
ଦେବଗଡ଼:ମୁଖ୍ୟ ନିର୍ବାଚନ କମିଶନର ପଦରୁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ ଦାବି କରିଛି ଜିଲ୍ଲା କଂଗ୍ରେସ।ଏନେଇ ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ବରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି। କିନ୍ତୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଉକ୍ତ ଦାବି ପତ୍ର ଗ୍ରହଣ କରିଥିଲେ। ଏଥିରେ ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ,ସାଧାରଣ ସମ୍ପାଦକ ଶ୍ରୀତମ ସାହୁ,ଏସଟି ସେଲ ଅଧ୍ୟକ୍ଷ ସୁଶୀଲ ଗୁଡ଼ିଆ,ଏସସି ସେଲ୍ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାତ୍ର,ସମ୍ପାଦକ ସୁଶୀଲ ମାଝୀ, ସନ୍ତୋଷ ଉଦବାରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ







