ଟପ୍ ମାଓନେତା ଅସୀମ ମଣ୍ଡଳ ଗିରଫ, ମୁଣ୍ଡରେ ଥିଲା ୨.୨୦ କୋଟି ପୁରସ୍କାର

କୋଲକାତା: ପଶ୍ଚିମବଙ୍ଗ ପୁଲିସକୁ ଗୁରୁବାର ବଡ଼ ସଫଳତା ମିଳିଛି । କୋଲକାତା ପୁଲିସ ଏସ୍‌ଟିଏଫ୍ ସିପିଆଇ ମାଓବାଦୀର ଜଣେ ବଡ଼ ନେତାଙ୍କୁ ଗିରଫ କରିଛି । ସେ ହେଉଛନ୍ତି ଅସୀମ ମଣ୍ଡଳ ଓରଫ ଆକାଶ । ସେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ । ପଶ୍ଚିମବଙ୍ଗ ରାଜ୍ୟ କମିଟି-୧ର ବି ସମ୍ପାଦକ । ଅସୀମ ମଣ୍ଡଳଙ୍କ ମୁଣ୍ଡରେ ମୋଟ ୨.୨୦ କୋଟି ଟଙ୍କାର ପୁରସ୍କାର ରହିଥିଲା ।
ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଅନ୍ତର୍ଗତ ପଟାଶପୁର ଅଞ୍ଚଳରୁ ଅସୀମଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୁଲିସକୁ ପ୍ରଶଂସା କରିଛନ୍ତି । ପୁଲିସ ମୁତାବକ, ଅସୀମ ଦୀର୍ଘବର୍ଷ ହେଲା ଫେରାର ଥିଲେ । ପ୍ରାୟ ୧୫ ବର୍ଷ ହେଲା ବିଭିନ୍ନ ରାଜ୍ୟର ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ପୁଲିସ ଏବେ ତାଙ୍କୁ ପଚରାଉଚରା କରୁଛି । ତାଙ୍କ ସହ ଯୋଗାଯୋଗରେ ଥିବା ଅନ୍ୟ ମାଓନେତା ଏବଂ ନେଟୱର୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ।
ସୂତ୍ର ଅନୁସାରେ, ମାଓନେତା ଅସୀମ ୧୮ ବର୍ଷ ପରେ ଶ୍ୱଶୁର ଘର ବୁଲି ଆସିଥିଲେ । ରାତିରେ ପରିବାର ସହ ଭୋଜନ କରିଥିଲେ । ଏହାପରେ କିଛି ସମୟ କଥାବାର୍ତ୍ତା କରି ଶୋଇଯାଇଥିଲେ । କିନ୍ତୁ ସକାଳ ହେବା ବେଳକୁ ଚିତ୍ର ବଦଳି ଯାଇଥିଲା । ଭୋର ସମୟରେ ଏସ୍ଟିଏଫ୍ ଟିମ୍ ପହଞ୍ଚି ଘରକୁ ଚାରିପଟୁ ଘେରିଯାଇଥିଲା । ଏହାପରେ ଅସୀମଙ୍କୁ ଗିରଫ କରି ନେଇଯାଇଥିଲା । ପଟାଶପୁର ଥାନା ନୈପୁର ପଞ୍ଚାୟତର ମଣିନାଥପୁରରେ ଏହି ଗିରଫଦାରି ହୋଇଛି । ଅସୀମଙ୍କ ନିଜ ଘର ପଶ୍ଚିମ ମେଦିନୀପୁର ଜିଲ୍ଲା ଚନ୍ଦ୍ରକୋନା ଥାନା ଅଞ୍ଚଳରେ ।

  • Related Posts

    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading
    ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ନେତନ୍ୟାହୁ

    ନୂଆଦିଲ୍ଲୀ:   ମୃତ୍ୟୁ ସହ ଲଢି ଫ୍ଲାଏଦୁବାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତନ୍ୟାହୁ । ଇସ୍ରାଏଲ, ଭାରତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ