ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଦେଖି ଆକ୍ରମଣକାରୀ ଯୋଜନା ବଦଳାଇଥିବା ତଦନ୍ତ ସହ ଜଡ଼ିତ ସୂତ୍ର ଦାବି କରିଛନ୍ତି।ସୂଚନା ଅନୁସାରେ, ଆକ୍ରମଣକାରୀମାନେ ପ୍ରଥମେ ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟସ୍‌ରେ ଥିବା ସଲମାନ ଖାନ୍‌ଙ୍କ ଘର ନିକଟରେ ରେକି କରିଥିଲେ। କିନ୍ତୁ ସେଠାରେ ମୁତୟନ ଥିବା କଡ଼ା ପୋଲିସ ସୁରକ୍ଷା ଯୋଗୁଁ ସେମାନେ ନିଜ ଯୋଜନାରେ ସଫଳ ହୋଇପାରିନଥିଲେ।ଏହାପରେ କମ୍ ସୁରକ୍ଷା ଥିବା ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିବାକୁ ନିର୍ଦ୍ଦେଶ ମିଳିଥିବା ସୂତ୍ର ଦାବି କରିଛି। ଏହି କ୍ରମରେ ଟାଇଗର ଶ୍ରଫ୍‌ଙ୍କୁ ଟାର୍ଗେଟ୍ କରାଯାଇଥିବା କୁହାଯାଉଛି। ଅଭିଯୁକ୍ତମାନେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଓ ଆମିର ଖାନ୍‌ଙ୍କ ଘର ନିକଟରେ ମଧ୍ୟ ରେକି କରିଥିବା ତଦନ୍ତ ସୂତ୍ରରୁ ଜଣାପଡ଼ିଛି।
ଅକ୍ଟୋବର ୧୯ରେ ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ନରସି ଗ୍ରାଉଣ୍ଡରୁ ଫୁଟବଲ୍ ଖେଳି ଫେରୁଥିବା ବେଳେ ଟାଇଗର ଶ୍ରଫ୍‌ଙ୍କ କାର୍‌କୁ ଟାର୍ଗେଟ୍ କରି ଗୁଳିମାଡ଼ ହୋଇଥିଲା। ଦୁଇ ଜଣ ଆକ୍ରମଣକାରୀ ପ୍ରାୟ ୭ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଅନ୍ୟ ଜଣେ ସହଯୋଗୀ ବାଇକ୍‌ରେ ଅପେକ୍ଷା କରିଥିଲା।ଘଟଣା ପରେ ଅଭିଯୁକ୍ତମାନେ ବାଇକ୍‌ଟିକୁ ଆନ୍ଧେରୀ ପଶ୍ଚିମ ରେଳ ଷ୍ଟେସନ ନିକଟରେ ଛାଡ଼ି ଟ୍ରେନ୍‌ରେ ଜୟପୁର ଯିବାକୁ ଉଦ୍ୟମ କରିଥିଲେ। ତେବେ ମୁମ୍ବାଇ ପୋଲିସ ୨୪ ଘଣ୍ଟା ମଧ୍ୟରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ଟାଇଗର ଶ୍ରଫ୍‌ ଓ ତାଙ୍କ ପ୍ରଶଂସକଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଉପରେ ନଜର ରଖୁଥିବା ସୂଚନା ମିଳିଛି। ଟାଇଗର ନିୟମିତ ଭାବେ ଫୁଟବଲ୍ ଖେଳିବାକୁ ଆସୁଥିବା ସମ୍ପର୍କରେ ଜଣେ ଅଟୋ ଚାଳକ ସେମାନଙ୍କୁ ସୂଚନା ଦେଇଥିବା କୁହାଯାଉଛି।

ଏହି ଘଟଣାରେ ଦେଶୀ ଓ ବିଦେଶୀ ପିସ୍ତଲ ବ୍ୟବହାର ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଆକ୍ରମଣ ପରେ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଭିଯୁକ୍ତମାନେ କେଉଁଠି ଫିଙ୍ଗିଥିଲେ, ତାହା ଜାଣିବାକୁ ପୋଲିସ ଉଦ୍ୟମ କରୁଛି।
ଘଟଣା ପରେ ସଲମାନ ଖାନ୍‌ଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ତାଙ୍କ ସୁରକ୍ଷାରେ ମୁମ୍ବାଇ ପୋଲିସ ସହ ସ୍ୱତନ୍ତ୍ର କମାଣ୍ଡୋ ମୁତୟନ ହୋଇଥିବା ରିପୋର୍ଟରେ କୁହାଯାଇଛି।

ଅନ୍ୟପକ୍ଷରେ, ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସହଯୋଗୀ ଅନିଲ ପଣ୍ଡିତ ଏକ ଅଡିଓ କ୍ଲିପ୍‌ ଜରିଆରେ ଆକ୍ରମଣର ଦାୟିତ୍ୱ ନେଇଥିବା ଦାବି କରାଯାଇଛି। ସଲମାନ ଖାନ୍‌ଙ୍କ ସହ କାମ କରୁଥିବା କିମ୍ବା ତାଙ୍କ ସହ ଜଡ଼ିତ ଲୋକଙ୍କୁ ଧମକ ଦିଆଯାଇଥିବା ମଧ୍ୟ ଅଡିଓରେ ଶୁଣିବାକୁ ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ତେବେ ଏହି ଘଟଣା ପଛରେ କେଉଁମାନଙ୍କର ଭୂମିକା ରହିଛି ଏବଂ ଆକ୍ରମଣର ଯୋଜନା କିଏ କରିଥିଲା, ତାହା ଜାଣିବାକୁ ପୋଲିସର ତଦନ୍ତ ଜାରି ରହିଛି।

  • Related Posts

    ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ…

    Continue reading
    ମାଡ଼ି ଆସୁଛି ସୁପର ଟାଇଫୁନ୍ ଚାମ୍ପି , ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟା

    ନୂଆଦିଲ୍ଲୀ: ମାଡ଼ି ଆସୁଛି ସୁପର ଟାଇଫୁନ୍ ଚାମ୍ପି । ପବନର ବେଗ ୨୯୬ କିମି ରହିବ । ଏହା ୨୦୨୬ମସିହାରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସୁଫର ଟାଇଫୁନ୍ ଚାମ୍ପି ଭୀଷଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି