ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଉମରକୋଟ: ନବରଙ୍ଗପୁରଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା କେନାଲ ପାର୍ଶ୍ୱ ସଂରକ୍ଷିତ ଜଙ୍ଗଲରୁ ଜଣେଅଜଣାମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ତାଙ୍କର ବୟସ ୪୦ରୁ ୪୫ ଵୋଲି ଅନୁମାନ କରାଯାଉଛି। ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ ଦେଖି ପୁଲିସ କୁ ଖବର ଦେଇଥିଲେ। ମହିଳାଙ୍କ ମୃତଦେହ କ୍ଷତବିକ୍ଷତ ହେବା ସହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିବା ପରେ ଘଟଣାକୁ ନେଇ ବିଭିନ୍ନ ପ୍ରକାରର ସନ୍ଦେହ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ମହିଳାଙ୍କ ଜୋତା ସହ କିଛି ପୋଷାକ ପଡ଼ିଥିବା ଦେଖିବାକୁ ମିଳିଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଉଛି।
ଖବର ପାଇ ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚି ମୃତଦେହ ନିକଟରେ ପୁଲିସ ମୁତୟନ ରହିଛନ୍ତି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ଏହା ହତ୍ୟାକାଣ୍ଡ ନା ଅନ୍ୟ କୌଣସି କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ନବରଙ୍ଗପୁରରୁ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ କୌଣସି ପରିଚୟ ମିଳିନାହିଁ।

  • Related Posts

    ବାତ୍ୟା ଭୟ, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର

    ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକାଳେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତର ରୂପ ନେବ । ୨୬ ଅକ୍ଟୋବର…

    Continue reading
    ବଡ଼ ଖବର: ବାତ୍ୟା। ସ୍ପଷ୍ଟ କଲେ ଆଇଏମଡି ଡିଜି : ୨୮ ସକାଳେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବ

    ଭୁବନେଶ୍ୱର: ୨୬ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା। ସ୍ପଷ୍ଟ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ଅବପାତ, ୨୫ରେ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି। ୨୬ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି