ତୁଳସୀକୁ ଅପମାନ, ବାଳକର ପାଦତଳେ ତୁଳସୀ ରଖି ହେଉଛି ପୂଜାର୍ଚ୍ଚନା

ପ୍ୟାଣ୍ଟସାର୍ଟ ପିନ୍ଧି ଏକ ଚୌକିରେ ବସିଥିବା ବାଳକକୁ ଦିଆଯାଉଛି ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା। ଏଥପାଇଁ ତାଙ୍କ ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି କରାଯାଉଛି। ଏଭଳି କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।
ଏପରି ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଛନ୍ତି ରାଜ୍ୟ ସମାଜସେବୀ ମହାସଂଘର କର୍ମକର୍ତ୍ତା। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳରେ। ତେବେ ଭାଇରାଲ ହେଉଥିବା ଫଟୋଟି କେବେକାର ତାହା ଜଣାପଡ଼ି ନାହିଁ।
ଫଟୋରେ ପୂଜା କରାଯାଉଥିବା ପିଲାଟି ଭାଷ୍ୟକାର କାଶିନାଥ ମିଶ୍ରଙ୍କ ପୁଅ ବୋଲି ଜଣାଯାଇଛି। ସେ ନିଜ ପୁଅକୁ ଭଗବାନ ଅନନ୍ତ ମାଧବ ବୋଲି ଆଖ୍ୟା ଦେଇଛନ୍ତି। ଏଥିସହ ବାଳକର ବେକରେ ଫୁଲ ମାଳ ଓ ପାଦ ତଳେ ତୁଳସୀ ଦିଆଯାଇ ପୂଜାର୍ଚ୍ଚନା କରାଯାଉଥିବା ଅଭିଯୋଗ ହୋଇଛି। ପାଦ ତଳେ ତୁଳସୀ ଓ ବେକରେ ଫୁଲ ମାଳ ପକାଇ ପିଲାଟି ବସିଥିବାର ଏକାଧିକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାକୁ ନେଇ ଗତକାଲି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ରାଜ୍ୟ ସମାଜସେବୀ ମହାସଂଘର କର୍ମକର୍ତ୍ତା।

ଖାଲି ଏତିକି ନୁହେଁ କାଶିନାଥଙ୍କ ଭୁବନେଶ୍ୱର ଖଣ୍ଡଗିରି ଆଶ୍ରମରେ ଅନେକ ବେଆଇନ କାମ ହେଉଥିବା ଅଭିଯୋଗ ହୋଇଛି। ଏନେଇ କାଶିନାଥ ମିଶ୍ର କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

ରାଜ୍ୟ ସମାଜସେବୀ ମହାସଂଘ ସଦସ୍ୟ ସାଗର ସୁନ୍ଦର ଦାସ କହିଛନ୍ତି, କାଶୀନାଥ ମିଶ୍ର ନିକୁ ଭାଷ୍ୟକାର ଭାବେ ପରିଚୟ ଦିଅନ୍ତି। ସେ ନିଜ ପୁଅକୁ ଅନନ୍ତ ମାଧବ ଓ କଳିକି ଅବତାର ବୋଲି ସମସ୍ତଙ୍କ ଆଗରେ ପ୍ରତିପାଦିତ କରି ଆସୁଛନ୍ତି। ତାଙ୍କ ପୁଅର ଗୋଡ଼ ତଳେ ମା’ ତୁଳସୀ ଓ ଭାଗବତ ଟୁଙ୍ଗୀ ରଖାଯାଉଛୁ। ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ତୁଳସୀ ଶୋଭାପାନ୍ତି। ତାଙ୍କୁ ଗୋଡ଼ ତଳେ ରଖାଯାଉଛି। ଏହା ବିରୋଧରେ ତଦନ୍ତ କରାଯିବା ଦରକାର। ଏଥିସହ ଆଶ୍ରମରେ ଅନୈତିକ କାର୍ଯ୍ୟ କରାଯାଉଛି ବୋଲି ଲୋକମାନେ କହୁଛନ୍ତି। ଏହାର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

Related Posts

ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

Continue reading
ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ