ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ସରକାରଙ୍କୁ ବିଜେଡିର ନିବେଦନ

ପୁରୀ: ରଥଯାତ୍ରା ଅବସରରେ ଠେଲା ପେଲା ଯୋଗୁଁ ଜଣେ ଭକ୍ତଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ଏହା ସହିତ ବହୁ ସଂଖ୍ୟକ ଭକ୍ତ ଆହତ ହୋଇଛନ୍ତି । ଉକ୍ତ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “ରଥଯାତ୍ରା ସମୟରେ ବଡ଼ଦାଣ୍ଡର ଭିଡ଼ରେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ହୋଇଥିବା ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ । ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ଅମର ଆତ୍ମାର ସଦଗତି କାମନା କରୁଛି । ଏହା ସହ ଆହତ ହୋଇଥିବା ଶତାଧିକ ଭକ୍ତଙ୍କ ଆଶୁଆରୋଗ୍ୟ କାମନା କରୁଛି । ଏପରି ଦୁଃଖଦ ସମୟରେ ସଭିଙ୍କ ସହାୟତା ପାଇଁ ବିଜୁ ଜନତା ଦଳର ସମସ୍ତ କର୍ମୀ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ । ମୁଁ ଆଶା କରୁଛି, ରାଜ୍ୟ ସରକାର ଭିଡ଼ ପରିଚାଳନା ସଠିକ ଭାବେ କରି ଭକ୍ତଙ୍କ ସୁବିଧା ତଥା ସୁରକ୍ଷା ସୁନିଶ୍ଚିତ କରିବେ ।ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପବିତ୍ର ଧାର୍ମିକ ମହୋତ୍ସବଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଯେଉଁଥିରେ କି ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷର ରଥଯାତ୍ରାରେ ଘଟି ଯାଇଥିବା ଏହିପରି ଦୁର୍ଭାଗ୍ୟଜନକ ଘଟଣା ସମସ୍ତ ଭକ୍ତଙ୍କୁ ଗଭୀର ମର୍ମାହତ କରିଛି । ରଥଯାତ୍ରା ସମୟରେ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଭକ୍ତ ଭିଡ଼ଜନିତ ଅଘଟଣ ଓ ଅନ୍ୟାନ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି । ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଘୋଷଯାତ୍ରା ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ଜଣେ ଭକ୍ତଙ୍କର ପ୍ରାଣହାନି ଘଟିଛି । ମୃତକ ଜଣକ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଅନିଲ ଦାସ ବୋଲି ସୂଚନା ମିଳିଛି । ଏଭଳି ଘଟଣା ଗଭୀର ଚିନ୍ତାର ବିଷୟ । ଏହାର ଯତ୍ନଶୀଳ ସମୀକ୍ଷା ଓ ଅନୁଧ୍ୟାନ ଆବଶ୍ୟକ ।
ନବୀନଙ୍କ ନିର୍ଦ୍ଦେଶକ୍ରମେ ଆହତଙ୍କୁ ଡାକ୍ତରଖାନାରେ ଭେଟିଥିବା ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା ଦଳାଚକଟା ଉପରେ ମତ ରଖି କହିଛନ୍ତି, “ଏହି ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ । ଏହା ଏକ ପ୍ରଶାସନିକ ଅବହେଳା । ପ୍ରସ୍ତୁତି ନାଁରେ ବର୍ଷ ବର୍ଷ ଧରି ପ୍ରଶାସନ ଢିଲାପଣ ଚଳାଇଥିଲା । ତେବେ ତୁରନ୍ତ ଆହତ ମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମୁଁ ଦାବି କରୁଛି ।”

ବିଜେଡିର ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ମୃତ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି ଆହତ ସମସ୍ତ ଭକ୍ତଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି । ରାଜ୍ୟ ସରକାରଙ୍କୁ ସମସ୍ତ ଆହତ ଭକ୍ତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ସହ ପ୍ରଭାବିତ ପରିବାର ମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ବିଜେଡି ପକ୍ଷରୁ ଅନୁରୋଧ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରିଚାଳନା ସମୟରେ ଭକ୍ତ ମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ଉଚିତ ।

ଲେନିନ ଆହୁରି ମଧ୍ୟ କହିଛନ୍ତି, “ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା, ସୁରକ୍ଷା ପ୍ରୋଟୋକଲ, ଜରୁରୀକାଳୀନ ଚିକିତ୍ସା ସେବା ଏବଂ ସାମଗ୍ରିକ ପ୍ରଶାସନିକ ପରିଚାଳନାର ଏକ ବ୍ୟାପକ ସମୀକ୍ଷା କରାଯିବା ଆବଶ୍ୟକ ଅଟେ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଅଘଟଣର ପୁର୍ନରାବୃତ୍ତି ଯେପରି ନହେବ ସେଥି ପ୍ରତି ଯତ୍ନଶୀଳ ହୁଅନ୍ତୁ । ଆଗାମୀ ଭବିଷ୍ୟତରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଉପଯୁକ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ପବିତ୍ର ଏହି ମହୋତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା, ନିରାପତ୍ତା ଓ ମର୍ଯ୍ୟାଦାକୁ ସୁନିଶ୍ଚିତ କରାଯିବା ଉଚିତ ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ