ତ୍ବିଶା ଶର୍ମା ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟକୁ ଗଲା ମାମଲା, ୨୫ରେ ଶୁଣାଣି

ଭୋପାଳ,: ବହୁଚର୍ଚ୍ଚିତ ତ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସୁପ୍ରିମ୍‌କୋର୍ଟ ଶନିବାର ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ୟ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପୀଠ ଆସନ୍ତା ୨୫ରେ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ପୀଠରେ ଅନ୍ୟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଓ ଜଷ୍ଟିସ୍‌ ବିପୁଲ ପାଞ୍ଚୋଲି ସାମିଲ ଅଛନ୍ତି। ଅପରପକ୍ଷରେ ତ୍ବିଶାଙ୍କ ସ୍ବାମୀ ସମର୍ଥ ସିଂହଙ୍କୁ ଶନିବାର ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିବାବେଳେ ବିଚାରପତି ତାଙ୍କୁ ସାତ ଦିନ ପାଇଁ ପୁଲିସ ହାଜତ ପଠାଇଛନ୍ତି। ସୂଚନାଯୋଗ୍ୟ ତ୍ବିଶାଙ୍କ ମୃତ୍ୟୁର ଦଶ ଦିନ ପର୍ୟ୍ୟନ୍ତ ଫେରାର ଥିବା ସମର୍ଥ ଶୁକ୍ରବାର ଜବଲପୁରସ୍ଥିତ ଏକ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ଶନିବାର ସମର୍ଥଙ୍କୁ ପ୍ରଥମେ ଭୋପାଳର କଟାରା ହିଲ୍‌ସ ଥାନାକୁ ଅଣାଯାଇଥିଲା। ଏହା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ତେବେ ପୁଲିସ ହାଜତ ଅନୁମତିକୁ ସମର୍ଥଙ୍କ ଓକିଲ ଅଦାଲତରେ ବିରୋଧ କରିଥିଲେ। ସାତ ଦିନ ପରିବର୍ତ୍ତେ ଗୋଟିଏ ଦିନ ପୁଲିସ ହେପାଜତରେ ରହିବାକୁ ନିର୍ଦେଶ ଦିଆଯାଉ ବୋଲି ସମର୍ଥଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ବିଚାରପତି ପୁଲିସର ଆବେଦନକୁ ମଞ୍ଜୁର କରିଛନ୍ତି।

ଅପରପକ୍ଷରେ ସମର୍ଥଙ୍କ ଓକିଲାତି ଲାଇସେନ୍ସକୁ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ (ବିସିଆଇ) ତରଫରୁ ବାତିଲ କରାଯାଇଛି। ସମର୍ଥଙ୍କ ବିରୋଧରେ ଆଗତ ଅଭିଯୋଗ ସାଂଘାତିକ ହୋଇଥିବାରୁ ଏହା ଆଇନ ପେସାର ମର୍ୟ୍ୟାଦା ହାନି କରୁଛି ବୋଲି ବିସିଆଇ ପକ୍ଷରୁ କୁହାଯାଇଛି। ଯୌତୁକ ଜନିତ ନିର୍ୟାତନା, ପରବର୍ତ୍ତୀ ସମୟରେ ତ୍ବିଶାଙ୍କ ଆତ୍ମହତ୍ୟା ଭଳି ଗୁରୁତର ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ସମର୍ଥ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବାରୁ ଜଣେ ଓକିଲ ଭାବେ ସେ ଏହି ପେସାରେ ତିଷ୍ଠି ରହିବା ଅନୁଚିତ ବୋଲି ବିସିଆଇ ଅଧ୍ୟକ୍ଷ ମନନ କୁମାର କହିଛନ୍ତି। ଇତିମଧ୍ୟରେ ଦ୍ବିତୀୟ ଥର ତ୍ବିଶାଙ୍କ ଶବ ବ୍ୟବଚ୍ଛେଦ କରିବାକୁ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦେଶ ଦେଇସାରିଛନ୍ତି। ଏହାକୁ ଆଧାର କରି ଦିଲ୍ଲୀ ଏମ୍‌ସ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ଚାରିଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ଦିଲ୍ଲୀ ଏମ୍‌ସର ଫରେନସିକ୍‌ ମେଡିସିନ ବିଭାଗ ମୁଖ୍ୟ ଡା.ସୁଧୀର ଗୁପ୍ତା କହିଛନ୍ତି ଯେ ପ୍ୟାନେଲ ଗଠନ ପାଇଁ ହାଇକୋର୍ଟଙ୍କ ତରଫରୁ ଏମ୍‌ସ ନିର୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ତ୍ବିଶାଙ୍କ ମୃତଦେହକୁ ବର୍ତ୍ତମାନ ଭୋପାଳସ୍ଥିତ ଏମ୍‌ସ ଶବାଗାରରେ ରଖାଯାଇଛି। ଏମ୍‌ସ ଡାକ୍ତରୀ ଦଳ ଏକ ଚାର୍ଟଡ ବିମାନରେ ଖୁବଶୀଘ୍ର ଭୋପାଳ ଯାତ୍ରା କରିବେ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଉତ୍ତର ପ୍ରଦେଶର ନୋଏଡା ବାସିନ୍ଦା ପୂର୍ବତନ ‘ମିସ୍‌ ପୁଣେ’ ତଥା ମଡେଲ ଅଭିନେତ୍ରୀ ତ୍ବିଶା ଗତବର୍ଷ ଡିସେମ୍ବରରେ ଏକ ଡେଟିଂ ଆପ୍‌ ଜରିଆରେ ସମର୍ଥଙ୍କୁ ବିବାହ କରିଥିଲେ। ବିବାହର ପାଞ୍ଚମାସ ପରେ ଅର୍ଥାତ୍‌ ମେ’ ୧୨ରେ ଭୋପାଳସ୍ଥିତ ଶ୍ବଶୁର ଘରୁ ତ୍ବିଶାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଥିଲା। ତ୍ବିଶାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ବିବାହ ପରଠାରୁ ତାଙ୍କ ଝିଅକୁ ଅଧିକ ଯୌତୁକ (ନଗଦ ୫୦ ଲକ୍ଷ ଟଙ୍କା ଓ ଟୟୋଟା ଫର୍ଚ୍ୟୁନର ଗାଡି) ଆଣିବାକୁ ବାଧ୍ୟ କରାଯାଉଥିଲା। ଏଥିରେ ବ୍ୟତିକ୍ରମ ହେବାରୁ ତ୍ବିଶାଙ୍କ ଉପରେ ମାନସିକ ତଥା ଶାରୀରିକ ନିର୍ୟାତନା ଦିନକୁ ଦିନ ବଢିଚାଲିଥିଲା। ତ୍ବିଶାଙ୍କ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

  • Related Posts

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ…

    Continue reading
    ଜନ୍ତର ମନ୍ତର ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍

    ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବାକୁ ନେଇ ସିଜେପିର କାର୍ଯ୍ୟକର୍ତ୍ତାମାନେ ସୋମବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ସେମାନେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ସିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ