ଡିସେମ୍ବର ୫ରେ ଭାରତ ଗସ୍ତରେ ଆସୁଛନ୍ତି ପୁଟିନ୍

ନୂଆଦିଲ୍ଲୀ; ସୋମବାର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ମସ୍କୋ ଗସ୍ତ କରିବେ । ଅଧିକାରୀକ ଭାବରେ ସଂଘାଇ ସହଯୋଗ ସଂଗଠନ ବୈଠକରେ ସାମିଲ ହେବେ । ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ସହ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଭାରତ ଯାତ୍ରାକୁ ଯୋଡ଼ା ଯାଉଛି । ଡିସେମ୍ବର ୫ରେ ଭାରତ ଗସ୍ତରେ ଆସୁଛନ୍ତି ପୁଟିନ୍ । ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୨୩ ତମ ଭାରତ-ରୁଷ୍ ବାର୍ଷିକ ଶିଖର ବୈଠକରେ ସଂଯୁକ୍ତ ଅଧ୍ୟକ୍ଷତା କରିବେ । ୨୦୨୧ ଡିସେମ୍ବର ପରେ ପ୍ରଥମ ଥର ପୁଟିନ୍ଙ୍କ ଭାରତ ଗସ୍ତ ହେବ । ରୁଷ-ୟୁକ୍ରେନ ବିବାଦ ପରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

​​​​​​​ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଉପରେ ବିଶ୍ୱର ନଜର ରହିଛି । ପୁଟିନ୍‌ ଏବଂ ମୋଦିଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତକାରରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ସମୀକ୍ଷା କରାଯିବ । ଦ୍ୱିପାକ୍ଷିକ ବାଣିଜ୍ୟ ବିସ୍ତାର ଉପରେ ବିଶେଷ ଆଲୋଚନା କରାଯିବ । ମସ୍କୋରେ ଗସ୍ତରେ ଜୟଶଙ୍କର ଡ୍ରାଫ୍ଟ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିବେ । ଜୟଶଙ୍କରଙ୍କ ଗସ୍ତ ପୁଟିନଙ୍କ ଭାରତ ଆଗମନ ପାଇଁ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯିବ । ଭାରତ-ରୁଷ ଶିଖର ସମ୍ମିଳନୀରେ ଶକ୍ତି, ପ୍ରତିରକ୍ଷା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ଅନେକ ଚୁକ୍ତିନାମା ହେବାର ଆଶା କରାଯାଉଛି । ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ବୋଲି ରୁଷ ମଧ୍ୟ ସୂଚାଇ ଦେଇଛି । ମୋଦି-ପୁଟିନ୍‌ଙ୍କ ବୈଠକରେ Su-57 ଲଢ଼ୁଆ ବିମାନ ଯୋଗାଣ ଏବଂ S-400 କ୍ଷେପଣାସ୍ତ୍ର ପ୍ରଣାଳୀର ୫ଟି ଅତିରିକ୍ତ ୟୁନିଟ୍ କ୍ରୟ ବିଷୟରେ ଆଲୋଚନା ହେବାର ଆଶା କରାଯାଉଛି ।

  • Related Posts

    ଭାରତୀୟ ବିମାନ ପାଇଁ ପାକିସ୍ତାନ ପୁଣି ବଢ଼ାଇଲା ବ୍ୟାନ୍

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ବିମାନ ଚଳାଚଳ ଉପରେ ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଭାରତୀୟ ବିମାନ ଗୁଡ଼ିକ ପାଇଁ ଏହାର ଆକାଶମାର୍ଗ ବ୍ୟବହାର କରିବାରେ ଥିବା କଟକଣାକୁ ଆଉ ଏକ…

    Continue reading
    ନକଲି ମଦ ପିଇ ୫ ମୃତ

    ନୂଆଦିଲ୍ଲୀ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସୁଛି। ଭାବନଗରର ଘୋଘା ତାଲୁକାର ଖରକାଡି ଗାଁରେ ନକଲି ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନ୍ୟ ୨୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ