
ଦେବଗଡ଼: ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ବିଭାଗ ଓ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ସ୍ଥାନୀୟ ଇନ୍ଡୋର ଷ୍ଟାଡିୟମରେ ଆଜି ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟଅତିଥି, ଅତିରିକ୍ତ ଏସ୍ପି ଧିରଜ ଚୋପଦାର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଜିଲ୍ଲା କ୍ରୀଡ଼ା ସଂସଦର ଉପସଭାପତି ସତ୍ୟ ନାରାୟଣ ମିଶ୍ର, ବରିଷ୍ଠ କ୍ରୀଡ଼ାବିତ ହେମନ୍ତ ମହାପାତ୍ର, ଜାତୀୟ ହକି ଖେଳାଳି ୱିଲସନ ମିଞ୍ଜ, ଜିଲ୍ଲା କ୍ରୀଡ଼ା ସଂସଦର ସମ୍ପାଦକ ଧୀରେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହାପରେ ଏକ ଶପଥପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ମାର୍କଣ୍ଡେଶ୍ବର ଶତପଥୀ, ପ୍ରଭାସ ମିଶ୍ର, ସୁଧୀର ଦାସ, ଡିଲେଶ୍ବର ପ୍ରଧାନ, ପ୍ରଫୁଲ୍ଲ ନାୟକ, ଏମ୍ଡି ନସିର ଖାନ୍, ପଦ୍ମିନୀ ଦାଶ ମହାପାତ୍ର, ଡିଲେଶ୍ୱର ସ୍ୱାଇଁ, ଲୁଥାର ଟପ୍ନୋ, ସୁବାସ ଭୋଇ, ପ୍ରଦୀପ ବେହେରା, କିଶୋର ରାୟ, ଦୀପକ ଏକ୍କା, ବେଲାସ ଏକ୍କାଙ୍କ ସମେତ ବହୁ କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡିଆଇପିଆର୍ଓ ମନୋରଞ୍ଜନ ସୂତାର ପରିଚାଳନା କରିଥିଲେ।




