ଜାତୀୟ ସୁରକ୍ଷା ପ୍ରତି ବିପଦ ଆଶଙ୍କାରେ ଭାରତରେ ଏପ୍ରିଲ୍‌ରୁ ଚୀନ ସିସିଟିଭି ନି‌ଷିଦ୍ଧ

ନୂଆଦିଲ୍ଲୀ:ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନ କମ୍ପାନି ନିର୍ମତ ସିସିଟିଭିକୁ ଭାରତରେ ବିକ୍ରିକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଚୀନର କମ୍ପାନିଗୁଡ଼ିକ ଇଣ୍ଟରନେଟ୍‌ ସହ ସଂଯୋଗ ହେଉଥିବା ସିସିଟିଭି କ୍ୟାମେରା ଓ ସେହି ଧରଣର ଭିଡିଓ ନିରୀକ୍ଷଣ ଉତ୍ପାଦକୁ ଏପ୍ରିଲ୍‌ ୧ରୁ ଭାରତରେ ବିକ୍ରି କରିପାରିବେ ନାହିଁ। ସରକାର ଏକ ନୂଆ ସାର୍ଟିଫିକେସନ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଭାରତରେ ସିସିଟିଭି ବିକ୍ରି କରିବା ପୂର୍ବରୁ କମ୍ପାନିମାନଙ୍କୁ ପ୍ରଥମେ ସେହି ସାର୍ଟିଫିକେସନ ହାସଲ କରିବାକୁ ପଡ଼ିବ। ଭିଡିଓ ଜରିଆରେ ନିରୀକ୍ଷଣ ବା ନଜର ରଖିବା ଉତ୍ପାଦଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଭାବେ ବିଚାର କରାଯାଉଛି। କାରଣ ତାହା ଜରିଆରେ ବିମାନବନ୍ଦର, ସରକାରୀ କୋଠା ଓ ପରିବହନ ପେଣ୍ଠସ୍ଥଳଗୁଡ଼ିକର ଅନେକ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରାଯାଉଛି। ବିଦେଶରେ ନିର୍ମିତ ସିସିଟିଭି ଜରିଆରେ ତଥ୍ୟ ଚୋରି ଆଶଙ୍କା ରହିଛି। ଭାରତରେ ଆଉ ନିଜର ସିସିଟିଭି ବିକ୍ରି କରିପାରିବେ ନାହିଁ। ସରକାରଙ୍କ ନିଷ୍ପତ୍ତି ଦ୍ବାରା ଚୀନର ପ୍ରମୁଖ ସିସିଟିଭି ନିର୍ମାତା ହିକଭିଜନ ଓ ଡାହୁଆ ଟେକ୍ନୋଲୋଜି ପ୍ରଭାବିତ ହେବେ। କିନ୍ତୁ ଏହି ନିଷ୍ପତ୍ତି ଘରୋଇ ସିସିଟିଭି ନିର୍ମାତାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଭାରତରେ ବର୍ଷକୁ ୭୫୦ କୋଟି ଡଲାରରୁ ଅଧିକ ମୂଲ୍ୟର ସିସିଟିଭି କ୍ୟାମେରା ବିକ୍ରି ହେଉଛି। ପୂର୍ବରୁ ବଜାରରେ ଚୀନ ବ୍ରାଣ୍ଡ୍‌ଗୁଡ଼ିକର ଆଧିପତ୍ୟ ଥିଲା। ମୋଟ୍‌ ବିକ୍ରିରେ ସେମାନଙ୍କ ଭାଗ ଏକ ତୃତୀୟାଂଶ ଥିଲା। କିନ୍ତୁ ଅଳ୍ପ ଦିନ ଭିତରେ ସିପି ପ୍ଲସ୍‌ କ୍ୟୁବୋ, ଫ୍ରାମା, ମ୍ୟାଟ୍ରିକ୍ସ ଓ ସ୍ପର୍ଶ ଭଳି ଘରୋଇ କମ୍ପାନି ସେମାନଙ୍କ ନେଟ୍‌ୱର୍କକୁ ଦ୍ରୁତ ଗତିରେ ବିସ୍ତାର କରି ବଜାରର ସିଂହ ଭାଗ ହାସଲ କରିବାରେ ସଫଳ ହୋଇଛନ୍ତି। ସେମାନେ ତାଇୱାନ୍‌ ଚିପ୍‌ସେଟ୍‌ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ସିସିଟିଭି ବଜାରର ୮୦ ଭାଗ ସ୍ଥାନୀୟ କମ୍ପାନିଙ୍କ କବ୍‌ଜାରେ ରହିଛି।

Related Posts

ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍‌ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…

Continue reading
‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ