ଟିନା ଓ ଆଲିଶାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖି ସଫଳତା ହାସଲ କରିଥିବା ରାଜ୍ୟର ଦୁଇ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ରୂପା ତାରକସି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଛାତ୍ରୀ ଭବିଷ୍ୟତରେ ଡାକ୍ତର ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଟିନା ଭବିଷ୍ୟତରେ କାର୍ଡିଓଲୋଜିଷ୍ଟ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଆଲିଶା ନ୍ୟୁରୋଲୋଜିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି। ନିଷ୍ଠା ଓ ପରିଶ୍ରମ ଜାରି ରଖିଲେ ଲକ୍ଷ୍ୟରେ ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ କହିଥିଲେ। ଏହି ସଫଳତା ରାଜ୍ୟର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୁରୀସ୍ଥିତ ମଦର ପବ୍ଲିକ ସ୍କୁଲର ଟିନା ରଥଙ୍କ ପିତା ସମୀର କୁମାର ରଥ ଓ ମାତା ରେଣୁପ୍ରଭା ଦାସ ହୋଇଥିବା‌ ବେଳେ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରୀ ଆଲିଶା ବିଶ୍ୱାଳଙ୍କ ପିତା ହେଉଛନ୍ତି ସୁଦର୍ଶନ ବିଶ୍ୱାଳ ଓ ମାତା ସୌଦାମିନୀ ମଲ୍ଲିକ। ଆଲିଶା କହିଛନ୍ତି ଯେ ବିଦ୍ୟାଳୟରେ ପାଠପଢ଼ା ସହ କୋଚିଂ ନେଉଥିଲି। ବିଭିନ୍ନ ବିଷୟ ପାଇଁ ଅଲଗା ଅଲଗା ସମୟ ଦେଉଥିଲି। ଦୈନିକ ୪ରୁ ୫ ଘଣ୍ଟା ପରିଶ୍ରମ କରୁଥିଲି। ଯେତିକି ସମୟ ପଢ଼ୁଥିଲି ନିଷ୍ଠାର ସହ ପାଠ୍ୟପୁସ୍ତକ ଉପରେ ଧ୍ୟାନ ଦେଉଥିଲି। ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକଗୁଡ଼ିକୁ ଭଲ ଭାବେ ଲାଇନ୍‌ ଅନୁଯାୟୀ ପଢ଼ିଲେ ସଫଳତା ମିଳିବାରେ କୌଣସି ଅସୁବିଧା ହେବ ନାହିଁ। ଆଗକୁ ନିଟ୍‌ ପାଇଁ ଏବେଠାରୁ ପ୍ରସ୍ତୁତ ହେବି ବୋଲି ସେ ଗଣମାଧ୍ୟମରେ କହିଛନ୍ତି।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ