ଟ୍ରିବୁନାଲ ର ଶୁଣାଣି ବେଳେ ମହାନଦୀ ବଞ୍ଚାଓ ଆନ୍ଦୋଳନର କର୍ମୀମାନଙ୍କୁ କୋର୍ଟ ହଲରୁ ବାହାର କରିଦେବା ସମ୍ବିଧାନ ବିରୋଧୀ – ମହାନଦୀ ବଞ୍ଚାଓ ଆନ୍ଦୋଳନ l

ନୂଆଦିଲ୍ଲୀ ତା 11 l 10: ଆଜି ଅନୁଷ୍ଠିତ ମହାନଦୀ ଟ୍ରିବ୍ୟୁନାଲ୍ ଶୁଣାଣି ସମୟରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ର କର୍ମୀ ମାନଙ୍କୁ କୋର୍ଟ ହଲ ରେ ରହିବାକୁ ବାରଣ କରିବା ଓ ସେଠାରୁ ବାହାର କରିଦେବାକୁ ଆନ୍ଦୋଳନ ର କର୍ମକର୍ତା ମାନେ ଦୃଢ ପ୍ରତିବାଦ କରିଛନ୍ତି l ଆଜି ପୂର୍ବାହ୍ନରେ ଟ୍ରିବୁନାଲ ର ଶୁଣାଣି ଆରମ୍ଭ ପୂର୍ବରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ମନୋଜ ଜେନା, ପ୍ରବକ୍ତା ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ, ସଚିକାନ୍ତ ପ୍ରଧାନ, ଶରତ ନାୟକ, ଅନାଦି ସାହୁ, ଟଙ୍କଧର ଦାସ ପ୍ରମୁଖ ସଦସ୍ୟ ମାନେ କୋର୍ଟ ରୁମ ରେ ଉପସ୍ଥିତ ହୋଇ ଥିଲେ l ଉଦ୍ୟେଶ ଥିଲା ଓଡିଶା ଓ ଛାତିଶଗଡ଼ ସରକାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆଗଭର ହେଉଥିବା ବେଳେ ଟ୍ରିବୁନାଲ ର ଆଭିମୁଖ୍ୟ କଣ ରହିଛି ତାହା ଜାଣିବା l
ମାତ୍ର ଟ୍ରିବୁନାଲ ର ପ୍ରବନ୍ଧକ ଶ୍ରୀ ଚନ୍ଦନ ମୁଖାର୍ଜୀ ଆନ୍ଦୋଳନ ର କର୍ମୀ ମାନଙ୍କୁ ସେଠାରୁ ବାହାରି ଯିବାକୁ କହିଲେ l କିଛି ସମୟ ପାଇଁ ପ୍ରବନ୍ଧକ ଓ ଆନ୍ଦୋଳନ ର କର୍ମୀ ଙ୍କ ଭିତରେ ବଚଶା ହେଲା ଓ ପରେ ଆନ୍ଦୋଳନ ର କର୍ମୀ ସେଠାରୁ ବାହାରି ଆସି ଲବି ରେ ଅପେକ୍ଷା ଜଲେ l ସେହି ସମୟରେ ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ଓ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସେଠାରେ ପହଁଚିଲେ l ଆଡ଼ଭୋକେଟ ଜେନେରାଲ ଘଟଣା ନବୁଝି ବା ଆନ୍ଦୋଳନ ର କର୍ମୀ ମାନଙ୍କ କଥା ନଶୁଣି ସେମାନଙ୍କ ଉଦ୍ୟେଶରେ କିଛି ଅରୁଚିକର ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ମଧ୍ୟ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲେ l କଥା ଏହି ସ୍ତର କୁ ଗଲା ଯେ ଆଡ଼ଭୋକେଟ ଜେନେରାଲ ଜନୈକ ଆନ୍ଦୋଳନ ର କର୍ମୀଙ୍କୁ ଏନ ଏସ ଏ ରେ ଭିତରେ ଭର୍ତ୍ତି କରିଦେବେ ବୋଲି ଧମକ ଦେଲେ l
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 19(1)(a), ଯାହା ସୂଚନା ପାଇବାର ଅଧିକାର ସମେତ ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁନିଶ୍ଚିତ କରେ, ଏବଂ ଅନୁଚ୍ଛେଦ 21, ଯାହା ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ନ୍ୟାୟିକ ପ୍ରକ୍ରିୟାର ଅଧିକାରକୁ ସଂରକ୍ଷିତ କରେ। କୋର୍ଟ ପରିଷର ରୁ ମହାନଦୀ କର୍ମୀ ମାନଙ୍କୁ ଆଜି ଏଥିରୁ ବଞ୍ଚିତ କରାଯାଇଛି ଯାହା ସମ୍ବିଧାନ ବିରୋଧୀ ବୋଲି ସଂଗଠନ କହିଛି l ଏ ସଂକ୍ରାନ୍ତରେ ମାନ୍ୟବର ଟ୍ରିବୁନାଲ ର ଅଧ୍ୟକ୍ଷା ଙ୍କ ଦୃଷ୍ଟି ଆକର୍ଷଣ କରି ଆଜି ଆନ୍ଦୋଳନ ପକ୍ଷରୁ ଏକ ଅଭିଯୋଗ ଦାଖଲ ଜରା ଯାଇଛି l

ପ୍ରକାଶ ଥାଉକି ଆସନ୍ତା 13 ତାରିଖ ଦିନ ଦିଲ୍ଲୀ ସମ୍ବିଧାନ କ୍ଲବରେ ମହାନଦୀ ସମସ୍ୟା ର ଆପୋଷ ସମାଧାନ ସଂକ୍ରାନ୍ତରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଏକ ମହାନଦୀ ସଂସଦ ଆୟୋଜନ କରାଯାଇଛି l ଏଥିରେ ଆପୋଷ ଆଲୋଚନାର ଆଧାର କଣ ହେଵା ଉଚିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ l ମହାନଦୀ ବଞ୍ଚାଅ ଆନ୍ଦୋଳନର ଉପଦେଷ୍ଟା ତଥା ହାଇକୋର୍ଟ ମୁଖ୍ୟ ବିଚାର ପତି ଜଷ୍ଟିସ ଭି ଗୋପାଳ ଗୌଡ଼l, ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ସମେତ ଦେଶର ସମସ୍ତ ନଦୀ ଆନ୍ଦୋଳନର ପୁରୋଧା ମାନେ ଏଥିରେ ଯୋଗଦେବେ l ଏହି ସମ୍ମେଳନର ନିଷ୍କର୍ଷ ସରକାରଙ୍କୁ ପ୍ରଦାନ କରାଯିବ l ଏହି ବୈଠକର ନିର୍ଯାସ ଆଗାମୀ ଦିନରେ ଭାରତ ବର୍ଷର ସବୁ ନଦୀ ଆନ୍ଦୋଳନର ସମାଧାନ ତଥା ନିରାକରଣ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବା ସହିତ ନୂତନ ଦିଶା ଓ଼ ଦିଗ ଦର୍ଶନ ଦେବ l

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ