ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

ନୂଆଦିଲ୍ଲୀ : ଉପରେ ଏକ ବଡ଼ ସଙ୍କଟ ମାଡ଼ିଆସୁଛି। ଏହି ସଙ୍କଟ ଦେଶର ଅର୍ଥନୀତିକୁ ଏକ ବଡ଼ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।ବାସ୍ତବରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ର ବିନିମୟ ମୂଲ୍ୟ ଖୁବ୍ ଶୀଘ୍ର ୯୦ ସ୍ତର ଅତିକ୍ରମ କରିପାରେ। ଏହା ସେତିକିବେଳେ ଘଟିଛି, ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଉଛି। କିନ୍ତୁ ବିଦେଶୀ ନିବେଶକଙ୍କ ପ୍ରସ୍ଥାନ ଏହି ସଙ୍କଟକୁ ବୃଦ୍ଧି କରୁଛି। ଏହାଛଡା ଆମେରିକା ସହିତ ବାଣିଜ୍ୟରେ ବିଳମ୍ବ ଏହି ସଙ୍କଟକୁ ଆହୁରି ବୃଦ୍ଧି କରୁଛି। ଯଦି ଆମେ ଚଳିତ ସପ୍ତାହର ପ୍ରଥମ ଅର୍ଥାତ୍‌ ଆଜିର ବାଣିଜ୍ୟ କାରବାର କଥା କହିବା, ତେବେ ଟଙ୍କା ମୂଲ୍ୟରେ ୫୨ ପଇସାର ଏକ ବଡ଼ ହ୍ରାସ ଦେଖାଯାଇଛି, ଯାହା ଆଗାମୀ ଦିନରେ ଜାରି ରହିପାରେ। ଅନ୍ୟପକ୍ଷରେ, ଜୁଲାଇ ପରି ଅଗଷ୍ଟରେ ମଧ୍ୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଏକ ବଡ଼ ହ୍ରାସ ଦେଖାଯାଇପାରେ।ସୋମବାର, ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଏବଂ ବାଣିଜ୍ୟ ଶୁଳ୍କ ଅନିଶ୍ଚିତତା ନିବେଶକଙ୍କ ଭାବନାକୁ ପ୍ରଭାବିତ କରିବା ଯୋଗୁଁ ଡଲାର ତୁନଳାରେ ଟଙ୍କାର ବିନିମୟ ମୂଲ୍ୟରେ ୫୨ ପଇସା ହ୍ରାସ ପାଇ ଏହା ୮୭.୬୬ ସ୍ତରରେ ବନ୍ଦ ହୋଇଥିଲା। ବିଦେଶୀ ମୁଦ୍ରା ବ୍ୟବସାୟୀମାନେ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବିଶ୍ୱ ବାଣିଜ୍ୟ ଦୃଷ୍ଟିକୋଣରେ ବ୍ୟାପକ ବାଧା ସୃଷ୍ଟି କରିବା ବିଷୟରେ ନୂତନ ଚିନ୍ତା ସୃଷ୍ଟି କରିଛି। ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପକ୍ଷରୁ ଡଲାର ଚାହିଦା ଯୋଗୁଁ ଦିନ ସମୟରେ ଟଙ୍କା ହ୍ରାସ ପାଇଛି। ଆନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ, ଡଲାର ତୁଳନାରେ ଟଙ୍କା ୮୭.୨୧ ସ୍ତରରେ ଖୋଲିଥିଲା, ଯାହା ଆମେରିକୀୟ ମୁଦ୍ରା ତୁଳନାରେ ୮୭.୭୦ ର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା।

  • Related Posts

    ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

    ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍‌ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…

    Continue reading
    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ