ଜେଲ୍ ଛକରୁ ଜବରଦଖଲ ଉଚ୍ଛେଦ

ଦେବଗଡ:ପୌରାଞ୍ଚଳର ଜେଲ ଛକରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ବହୁ ବର୍ଷ ହେଲା ଜେଲ ଛକରେ ଥିବା ସରକାରୀ ଜାଗାରେ ଦୋକାନ ଗୃହ ଏବଂ କ୍ୟାବିନ ନିର୍ମାଣ କରି ବ୍ୟବସାୟୀମାନେ ନିଜ ପରିବାର ପ୍ରତିପୋଷଣ କରୁଥିଲେ।ତେବେ ଆଜି ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ସମସ୍ତ ଦୋକାନ ଗୃହ ଏବଂ କ୍ୟାବିନ ଭାଙ୍ଗି ଦେବା ସହିତ ଜବରଦଖଲ ଉଚ୍ଛେଦ କରାଯାଇଛି । ଦେବଗଡ ତହସିଲଦାର କର୍ଣ୍ଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ପୁଲିସ ଉପସ୍ଥିତି ରେ
ଜବର ଦଖଲ ଉଚ୍ଛେଦ କରାଯାଇଥିଲା ।ଉକ୍ତ ସରକାରୀ ସ୍ଥାନରେ ପ୍ରଶାସନ ତରଫରୁ କୌଣସି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।ପୂର୍ବରୁ ସେମାନଙ୍କୁ ଉଚ୍ଛେଦ ପାଇଁ ନୋଟିସ ମଧ୍ୟ ଦିଆଯାଇଥିଲା।

  • Related Posts

    ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର

    କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ…

    Continue reading
    ପୋଲିସ-ଅନଲାଇନ ଚାଳକ ମୁହାଁମୁହିଁ ଘଟଣା: ବର୍ତ୍ତମାନ ସୁଦ୍ଧା ୧୧୩ ଗିରଫ

    ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ