ଜୁଲାଇ ୩ରୁ ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଜୁଲାଇ ୩ରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବ ବୋଲି ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଶ୍ରୀ ଅମରନାଥ ଜୀ ସ୍ରାଇନ ବୋର୍ଡ’ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ୫୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଅଗଷ୍ଟ ୨୮ରେ ଶେଷ ହେବ। ଏଥିପାଇଁ ଚଳିତମାସ ୧୫ରୁ ନାମ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ। ଆଗ୍ରହୀ ଶ୍ରଦ୍ଧାଳୁମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ, ଆଇସିଆଇସିଆ ୟଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ୍‌ର ଦେଶବ୍ୟାପୀ ୫୫୦ ଶାଖାରେ ନାମ ପଞ୍ଜୀକରଣ କରିପାରିବେ ବୋଲି ଜଣାପଡିଛି। ଏଥିପାଇଁ ସଂପୃକ୍ତ ବ୍ୟାଙ୍କଗୁଡିକରେ ହେଲ୍‌ପ ଡେସ୍କ ସ୍ଥାପନ କରାଯିବା ସହ ବ୍ୟାଙ୍କ କର୍ମଚାରୀଙ୍କୁ ଆଗୁଆ ତାଲିମ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ୧୩ରୁ ୭୦ ବର୍ଷ ବୟସର ଭକ୍ତଙ୍କୁ ଏହି ଯାତ୍ରା ନିମନ୍ତେ ଅନୁମତି ପ୍ରଦାନ କରାଯିବ।

ଦୁଇଟି ରୁଟ୍‌ ଯଥା ପହଲଗାଓଁ ଏବଂ ବାଲ୍‌ତାଲ ଦେଇ ଭକ୍ତମାନେ ଅମରନାଥ ଗୁମ୍ଫାରେ ବରଫ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇବେ। ଭକ୍ତମାନେ ପ୍ରଥମେ ଜାମ୍ମୁରେ ପହଞ୍ଚିବା ପରେ ସେମାନଙ୍କୁ ବିଭିନ୍ନ ଦଫାରେ କଡା ସୁରକ୍ଷା ମଧ୍ୟରେ ଶ୍ରୀନଗର ନିଆଯିବ। ସେଠାରୁ ସେମାନେ ପହଲଗାଓଁ କିମ୍ବା ବାଲ୍‌ତାଲ୍‌ ରୁଟ୍‌ରେ ଯାତ୍ରାରମ୍ଭ କରିବେ। ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ସ୍ବୀକୃତିପ୍ରାପ୍ତ ଡାକ୍ତରଙ୍କ ନିକଟରୁ ସ୍ବାସ୍ଥ୍ୟଗତ ପ୍ରମାଣପତ୍ର ଯୋଗାଡ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏଥିପାଇଁ ସ୍ରାଇନ ବୋର୍ଡ ତରଫରୁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସ୍ବୀକୃତିପ୍ରାପ୍ତ ମେଡିକାଲ ଏବଂ ଡାକ୍ତରଙ୍କ ତାଲିକା ଜାରି କରାଯାଇଛି। ପଞ୍ଜୀକରଣ ସମୟରେ ଠିକ୍‌ ଆଧାର କାର୍ଡ ଓ ଯୋଗାଯୋଗ ନମ୍ବର ଉଲ୍ଲେଖ କରିବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ