
ବଲାଙ୍ଗିର: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ । ଦେଓଗାଁ ଥାନା ଡାହିମାଲ୍ ଗାଁ ରେ ଦଲିଦେଲା ହାତୀ । ହାତୀ ଦଳିଦେବାରୁ ଘଟଣା ସ୍ଥଳ ରେ ଉଡି ଗଲା ପ୍ରାଣ ବାୟୁ । ବଲାଙ୍ଗିର ଜିଲ୍ଲା ସଇଁତଳା ରେଞ୍ଜ ଅଞ୍ଚଳ ରେ ଘୁରି ବୁଲୁଥିବା ହାତୀପଲ ଜଣେ ବୃଦ୍ଧା ଙ୍କ ଜୀବନ ନେଇଛି । ତେବେ ଜଙ୍ଗଲ ଭିତରେ ଘର କରି ରହୁଥିବା ଜଣେ ବୃଦ୍ଧାଙ୍କୁ ହାତୀ ଦଲିଦେବାରୁ ଘଟଣା ସ୍ଥଳରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଛି ।
ତେବେ ବନ ବିଭାଗ ର ନିଷ୍କ୍ରିୟତା ଯୋଗୁଁ ଡ଼ାହିମାଲ ଗାଁ ର ସୀତାରାମ ଭୋଇ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ହାତୀ ଜଙ୍ଗଲ ଭିତରେ ରହୁଥିଲେ ବି ବନ ଵିଭାଗ ଠିକ୍ ଭାବରେ ଲୋକଙ୍କୁ ସଚେତନ କରୁନଥିବାରୁ ଜଣେ ବ୍ୟକ୍ତି ଆଜି ମୃତ୍ୟୁ ହୋଇଛି । ଏନେଇ ଘଟଣା ସ୍ଥଳ ରେ ସଇଁତଳା ବନ ବିଭାଗ ଓ ଦେଓଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।







