ଟ୍ରେଲର ପଛରେ ପିଟିହେଲା କାର୍; ଗୋଚାଲାଣକାରୀ ମୃତ

ବଡ଼ଗାଁ: ବଡି ଭୋରରୁ ହେଉଥିଲା ଗୋମାଂସ ଚାଲାଣ। ଧରା ପଡ଼ିଯିବା ଭୟରେ ଦ୍ରୁତ ଗତିରେ କାର୍ ଚଳାଉ ଥିଲେ। ହେଲେ ଦ୍ରୁତ ଗତି ସାଜିଲା କାଳ। ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ଜାବାବାହାନ ଠାରେ ଏକ ଟ୍ରେଲର ପଛକୁ ଧକ୍କା ହେଲା କାର୍‌ । ଘଟଣାସ୍ଥଳରେ ହିଁ ଗୋଚାଲାଣକାରୀଙ୍କ ଚାଲିଗଲା ଜୀବନ । ମୃତକ ହେଲେ ସମ୍ବଲପୁର ମୋଚିହରଣ ଅଞ୍ଚଳର ଏମଡି ଅନସର ଅଲ୍ଲୀ(୪୫ ବର୍ଷ)। ଏମଡି ଅନସର ବୁଧବାର ଭୋର ସାଢ଼େ ୪ଟାରେ ଏକ କାରରେ ସମ୍ବଲପୁରରୁ କୁତ୍ରାର ଖତବୁରବାହାଲ ଅଞ୍ଚଳକୁ ଗୋମାଂସ ନେବାକୁ ଆସିଥିଲେ। ଗୋମାଂସ ନେବା ପରେ ଦ୍ରୁତ ବେଗରେ କାର୍‌ରେ ଫେରୁଥିଲେ। ହେଲେ ବଡ଼ଗାଁର ଜାବାବାହାନ ଠାରେ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରେଲର ପଛରେ ପିଟି ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଅନସରଙ୍କ ମୃତ୍ୟୁ ଘଟିଥିଲା। ଏସମ୍ପର୍କରେ ଖବର ପାଇ କୁତ୍ରା ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାର୍‌ରୁ ମୃତଦେହ ବାହାର କରିଥିଲେ। ପରେ ବଡ଼ଗାଁ ପୁଲିସ ପହଞ୍ଚି କାର୍‌ ଏବଂ ସେଥିରେ ଥିବା ୨ ବସ୍ତା ଗୋମାଂସ ଜବତ କରିଛି। ଏଥିସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

  • Related Posts

    ଗ୍ୟାସ ଲିକ୍ ହୋଇ ଜଳିଗଲା ଶିଶୁ କନ୍ୟା

    ଯାଜପୁର: ଗ୍ୟାସ ଲିକ୍ ହୋଇ ଜଳିଗଲା ଶିଶୁ କନ୍ୟା। ନିଆଁ ଲିଭାଇବାକୁ ଯାଇ ଗୁରୁତର ବାପାମାଆ । ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ରୋଷେଇ କରୁଥିବାବେଳେ ଗ୍ୟାସ୍ ଲିକ୍ ହୋଇ ନିଆଁ…

    Continue reading
    ରାଇକିଆ ଭାଜପାର ପ୍ରଥମ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

    ସାଂଗଠନିକ ଶକ୍ତି ବୃଦ୍ଧି ଓ ଦଳୀୟ କାର୍ଯ୍ୟକ୍ରମକୁ ଗୁରୁତ୍ୱ, ଯୋଗଦେଲେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଥମ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସଙ୍କଟମୋଚନ ହନୁମାନ ମନ୍ଦିର ପରିସରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ