ଡ୍ରପ ଆଉଟ୍ ରୋକିବାକୁ ପ୍ରୟାସ, ଚିହ୍ନଟ ହେବେ ବିଦ୍ୟାଳୟ ଆସୁନଥିବା ପିଲା

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସମୟରେ ଡ୍ରପ ଆଉଟ୍ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ରାଜ୍ୟରେ ହଜାର ହଜାର ପିଲା ଡ୍ରପ ଆଉଟ୍ ହୋଇ ରହିଛନ୍ତି, ଯେଉଁମାନଙ୍କର କି କୌଣସି ଖୋଜ ଖବର ନାହିଁ। ତେଣୁ ସହି ସମସ୍ତ ପିଲାଙ୍କୁ ଖୋଜି ଆଣି ସେମାନଙ୍କ ବୟସ ଓ ଯୋଗ୍ୟତା ଅନୁଯାୟୀ ନାମଲେଖାଇବା ପାଇଁ ଓଷେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଡ୍ରପ ଆଉଟ ହାର କମାଇବା ପାଇଁ ରାଜ୍ୟ ସରକାର ଗତବର୍ଷ ଠାରୁ “ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା” ଆରମ୍ଭ କରିଛନ୍ତି ।
୨୦୨୫-୨୬ ଶିକ୍ଷାବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହୋଇଛି । ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାଙ୍କ ପାଇଁ ବିଦ୍ୟାଳୟସ୍ତରରେ ଏଥର ବ୍ୟାପକ କାର୍ୟ୍ୟକ୍ରମ କରାଯାଇଛି । ରାଜ୍ୟବ୍ୟାପୀ ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ୟ୍ୟକ୍ରମ ଏପ୍ରିଲ ୨ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ମଧ୍ୟ ହୋଇଛି। ୫-୬ ବର୍ଷର ପିଲା ଶିଶୁ ବାଟିକାରେ ଏବଂ ୬ ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇଛନ୍ତି। ତେବେ ପ୍ରତିବର୍ଷ ବହୁସଂଖ୍ୟକ ପିଲା ବିଦ୍ୟାଳୟ ବାହାରେ ରହିଯାଉଛନ୍ତି। ସେମାନେ ଆଦୌ ଶିକ୍ଷାନୁଷ୍ଠାନ ମାଟି ମାଡ଼ୁନାହାନ୍ତି। ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ସରକାର ବ୍ୟାପକ କାର୍ୟ୍ୟକ୍ରମ ହାତକୁ ନେଇଥିବାବେଳେ ପ୍ରତିବର୍ଷ ହଜାର ହଜାର ପିଲା ପାଠପଢ଼ାଠୁ ଦୂରେଇ ରହୁଛନ୍ତି। ଏପରିକି ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟ ବାହାରେ ଥିବା ଏପରି ପିଲା (୬ରୁ ୧୪ ବର୍ଷ ବୟସ ବର୍ଗର)ଙ୍କୁ ଚିହ୍ନଟ କରାଯିବ। ସଚେତନତା ଅଭିଯାନ ଜରିଆରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରି ବୟସ ଉପଯୁକ୍ତ ଶ୍ରେଣୀରେ ସେମାନଙ୍କ ନାମ ଲେଖାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି।ଶିକ୍ଷା ଅଧିକାର ଆଇନ, ୨୦୦୯ ଏବଂ ଜାତୀୟ ଶିକ୍ଷାନୀତି -୨୦୨୦କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ନାମଲେଖାକୁ ଗୁରୁତ୍ବ ଦିଆଯାଇଛି। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁସାରେ କୌଣସି ପିଲା ବିଦ୍ୟାଳୟ ବାହାରେ ରହିବେନି। ସେମାନଙ୍କୁ ବିଦ୍ୟାଳୟ ଫେରାଇ ଆଣିବାକୁ ପୁଣିଥରେ ପ୍ରୟାସ ଆରମ୍ଭ ହୋଇଛି। ତେବେ ପ୍ରବନ୍ଧ ପୋର୍ଟାଲ ଏବଂ ଏନଏସଏସଓ ରିପୋର୍ଟରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ତଥ୍ୟରେ ବଡ଼ ଅନ୍ତର ଦେଖିବାକୁ ମିଳୁଛି। ୨୦୨୨-୨୩ରେ ପ୍ରବନ୍ଧ ପୋର୍ଟାଲ ଅନୁଯାୟୀ ୭୦୦ ପିଲା (୬-୧୯ ବର୍ଷ) ବିଦ୍ୟାଳୟ ବାହାରେ ଥିବାବେଳେ ଏନଏସଏସଓ ରିପୋର୍ଟ ଅନୁଯାୟୀ ୧୩,୨୬୮ ପିଲା (୬-୧୪ବର୍ଷ) ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିଲେ। ଏନଏସଏସ ତଥ୍ୟ ସହ ପ୍ରବନ୍ଧ ପୋର୍ଟାଲର ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ତଥ୍ୟର ଯାଞ୍ଚ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି।ବିଦ୍ୟାଳୟ ପରିଚାଳନା କମିଟିର ସକ୍ରିୟ ସମ୍ପୃକ୍ତି ସହ ସଚେତନତା ଅଭିଯାନ ଜରିଆରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଜରୁରୀ ଭିତ୍ତିରେ ପ୍ରବନ୍ଧ ପୋର୍ଟାଲରେ ତଥ୍ୟ ଅପଲୋଡ୍‌ ସହ କେନ୍ଦ୍ର ସରକାରଙ୍କ ଅବଗତି ନିମନ୍ତେ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି। ଏହି ଅଭିଯାନରେ ଚିହ୍ନଟ ହେବାକୁ ଥିବା ପିଲାଙ୍କ (୬-୧୪ ବର୍ଷ) ଆରଟିଇ, ୨୦୦୯ ଅନୁସାରେ ବୟସ ଉପଯୁକ୍ତ ଶ୍ରେଣୀରେ ନାମଲେଖା ଯିବ। ଆବଶ୍ୟକ ହେଲେ ବିଦ୍ୟାଳୟ ବାହାରେ ଥିବା ଏହି ପିଲାଙ୍କୁ ୩/୬/୧୨ ମାସ ଅବଧିର ସ୍ବତନ୍ତ୍ର ତାଲିମ ଦେବାକୁ କୁହାଯାଇଛି। ତାଲିମ ପରେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯିବ।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ