ଟ୍ରାଫିକ ଛକରେ ଗ୍ରୀନ ସେଡ

ଭୁବନେଶ୍ବର: ଟାଇଁ ଟାଇଁ ଖରା ସହି ହେଉନି । ତାତି ଅସହ୍ୟ ହେଉଥିବା ବେଳେ ଖରାରେ ବାହାରକୁ ବାହାରିଲେ ମୁଣ୍ଡ ଝାଇଁଝାଇଁ ହୋଇଯାଉଛି । ଏଣେ ଗରମ ସାଙ୍ଗକୁ ଗୁଳୁଗୁଳି କଲବଲ କରୁଛି । ରାଜଧାନୀ ବି ତାତିରୁ ବାଦ ପଡିନି । ଏତେ ଖରାରେ ଟ୍ରାଫିକ ପୋଷ୍ଟ ଉପରେ ଅଟକିବା ଲୋକଙ୍କ ପାଇଁ ଟେନସନ ହୋଇଛି । ଗ୍ରୀଷ୍ମ ପ୍ରବାହରେ ଲୋକଙ୍କ ପାଇଁ ଛାଇ ଦେବାକୁ ତଥା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ ଛକରେ ବିଏମସି ଗ୍ରୀନ ସେଡ ବ୍ୟବସ୍ଥା କରିଛି । ଯେଉଁଠି ଲୋକଙ୍କୁ କିଛି ମାତ୍ରାରେ ଛାଇ ମିଳିବ ।
ଭୁବନେଶ୍ୱର ଭିଡ଼ ଭିତରେ ଟ୍ରାଫିକ ଉପରେ ଟିକିଏ ଅଟକି ଗଲେ ପଛକୁ ପଛ ଗାଡ଼ିର ଲମ୍ବା ଲାଇନ ଲମ୍ବି ଯାଉଛି । ଏସବୁ ଭିତରେ ଦୁଇ ଚକିଆ ଓ ସାଇକେଲ ଆରୋହିଙ୍କ ନାହିଁ ନଥିବା ସମସ୍ୟା ହେଉଛି । କାରଣ ମୁଣ୍ଡଫଟା ଖରାରେ ମିନିଟିଏ ଠିଆ ହେବା କାଠିକର ପାଠ ହେଉଛି । ଏତେ ଖରାରେ ଟ୍ରାଫିକରେ ଠିଆ ହେବ ବଡ଼ ମୁସ୍କିଲ ହେଉଛି । ମୁହଁରେ କପଡା ବାନ୍ଧିଥିଲେ ବା ହେଲମେଟ ଥିଲେ ମଧ୍ୟ ଖରାର ପ୍ରକୋପ ସହିବା ସମ୍ଭବ ହେଉନାହିଁ । ଦେହରୁ ଗମ୍‌ଗମ୍‌ ଝାଳ ବାହାରିବା ସହ ଅସହ୍ୟ ତାତିରେ ଠିଆ ହୋଇଗଲେ ପୁରା ଅସ୍ବଭାବିକ ଭଳି ପରିସ୍ଥିତି ଉପୁଜି ଯାଉଛି । ବ୍ୟସ୍ତ ବହୁଳ ଟ୍ରାଫିକ ଛକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ହୋଇଛି ଅସ୍ଥାୟୀ ସେଡର ବ୍ୟବସ୍ଥା ।
ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, “ଖୁବଶୀଘ୍ର ସ୍ଥାୟୀ ସେଡ୍‌ ଲାଗିଯିବ । ଅନ୍ୟ ଛକରେ ଟେଣ୍ଟ ହାଉସ ବାଲାଙ୍କୁ କହିଦେଇଛୁ, ସେମାନେ କେତକ ଜାଗାରେ କାମ ଆରମ୍ଭ କରିଦେଇଛନ୍ତି । ଏତିକି ତାପମାତ୍ରା ବର୍ତ୍ତମାନ ସହିହେବ । ଆହୁରି ତାପମାତ୍ରା ବଢ଼ିଲେ ବାକି ବ୍ୟବସ୍ଥା କରିବୁ । ସ୍ଥାୟୀ ସେଡ୍‌ କଳିଙ୍ଗ ହସ୍ପିଟାଲ ଛକ ଓ ଏଜି ଛକରେ କରିବା ପାଇଁ ନିଷ୍ପତି ନେଇଛୁ । କଳିଙ୍ଗ ହସ୍ପିଟାଲ ଛକରେ ଯେହେତୁ ମେଟ୍ରୋ ହେବ ସେଥିପାଇଁ ଆମେ ସ୍ଥାୟୀ ସେଡ୍‌ ଷ୍ଟୁଡିଓ ଛକକୁ ସ୍ଥାନାନ୍ତର କରିଛୁ । ପ୍ରଥମେ ଏଜି ଛକ ଓ କଳିଙ୍ଗ ଷ୍ଟୁଡିଓ ଛକରେ ସ୍ଥାୟୀ ସେଡ୍‌ ହେବ । ମେଟ୍ରୋ ଡିଜାଇନ କାମ ପରେ ପରବର୍ତ୍ତି ନିଷ୍ପତି ହେବ । ଏସବୁ ଲୋକଙ୍କ ସୁବିଧା ପାଇଁ କରିଛୁ । ଗତ ବର୍ଷ ମଧ୍ୟ କରାଯାଇଥିଲା ଓ ଲୋକେ ଉପକୃତ ହୋଇଥିଲେ ।”

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ