ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଜାତୀୟତାବାଦ ଓ ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୁଳ ଉଦ୍ଦେଶ୍ୟ: ମନମୋହନ ସାମଲ


ବାଲିଗୁଡା/ଫୁଲବାଣୀ/ଭୁବନେଶ୍ୱର, ତା.୧୪/୦୮: ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ । ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇବା ଲକ୍ଷ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ “ତ୍ରିରଙ୍ଗା ଯାତ୍ରା” ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ମଧ୍ୟ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ସହ ତ୍ରିରଙ୍ଗା ଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡା ଏବଂ ଫୁଲବାଣୀଠାରେ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ ।
ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଅ।।ଶ୍ରମ ଓ କନ୍ୟା ଆଶ୍ରମ ପରିଦର୍ଶନ କରି ସ୍ୱର୍ଗତ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ସେଠାରେ ଆଦିବାସୀମାନଙ୍କ ପାଇଁ ସ୍ୱାମୀଜୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଛନ୍ତି । ଆଶ୍ରମର ମୁଖ୍ୟ ଏବଂ ଅନ୍ତେବାସୀଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହେବା ସହ ଏହାର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ବାଲିଗୁଡା ଏବଂ ଫୁଲବାଣୀଠାରେ ପହଂଚିବା ପରେ ଦଳୀୟ କାର୍ଯ୍ୟକର୍ତାମାନେ ବ୍ୟାପକ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । “ତ୍ରିରଙ୍ଗା ଯାତ୍ରା”ରେ ସାମିଲ ହୋଇ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ‘ଜାତୀୟ ପତାକା’ ପ୍ରତ୍ୟେକ ଭାରତୀୟଙ୍କ ଗୌରବ ଓ ସ୍ୱାଭିମାନର ପ୍ରତୀକ । ଏହି ପତାକାକୁ ସମ୍ମାନର ସହ ଉଚ୍ଚ ସ୍ଥାନରେ ରଖିବା ସମସ୍ତଙ୍କ ଦାୟିତ୍ୱ । ଏହି ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ, ଜାତୀୟତାବାଦ, ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୁଳ ଉଦ୍ଦେଶ୍ୟ । ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
“ବିଭାଜନ ବିଭୀଷିକା ସ୍ମୃତି ଦିବସ” ଉପଲକ୍ଷେ ଫୁଲବାଣୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ଇତିହାସ କଳା ଅଧ୍ୟାୟକୁ ମନେ ପକାଇ କହିଛନ୍ତି ଯେ, ଇତିହାସ ହେଉଛି ଦର୍ପଣ ସଦୃଶ । ଇତିହାସ ଭବିଷ୍ୟତର ପଥ ପ୍ରଦର୍ଶିକ । ଇତିହାସକୁ ଯେଉଁ ସମାଜ ବୁଝେ ନାହିଁ, ପଢେ ନାହିଁ କିମ୍ବା ଜାଣିବାର ଚେଷ୍ଟା କରେ ନାହିଁ; ସେ ସମାଜ ଆଗକୁ ଯାଇପାରେ ନାହିଁ । ଦେଶ ବିଭାଜନ ସମୟରେ ନିର୍ମମ ଅତ୍ୟାଚାର, ଗଣ ବଳାତ୍କାର, ଓ ନରହତ୍ୟାର ଯନ୍ତ୍ରଣା କେବେ ହେଲେ ଦେଶବାସୀ ଭୁଲି ପାରିବେ ନାହିଁ । ଦେଶ ବିଭାଜନ ସମୟର ୨୦ଲକ୍ଷରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ୨ଲକ୍ଷ ମହିଳା ଓ ଅଢ଼େଇ ଲକ୍ଷ ନିଷ୍ପାପ ଶିଶୁ ଥିଲେ । ସେହି ୨ଲକ୍ଷଙ୍କୁ ଭିତରୁ ପ୍ରାୟ ୧ଲକ୍ଷ ନିରୀହ ମହିଳା ହତ୍ୟା ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଥିଲେ । ୨କୋଟି ୫୦ଲକ୍ଷ ଲୋକ ବିସ୍ଥାପିତ ହୋଇ ଅନ୍ୟ ଦେଶରେ ବା ନିଜ ଦେଶରେ ମୁଳତଃ ହିନ୍ଦୁ ଶରଣାର୍ଥୀ ହୋଇଥିଲେ । ମୋଟ ୫କୋଟି ଲୋକ ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହୋଇଥିଲେ । ଶରଣାର୍ଥୀ ହେବାକୁ ବାଧ୍ୟ ହୋଇଥିବା କୋଟି କୋଟି ଲୋକ ନିଜ ନିଜ ଭିଟାମାଟି ଛାଡି ପାଦରେ ଚାଲି ଚାଲି ଯାଇଥିଲେ । ଗାଁ ରୁ ଗାଁଗୁଡିକ ଧ୍ୱସ୍ତବିଧସ୍ତ ହେଉଥିବାବେଳେ ଶରଣାର୍ଥୀ ପଦଯାତ୍ରୀଙ୍କ ସଂଖ୍ୟା ମାଇଲ ମାଇଲ ପର୍ଯ୍ୟନ୍ତ ବ୍ୟାପି ଚାଲିଥିଲା । ପଞ୍ଜାବ ତୁଳନାରେ ବଙ୍ଗଳାରେ ବିସ୍ଥାପନର ଭୟାବହତା ଦଶନ୍ଧି ଧରି ଲାଗିରହିଛି । ବିଭାଜନର ଭୟାବହତା ଏତେ ମାତ୍ରାରେ ଥିଲା ଯେ, ଏହା ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ପାକିସ୍ଥାନ ଓ ବାଂଲାଦେଶରୁ ବହୁ ସଂଖ୍ୟାରେ ଲୋକ ପଳାଇଥିଲେ । ବିଶ୍ୱର ଅନ୍ୟ କୌଣସି କ୍ଷେତ୍ରରେ ଏତେ ଲୋକଙ୍କ ପ୍ରାଣ ଯାଇନଥିଲା କି ଲୋକେ ଭିଟାମାଟି ଛାଡିନଥିଲେ । ଏହା ଥିଲା ମାନବ ଇତିହାସର ସବୁଠୁ ବଡ ବିଭୀଷିକା ବୋଲି ଶ୍ରୀ ସାମଲ କହିଛନ୍ତି ।
ବିଭାଜନରେ ବିସ୍ଥାପିତ ହୋଇଥିବା ଏବଂ ନିଜର ଜୀବନ ବଳିଦାନ ଦେଇଥିବା ଭାଇ ଭଉଣୀମାନଙ୍କର ସଂଘର୍ଷ ଓ ବଳିଦାନର ସ୍ମୃତିଚାରଣ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରାଯାଉଛି । ବିଭାଜନ ବିଭୀଷିକାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ଏବଂ କ୍ଷତ ଓ ପୀଡା ସହିଥିବା ସେହି ପୂର୍ବଜମାନଙ୍କୁ ମନେ ପକାଇବାର ଅବସର । ଆଜିର ଦିନରେ ସେହି ବିଭୀଷିକାରୁ ପ୍ରେରଣା ନେଇ ଭାରତକୁ ଅଧିକ ଶକ୍ତିଶାଳୀ, ସମୃଦ୍ଧ, ଶୌର୍ଯ୍ୟବାନ ଓ ସୁରକ୍ଷିତ କରିବାହେଉଛି ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଫୁଲବାଣୀଠାରେ ଶହୀଦ ସଂଗ୍ରାମ କେଶରୀ ଲେଙ୍କାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିସ୍‌ମାଝୀ, ରାଜ୍ୟ ସଂପାଦକ ସରୋଜ କରଙ୍କ ସମେତ ଅନେକ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ