ଦଳିତ ନିର୍ୟାତନା ପାଇଁ ବିଜେପି ସରକାର ଦାୟୀ: ବିଜେଡି

ଭୁବନେଶ୍ୱର : ଗତ ରବିବାର ଦିନ ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ମିଥ୍ୟା ଗୋ-ଚାଲାଣ ଅଭିଯୋଗରେ ୨ ଜଣ ଦଳିତଙ୍କୁ ଅର୍ଦ୍ଧ ଉଲଗ୍ନ କରି ନାଳ ପାଣି ପିଆଇବା ସହ ରାସ୍ତାରେ ଆଣ୍ଠେଇ ଅକଥନୀୟ ନିର୍ୟାତନା ଭଳି ହୃଦୟ ବିଦାରକ ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି।
ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଏହି ବର୍ବରକାଣ୍ଡ ଓଡ଼ିଶାକୁ ଦେଶରେ ବଦନାମ କରିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବାର ଏହା ଏକ ନଗ୍ନ ନମୂନା। ରାଜ୍ୟର ସମ୍ବେଦନହୀନ ନେତୃତ୍ୱ ପ୍ରତ୍ୟେକ ଦିନ ଏଭଳି ଅଘଟଣକୁ ଅଣଦେଖା କରିବା ଦ୍ୱାରା ପ୍ରଶାସନିକ କଳ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡ଼ିଛି। ଖାରିଗୁମ୍ମା ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ତୁରନ୍ତ ପଦକ୍ଷେପ ନେବାକୁ ଡ଼ ମହାନ୍ତି ଦାବି କରିଛନ୍ତି।

ଏହିଭଳି ଘଟଣା ପାଇଁ ଦିନକୁ ଦିନ ଓଡ଼ିଶାର ମାନ ସମ୍ମାନ ନିମ୍ନଗାମୀ ହେବାରେ ଲାଗିଛି। ଓଡ଼ିଆ ଅସ୍ମିତା ପ୍ରତ୍ୟେକ ଦିନ ଭୃଲୁଣ୍ଠିତ ହେଉଛି। ସରକାର ଯଦି ସକ୍ରିୟ ଭାବେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଡ଼ ମହାନ୍ତି କହିଛନ୍ତି।

  • Related Posts

    ମୋଦି ସରକାର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି:ରାହୁଲ

    ‘ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।’ ଆଜି ଏଭଳି କିଛି କହି ମୁଖ୍ୟ…

    Continue reading
    ଏବିଭିପିର ବଡ଼ ସଫଳତା, ୬୦ ମହାବିଦ୍ୟାଳୟର ୨୫୨ ପଦବୀରେ ନିର୍ଦ୍ୱନ୍ଦ୍ୱରେ ବିଜୟ

    ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟର ୬୦ଟି ମହାବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ୨୫୨ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ