ଜୀବନର ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ଶିକ୍ଷା ହିଁ ବଳିଷ୍ଠ ମାଧ୍ୟମ : ରାଜ୍ୟପାଳ

ଭୁବନେଶ୍ୱର : ଜୀବନର ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ଶିକ୍ଷା ହିଁ ବଳିଷ୍ଠ ମାଧ୍ୟମ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମ ପାଟି କହିଛନ୍ତି । ଚଳିତ ନଭେମ୍ବର ୫ତାରିଖ ରାଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ୧୭ତମ ଜନଜାତି ଯୁବ ବିନିମୟ କାର୍ୟ୍ୟକ୍ରମରେ ସାମିଲ ହୋଇଥିବା ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଯୁବ ପ୍ରତିନିଧିଙ୍କ ସହ ଭାବ ବିନିମୟ ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏତଦ୍‌ବ୍ୟତୀତ ଜନଜାତି ଯୁବକମାନେ ସେମାନଙ୍କର ଅଧିକାର, ଦାୟିତ୍ୱ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା ବିଷୟରେ ଅବଗତ ରହିବାକୁ ଆହ୍ୱାନ ଜଣାଇଛନ୍ତି । “ମେରା ଯୁବା ଭାରତ” ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଗୃହ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ହେଉଥିବା “୧୭ତମ ଜନଜାତି ଯୁବ ବିନିମୟ” କାର୍ୟ୍ୟକ୍ରମରେ ଏହି ଗ୍ରୁପରେ ଉପରୋକ୍ତ ୫ଟି ରାଜ୍ୟର ୨୦୦ ଯୁବ ପ୍ରତିନିଧି ସାମିଲ ହୋଇଛନ୍ତି ।

ଯୁବ ପ୍ରତିନିଧିମାନଙ୍କ ସହ ରାଜ୍ୟପାଳ ଭାବ ବିନିମୟ କରିବା ଅବସରରେ ସେମାନଙ୍କର ଶିକ୍ଷା, ଭବିଷ୍ୟତ ଲକ୍ଷ୍ୟ ସଂପର୍କରେ ପଚାରିବୁଝିବା ସହ ଏ ଦିଗରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ରାଜ୍ୟପାଳ କହିବା ସହିତ ଏ ସବୁ ଯୋଜନା ବିଷୟରେ ଭଲ ଭାବେ ସଚେତନ ହେଲେ ସେମାନେ ଏହା ଦ୍ୱାରା ଲାଭାନ୍ୱିତ ହେବେ ବୋଲି ରାଜ୍ୟପାଳ କହିଥିଲେ । ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ଯୁବ ପ୍ରତିନିଧିମାନେ ଅବଗତ ଅଛନ୍ତି କି ନାହିଁ ରାଜ୍ୟପାଳ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତିବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନା ସଂପର୍କରେ ଆଲୋଚନା କରି ଏହି ଯୋଜନା ଅଧିନରେ ଅତି ସ୍ୱଳ୍ପ ପ୍ରିମିୟମରେ କିପରି ପରିବାର ଉପକୃତ ହୋଇଥାଏ ତାହା ଅବତାରଣା କରି ଏ ଦିଗରେ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବାକୁ ରାଜ୍ୟପାଳ କହିଥିଲେ । ଯେଉଁ ଯୁବକ ଯୁବତୀମାନେ ଚାକିରୀ ନ କରି ନିଜେ ବିକଳ୍ପ ଧନ୍ଦା କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଛି ।

ମୁଦ୍ରା ଯୋଜନାରେ କିପରି ଯୁବକ ଯୁବତୀ ଋଣ ପାଇ ସ୍ୱାବଲମ୍ବୀ ହେବାସହ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ ସେ ସଂପର୍କରେ ରାଜ୍ୟପାଳ ମାର୍ଗଦର୍ଶନ କରିଥିଲେ । ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ପାଇଁ କର୍ମ ସଂସ୍ଥାନ ସୃଷ୍ଟି କରିବା ନିମନ୍ତେ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଏତଦ୍‌ ବ୍ୟତୀତ ବୈଷୟିକ ଜ୍ଞାନ କୌଶଳ, ସାଇବର ଅପରାଧ ନିରାକରଣ ସଂପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ସରକାରୀ ଯୋଜନା ଓ କାର୍ୟ୍ୟକ୍ରମ ସଂପର୍କରେ ସଚେତନ ହୋଇ ଅନ୍ୟମାନଙ୍କୁ ସେଚତନ କରାଇପାରିଲେ ନିଜେ ତଥା ସମାଜର ପ୍ରଭୁତ ଉନ୍ନତି ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ । ଏତଦ୍‌ବ୍ୟତୀତ ଯୁବ ପ୍ରତିନିଧିମାନେ ମଧ୍ୟ ନିଜ ଅଭିଜ୍ଞତା ବାଂଟିଥିଲେ । ରାଜ୍ୟପାଳ ସେମାନଙ୍କ ସହିତ ଭାବ ବିନିମୟ କରି ଆନନ୍ଦ ପ୍ରକାଶ କରିଥିଲେଏବଂ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପାରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜନଜାତି ଯୁବବିନିମୟ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସିଆରପିଏଫ୍‌ ଡିଆଇଜି ଭରତ ଭୂଷଣସେଠୀ, ‘ମେରା ଯୁବା ଭାରତ’ଓଡ଼ିଶା ରାଜ୍ୟ ନିର୍ଦ୍ଦେଶକ ଶିବାଜୀ ଖରାଟ, ଡେପୁଟି ଡିରେକ୍ଟର ଶକ୍ତି ସ୍ୱରୁପ ସିଂହମଂଚାସୀନ ଥିଲେ । ଡିଷ୍ଟ୍ରିଟୟୁଥ ଅଫିସରଖୋର୍ଦ୍ଧା ନିଖିଲ୍‌ କୋକୁଲ୍ଲା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ବଡ଼ ଖବର: ୧୫ରେ ଛାତ୍ର ସଂସଦ ନିର୍ବାଚନ

    ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ