ହେଲେ ସୁପ୍ରିମକୋର୍ଟରେ ୨ନୂତନ ବିଚାରପତିଙ୍କୁ ନିଯୁକ୍ତିଦେଲେ ରାଷ୍ଟ୍ରପତି

ନୂଆଦିଲ୍ଳୀ,28।08: ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାରପତିଙ୍କୁ ବୁଧବାର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ପଦୋନ୍ନତି ପୂର୍ବକ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିବା ଦୁଇ ବିଚାରପତି ହେଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଆଲୋକ ଆରାଧେ ଓ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ବିପୁଲ ଏମ୍ ପାଞ୍ଚୋଲି। ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ ଆଧାରରେ ଏହି ଦୁଇ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ଏହି ନୂଆ ନିଯୁକ୍ତି ଦ୍ବାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୩୪ରେ ପହଞ୍ଚିଛି। ଅନ୍ୟପଟେ ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖରଙ୍କୁ ବମ୍ବେ ହାଇକୋର୍ଟ ଓ ଜଷ୍ଟିସ ପବନକୁମାର ଭିମାପ୍ପା ବଜନଥ୍ରିଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ୧୯୬୪ ଏପ୍ରିଲ ୧୩ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଆରାଧେ ୧୯୮୮ରେ ନିଜର ନ୍ୟାୟିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୭ରେ​‌ ସେ ବମ୍ବେ ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୧ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୧୬ରେ ଜାମ୍ମୁ-କାଶ୍ମୀର ହାଇକୋର୍ଟକୁ ବଦଳି ହୋଇଥିଲେ। ୨୦୧୮ରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସେ କର୍ଣ୍ଣାଟକ ହାଇକୋର୍ଟକୁ ବଦଳି ହୋଇଥିଲେ ଓ ୨୦୨୩ରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୨୫ ଜାନୁଆରୀରେ ସେ ବମ୍ବେ ହାଇକୋର୍ଟକୁ ବଦଳି ହୋଇଥିଲେ। ଜଷ୍ଟିସ ପାଞ୍ଚୋଲି ୧୯୬୮ରେ ଗୁଜରାଟର ଅହମଦାବାଦରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୧ରେ ସେ ନିଜର ଆଇନ କ୍ୟାରିୟର ଆରମ୍ଭ କରିଥିଲେ। ଗୁଜରାଟ ହାଇକୋର୍ଟରେ ସେ ଆଡିସିନାଲ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ୭ବର୍ଷ କାମ କରିଥିଲେ। ୨୦୧୪ରେ ସେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୬ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୨୩ରେ ସେ ପାଟନା ହାଇକୋର୍ଟକୁ ବଦଳି ହୋଇଥିଲେ। ୨୦୨୫ ଜୁଲାଇ ୨୧ରେ ସେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଜଷ୍ଟିସ ପାଞ୍ଚୋଲି ୨୦୩୧ ଅକ୍ଟୋବରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ ଓ ଏହି ପଦରେ ସେ ପ୍ରାୟ ଦୁଇବର୍ଷ ପାଇଁ ରହିବେ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ