‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ‘ଭାରତ ଇନୋଭେଟ୍ସ’ – ଧର୍ମେନ୍ଦ୍ର ପ୍ରଧାନ

ମୁମ୍ବାଇ,୨୨ ମାର୍ଚ୍ଚ ୨୦୨୬ – ‘ଭାରତ ଇନୋଭେଟ୍ସ’ ଆମ ଦେଶର ‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ରବିବାର ଆଇଆଇଟି ବମ୍ବେ ପରିସରରେ ଆୟୋଜିତ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟ୍ – ୨୦୨୬’ ର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ‘ଭାରତ ଇନୋଭେଟ୍ସ ୨୦୨୬’ ସମ୍ମିଳନୀ ପୂର୍ବରୁ ଏହି ଦୁଇ ଦିନିଆ ପ୍ରି-ସମିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଉଭା ହୋଇଛି । କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ନିବେଶକମାନଙ୍କ ସହ ଏକ ଗୋଲଟେବୁଲ ବୈଠକରେ ଆଲୋଚନା କରିଥିଲେ । ଡିପ୍-ଟେକ୍ କ୍ଷେତ୍ରରେ ନବସୃଜନ, ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ସ୍ଥାୟୀ ପୁଞ୍ଜିନିବେଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଗବେଷଣା-ଭିତ୍ତିକ ଉଦ୍ୟୋଗୀକରଣ ଏବଂ ନବସୃଜନ ଶକ୍ତିର ଉଚ୍ଚ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରଣାଳୟର ନେତୃତ୍ୱରେ ‘ଭାରତ ଇନୋଭେଟ୍ସ’ର ଲକ୍ଷ୍ୟ ହେଉଛି ଦେଶର କୋଣ ଅନୁକୋଣରେ ଥିବା ଗବେଷଣା ଏବଂ ବିକାଶ(ଆର୍ ଆଣ୍ଡ୍ ଡି) ଭିତ୍ତିକ ନବସୃଜନକୁ ବିଶ୍ୱ ଦରବାରକୁ ନେବା । ଏହା ମାଧ୍ୟମରେ ଭାରତର ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରାଯିବା ସହ ବିଶ୍ୱସ୍ତରୀୟ ସହଭାଗିତା ଏବଂ ନିବେଶର ସୁଯୋଗ ସୃଷ୍ଟି ହୋଇପାରିବ । “ଭାରତ ଇନୋଭେଟ୍ସ ୨୦୨୬ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଭାରତର ପ୍ରତିଭାଶାଳୀ ଯୁବକମାନଙ୍କୁ ବିଶ୍ୱ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବାର ଏକ ସଂକଳ୍ପ । ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଆଜି କେବଳ ପରୀକ୍ଷା ନୁହେଁ, ବରଂ ସମାଜରେ ପରିବର୍ତ୍ତନ ଆଣିବା ଭଳି ପ୍ରତିଭା ସୃଷ୍ଟି କରୁଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହି ଡିପ୍-ଟେକ୍ ଉଦ୍ୟୋଗୀମାନଙ୍କର ପ୍ରମୁଖ ଭୂମିକା ରହିବ ।
ଶ୍ରୀ ପ୍ରଧାନ ସେଠାରେ ଆୟୋଜିତ ଷ୍ଟାର୍ଟଅପ୍ ପ୍ରଦର୍ଶନୀ ବୁଲି ଦେଖିବା ସହ ଉର୍ଜା, ଜଳବାୟୁ ସ୍ଥାୟୀତ୍ୱ, ସେମିକଣ୍ଡକ୍ଟର, ମହାକାଶ ଏବଂ ପ୍ରତିରକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବାୟୋଟେକ୍ନୋଲୋଜି ଭଳି ବିଭିନ୍ନ କ୍ଷେତ୍ରର ନବସୃଜନକାରୀଙ୍କ ସହ ମତ ବିନିମୟ କରିଥିଲେ । ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ବାସ୍ତବ ଦୁନିଆର ସମସ୍ୟା ସମାଧାନ ପାଇଁ ଥିବା ଗଭୀରତା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶର ୩୦୦୦ ରୁ ଅଧିକ ଆବେଦନ ମଧ୍ୟରୁ ମନୋନୀତ ୧୩୭ଟି ଶ୍ରେଷ୍ଠ ଡିପ୍-ଟେକ୍ ଷ୍ଟାର୍ଟଅପ୍ ଏହି ପ୍ରି-ସମିଟ୍‌ରେ ସାମିଲ ହୋଇଛନ୍ତି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ