ଟ୍ରାକ୍‌ରେ ଚମକିଲେ ପ୍ରଜ୍ଞା, ଅନିମେଷ; ଜିତିଲେ ସ୍ବର୍ଣ୍ଣ

କଟକ: ମହିଳା ହର୍ଡଲର ପ୍ରଜ୍ଞା ପ୍ରଶାନ୍ତି ସାହୁ ଇତିହାସ ରଚିଛନ୍ତି। ପ୍ରଥମ ଓଡ଼ିଆ ଭାବେ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍‌ (ବ୍ରୋଞ୍ଜ) ସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଜ୍ଞା ପ୍ରଶାନ୍ତି ମହିଳା ୧୦୦ ମିଟର ବାଧାଧୌଡ଼ରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରଜ୍ଞା ୧୩.୭୪ ସେକେଣ୍ଡରେ ଫିନିସ୍‌ ଲାଇନ୍‌ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହି ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାମିଲନାଡୁର ନନ୍ଦିନୀ କଙ୍ଗନ ୧୩.୮୦ ସେକେଣ୍ଡ ସହ ରୌପ୍ୟ ଓ ଅଞ୍ଜଳି ସି ୧୪.୦୦ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ୨୦୦ ମିଟର ଦୌଡ଼ରେ ଓଡ଼ିଶାର ଅନିମେଷ କୁଜୁର ୨୦.୭୭ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନିମେଷ ହିଟ୍‌ସରେ ଭଲ ଟାଇମିଂ ହାସଲ କରି ପାରି ନ ଥିବାବେଳେ ଫାଇନାଲରେ ଉନ୍ନତ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଦକ୍ଷିଣ କୋରିଆର କୋ ସୁଙ୍ଗ ୱାନ ୨୦.୯୫ ସେକେଣ୍ଡ ସହ ରୌପ୍ୟ ଓ ତାମିଲନାଡୁର ଜି ରାଗୁଲ କୁମାର ୨୧.୧୭ ସେକେଣ୍ଡରେ ଅତିକ୍ରମ କରି କାଂସ୍ୟ ପଦକ ଜିତିଛନ୍ତି।ମହିଳା ୪୦୦ମିଟର ଦୌଡ଼ରେ କର୍ଣ୍ଣାଟକର ଜି.କେ ବିଜୟ କୁମାର ୫୩.୪୦ ସେକେଣ୍ଡ ସହ ସ୍ବର୍ଣ୍ଣ, ଗୁଜରାଟର ଦିବ୍ୟାନିବା ମହେନ୍ଦ୍ର ୫୩.୮୭ ସେକେଣ୍ଡ ସହ ରୌପ୍ୟ ଗ୍ରେଟ୍‌ ବ୍ରିଟେନର ଲୁଇସ୍‌ ଇଭିନ ୫୪.୨୮ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ୪୦୦ ମିଟର ଦୌଡ଼ରେ ଭାରତର ନୋଏଜ ତ୍ରିଭେନ୍ଦ୍ରମ ୪୫.୭୨ ସେକେଣ୍ଡ ସହ ସ୍ବର୍ଣ୍ଣ, ଅମନ ଜାକବ୍‌ ୪୫.୮୬ ସେକେଣ୍ଡ ସହ ରୌପ୍ୟ ଓ ଟି ସନ୍ତୋଷ କୁମାର ୪୬.୮୯ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି।
ପୁରୁଷ ୧୦୦ ମିଟର ଦୌଡ଼ରେ ମାଲେସିଆର ମହମ୍ମଦ ଅଜିମ ବିନ ୧୦.୩୫ ସେକେଣ୍ଡ ସହ ସ୍ବର୍ଣ୍ଣ, ଶ୍ରୀଲଙ୍କାର ଚାମୋଦ ଏମ୍‌ ୱାଧାସିଙ୍ଘେ ୧୦.୪୩ ସେକେଣ୍ଡ ସହ ରୌପ୍ୟ ଓ ମାଲେସିଆର ଦିନେଶ ଇଫତିକାର ମୁହା ୧୦.୫୦ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ଏଥିରେ ଓଡ଼ିଶାର ଲାଲୁ ପ୍ରସାଦ ଭୋଇ ୧୦.୫୪ ସେକେଣ୍ଡ ସହ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ମହିଳା ଜାଭେଲିନ ଥ୍ରୋର ଭାରତର ଉତ୍ତରପ୍ରଦେଶରୁ ଅନୁ ରାଣୀ ୬୨.୦୧ ମିଟର ଦୂରତ୍ବକୁ ଥ୍ରୋ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ, ଶ୍ରୀଲଙ୍କାର ଏନ.ଡିଏଲ ହାତାରାବାଗଲାଙ୍କା ୫୬.୨୭ ମିଟର ସହ ରୌପ୍ୟ ଓ ଭାରତର ହରିୟାଣାର କରିସ୍ମା ଏସ ସାନିଲ ୫୪.୨୦ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି।
ମହିଳା ୧୦୦ ମିଟର ଦୌଡ଼ ଫାଇନାଲରେ ଭାରରତ ଅବିନ୍ୟା ରାଜାରାଜନ ୧୧.୫୭ ସେକେଣ୍ଡ ସହ ସ୍ବର୍ଣ୍ଣ, କର୍ଣ୍ଣାଟକର ଏସ ଏସ୍‌ ସ୍ନେହା ୧୧.୭୦ କେକେଣ୍ଡ ସହ ରୌପ୍ୟ ଓ ତେଲେଙ୍ଗାନାର ନିତ୍ୟା ଗାନ୍ଧି ୧୧.୭୦ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ୧୧.୮୬ ସେକେଣ୍ଡ ସହ ୫ମ ସ୍ଥାନରେ ରହିଥିଲେ। ପୁରୁଷ ୮୦୦ ମିଟର ଦୌଡ଼ରେ ଭାରତର ମହମ୍ମଦ ଆସଫଲ ୧ ମିନିଟ୍‌ ୪୬.୬୦ ସେକେଣ୍ଡ ସହ ସ୍ବର୍ଣ୍ଣ, ମହାରାଷ୍ଟ୍ରର ପ୍ରକାଶ ଗାନ୍ଧି ୧ ମିନିଟ୍‌ ୪୭.୧୪ ସେକେଣ୍ଡ ସହ ରୌପ୍ୟ ଓ ହରିୟାଣାର କିଷନ କୁମାର ୧ ମିନିଟ୍‌ ୪୮.୦୦ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ୮୦୦ ମିଟର ଦୌଡ଼ରେ ପଞ୍ଜାବର ଅମନଦୀପ କୌର ୨ ମିନିଟ୍‌ ୦୪.୩୧ ସେକେଣ୍ଡ ସହ ସ୍ବର୍ଣ୍ଣ, ହୁଦରାମ ଭୁମିଶ୍ବର ୨ ମିନିଟ୍‌ ୦୬.୯୬ ଦ୍ବିତୀୟ ସ୍ଥାନ ସହ ରୌପ୍ୟ ଓ ଛତିଶଗଡ଼ର ତୋଥା ସଂକୀର୍ତ୍ତନ ୨ ମିନିଟ୍‌ ୦.୭.୧୭ ​‌େ‌ସକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ଲଙ୍ଗଜମ୍ପରେ ଉତ୍ତରପ୍ରଦେଶର ସାହିଲ ସିଂହ ୬.୨୮ ମିଟର ସହ ସ୍ବର୍ଣ୍ଣ, ଭାରତୀୟ ରେଲୱେର ଭବାନୀ ଯାଦବ ଭାର୍ଗବ ୬.୧୩ ସେକେଣ୍ଡ ସହ ରୌପ୍ୟ ଓ ଜେଏମ୍‌ଡବ୍ଲ୍ୟୁର ସନ୍ଦ୍ରା ବାବୁ ୬.୧୦ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ଲଙ୍ଗଜମ୍ପରେ ଭାରତର ମୂରଲୀ ଶ୍ରୀଶଙ୍କର ୮.୧୩ ମିଟର ସହ ସ୍ବର୍ଣ୍ଣ, ଉତ୍ତରପ୍ରଦେଶର ସାହାନବାଜ ଖାଁ ୮.୦୪ ମିଟର ସହ ରୌପ୍ୟ ଓ କର୍ଣ୍ଣାଟକର ଲୋକେଶ ସତ୍ୟନାଥନ ୭.୮୫ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି।
ପୁରୁଷ ଟ୍ରପ୍‌ଲ ଜମ୍ପରେ ଭାରତର ଅବଦୁଲ ଆବୁବେକର ଭାରତର ୧୬.୫୩ ମିଟର ସହ ସ୍ବର୍ଣ୍ଣ, କାର୍ତ୍ତିକ ଉନ୍ନିକୃଷ୍ଣନ ୧୬.୪୨ ମିଟର ସହ ରୌପ୍ୟ ଓ ଡି ଗାଲି ଭାନିଷ୍ଟର ୧୬.୨୬ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ୧୫୦୦ ମିଟର ଦୌଡ଼ରେ ହରିୟାଣାର ପୂଜା ୪ ମିନିଟ୍‌ ୧୫.୧୩ ସେକେଣ୍ଡ ସହ ସ୍ବର୍ଣ୍ଣ, ଉତ୍ତରାଖଣ୍ଡର ଲିଲି ଦାସ ୪ ମିନିଟ୍‌ ୧୭.୬୬ ସେକେଣ୍ଡ ସହ ରୌପ୍ୟ ଓ ପଞ୍ଜାବର ଅମନଦୀଦ କୌର ୪ ମିନିଟ୍‌ ୨୭.୧୪ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ଜାଭେଲିନ ଥ୍ରୋ ରେ ଶ୍ରୀଲଙ୍କାର ରମେଶ ତରଙ୍ଗା ପାଟ୍‌ ୮୬.୫୦ ମିଟର ଥ୍ରୋ କରି ସ୍ବର୍ଣ୍ଣ, ଭାରତର ଶିଭମ ଲୋହାକାରେ ୮୦.୭୩ ମିଟର ସହ ରୌପ୍ୟ ଓ ଶ୍ରୀଲଙ୍କାର ସୁମିଧା ରଣସିଙ୍ଘେ ୮୦.୬୫ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ୨୦୦ ମିଟର ଦୌଡ଼ରେ ଭାରତର ଏମ୍‌ ଆଞ୍ଜେଲ ସିଲ୍‌ଭିୟା ୨୩.୯୫ ସେକେଣ୍ଡ ସହ ସ୍ବର୍ଣ୍ଣ, ନିତ୍ୟା ଗାନ୍ଧି ୨୪.୧୧ ସେକେଣ୍ଡ ସହ ରୌପ୍ୟ ଓ କର୍ଣ୍ଣାଟକର ଉନ୍ନାତି ଆୟାପ୍ପା ୨୪.୫୬ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ୪ଗୁଣା ୪୦୦ ମିଟର ରିଲେରେ ଶ୍ରୀଲଙ୍କାକୁ ସ୍ବର୍ଣ୍ଣ, ଭାରତକୁ ରୌପ୍ୟ ଓ ଇରାକକୁ କାଂସ୍ୟ ପଦକ ମିଳିଛି। ପୁରୁଷ ୫୦୦୦ ମିଟର ଦୌଡ଼ରେ ଜିବୁଟିର ୱାବେରି ଇଗ୍ବେଏ ହୋସେନ୍‌ ୧୪ ମିନିଟ୍‌ ୦.୫.୩୬ ସେକେଣ୍ଡ ସହ ସ୍ବର୍ଣ୍ଣ, ଭାରତର ଅଭିଷେକ ପାଲ୍‌ ୧୪ ମିନିଟ୍‌୧୦.୬୦ ସେକେଣ୍ଡ ସହ ରୌପ୍ୟ ଓ ସାୱନ ବାରୱାଲ ୧୪ ମିନିଟ୍‌ ୧୩.୪୧ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ