ୍ୟ ପୁସ୍ତକରେ ମୋଟ 1678 ତ୍ରୁଟି ହେବା ସାଧାରଣ ଘଟଣା ନୁହେଁ, ପୁଣି ପିଲାଙ୍କ ପଢାବହିରେ ଓଡିଶା ବିଧାନସଭା ଫୋଟୋ ସ୍ଥାନରେ କର୍ଣ୍ଣାଟକ ବିଧାନସଭାର, କୋଣାର୍କ ମନ୍ଦିର ସ୍ଥାନରେ ହାମ୍ଫିର ଫୋଟୋ ଆଦି ଛାପିବା ଗୁରୁତର ତ୍ରୁଟି ରହିଛି l ଓଡ଼ିଶାରେ ପ୍ରାୟ 10 ହଜାର ସରକାରୀ ସ୍କୁଲରେ ତାଲା ପଡିଛି l 80 ହଜାର ଶିକ୍ଷକ ପଦବୀ ଖାଲି ପଡିଛି l ସରକାର ସାମାନ୍ୟ କିଛି ପଦକ୍ଷେପ ନେଇ ନିଜ ଦାୟିତ୍ୱ ଶେଷ କରି ଦେଇଛନ୍ତି l ପିଲାଙ୍କ ସାମାନ୍ୟ ବହି ଠିକ ଭାବରେ ଛପେଇ ନ ପାରିବା କଣ ଓଡ଼ିଆ ଅସ୍ମିତା ବୋଲି ଶ୍ରୀ ଦେଶାଇ ପ୍ରଶ୍ନ କରିଛନ୍ତି l
କଂଗ୍ରେସର ଆଗାମୀ ପଦକ୍ଷେପକୁ ନେଇ ସେ କହିଛନ୍ତି ଯେ, ଛୋଟ ପିଲା ରାଜରାସ୍ତାକୁ ଆସିବା ଦରକାର ନାହିଁ, ତାହା ବଦଳରେ କଂଗ୍ରେସ ଦଳର କର୍ମକର୍ତ୍ତା ଶିକ୍ଷାର ସଂସ୍କାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ପାଇଁ ସାରା ଓଡ଼ିଶାରେ ଆନ୍ଦୋଳନ କରିବେ ବୋଲି ଶ୍ରୀ ଦେଶାଇ କହିଛନ୍ତି l
ନିଜ ଉକ୍ତିର ପୁନରାବୃତ୍ତି କରି 7 ଦିନ ମଧ୍ୟରେ ଇସ୍ତଫା ନଚେତ ଓଡିଶା ବନ୍ଦ ଡାକରା ହେବ ବୋଲି ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି l ସେ ପୁଣି କହିଛନ୍ତି ଯେ, ଯଦି କର୍ତ୍ତବ୍ୟରେ ଅବହେଳା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେଲେ ତେବେ ପାଠ୍ୟ ପୁସ୍ତକରେ ଅକ୍ଷମଣୀୟ ଭୁଲ ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ କାହିଁକି ଦେବେ ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି l ଆଜି ସନ୍ଧ୍ୟା 5 ଟାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀନେଇ କଂଗ୍ରେସ ଭବନରୁ ଏକ ବିଶାଳ ପଦଯାତ୍ରା ଲୋକସେବା ଭବନକୁ ଶ୍ରୀ ଦେଶାଇ ଓ ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ ଏବଂ କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା ପ୍ରତିବାଦ ଯାତ୍ରାରେ ସାମିଲ ହେବେ ବୋଲି ଶ୍ରୀ ଦାସ କହିଛନ୍ତି l
ଏହି ପ୍ରେସ ବିବୃତ୍ତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଓପିସିସି ଉପସଭାପତି (ସଂଗଠନ) ସନ୍ତୋଷ ସିଂ ସାଲୁଜା, ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଜଗଦାନନ୍ଦ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ l

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ