ଜାମ୍ମୁ-କାଶ୍ମୀରର କିସ୍ତୱାଡ ଜିଲାରେ ବାଦଲଫଟା ବର୍ଷାରେ ୪୬ ମୃତ ଓ ୧00ରୁ ଅଧିକ ଆହତ

ଶ୍ରୀନଗର,15। 08: ଜାମ୍ମୁ-କାଶ୍ମୀରର କିସ୍ତୱାଡ ଜିଲାରେ ଗୁରୁବାର ବାଦଲଫଟା ବର୍ଷା ଯୋଗୁଁ ୪୬ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଇଛି। ୬୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେମଧ୍ୟ ୨୦୦ରୁ ଅଧିକ ନିଖୋଜ ଅଛନ୍ତି। ସେମାନଙ୍କୁ ଠାବ କରିବା ଉଦ୍ୟମ ଜାରି ରହିଛି। ଏସଡିଆରଏଫ୍‌ ଓ ଏନଡିଆରଏଫ୍‌ ସମେତ ସେନା ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଧ୍ବଂସସ୍ତୂପ ତଳେ ଅଧିକାଂଶ ପୋତି ହୋଇପଡିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ କିସ୍ତୱାଡର ଛୋସିତି ଗ୍ରାମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ସାମିଲ ଥିବା କୁହାଯାଇଛି। ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା କଷ୍ଟକର ହୋଇପଡୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିବାବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଇତିମଧ୍ୟରେ ଏହି ଘଟଣାକୁ ନେଇ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଆଲୋଚନା କରିଥିବାବେଳେ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଓମାର ତାଙ୍କ ବାସଭବନରେ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିଥିବା ଜଣାପଡିଛି। ଅପରପକ୍ଷରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପୁଲିସ, ପ୍ରଶାସନ ଓ ସେନାକୁ ନିର୍ଦେଶ ଦେଇଛନ୍ତି। କିସ୍ତୱାଡ ଡେପୁଟି କମିସନର ପଙ୍କଜ ଶର୍ମା ଓ ଏସ୍‌ଏସ୍‌ପି ନରେଶ ସିଂହ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି। ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଇଛି। ବାଦଲଫଟା ବର୍ଷା ପରେ ‘ମାଛାଇଲ ମାତା ଯାତ୍ରା’କୁ ସାମୟିକ ଭାବେ ବାତିଲ କରାଯାଇଛି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ