ଦିଲ୍ଲୀପ ରାୟ: ସମାନ ଫର୍ମୁଲା, ସମାନ ଦମ୍ଭ

ସମାନ ଫର୍ମୁଲା, ସମାନ ଦମ୍ଭ । ୨୪ ବର୍ଷ ତଳର ଇତିହାସକୁ ମନେ ପକାଇ ନିଜ ଆଗାମୀ ରାଜନୈତିକ ଭବିଷ୍ୟତ ପାଇଁ ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀପ ରାୟ । ବିରୋଧୀ ବିଜେଡ଼ି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱରଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେବା ରାଜ୍ୟ ରାଜନୀତିକୁ ହଲଚଲ କରିଛି । ବିଜେପିର ସମର୍ଥନ ବାଦ୍ ଆହୁରି ୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡୁଥିବାରୁ ୨୦୦୨ ଫର୍ମୁଲା ଆପଣାଇବା ପାଇଁ ଇଙ୍ଗିତ କରିଛନ୍ତି ଦିଲ୍ଲୀପ ।

ସ୍ୱାଧୀନ ରାଜ୍ୟସଭା ପ୍ରାର୍ଥୀ ହେବାକୁ ଦିଲ୍ଲୀପ ରାୟଙ୍କ ଘୋଷଣା ଓ ଏହାର ଠିକ୍ ପରେ ପରେ ବିଜେପିର ସମର୍ଥନ ରାଜ୍ୟସଭା ଗଣିତ ହିସାବକିତାବକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଛି । ଦୀର୍ଘ ୨୪ ବର୍ଷ ପରେ ପୁଣିଥରେ ନବୀନଙ୍କ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ ଦେଇ ମୈଦାନକୁ ଓହ୍ଲାଇଛନ୍ତି ପୁରୁଣା ସହଯୋଗୀ ଦିଲ୍ଲୀପ ରାୟ । ୨୦୦୨ ଫର୍ମୁଲାରେ ସ୍ୱାଧୀନ ଭାବେ ଲଢ଼ିବାକୁ ମନସ୍ଥ କରିଛନ୍ତି ଦିଲ୍ଲୀପ । ସବୁ ଦଳୀୟ ନେତାଙ୍କ ପାଖରେ ଗ୍ରହଣୀୟ ହେଉଥିବା ଦିଲ୍ଲୀପଙ୍କ ଏ ନିଷ୍ପତ୍ତି ଉଭୟ ନବୀନ ଓ ଭକ୍ତଙ୍କୁ ଅକଳରେ ପକାଇପାରେ । ବିଗିଡ଼ିପାରେ ବିଜେଡି ଗଣିତ । ୨୦୦୨ ଭଳି ବିଜେଡିର ଅସନ୍ତୁଷ୍ଟ କ୍ୟାମ୍ପକୁ ପ୍ରଭାବିତ କରିପାରନ୍ତି ଦିଲ୍ଲୀପ । ଏଭଳି କିଛି ଦିଗକୁ ସେ ଇଙ୍ଗିତ କରିଛନ୍ତି । ସେହିଭଳି କଂଗ୍ରେସରେ କ୍ରସ୍‌ ଭୋଟିଂ ନୂଆ ନୁହେଁ । ଏହାର ନଜିର ରାଷ୍ଟ୍ରପତି ନିର୍ବାଚନରେ ଦେଖିବାକୁ ମିଳିଛି । ଏବେ ଏହାର ଲାଭ ଉଠାଇପାରନ୍ତି ଦିଲ୍ଲୀପ ।

ଦିଲ୍ଲୀପଙ୍କ ଦମ୍ଭୋକ୍ତି ଉଭୟ ବିଜେଡି ଓ କଂଗ୍ରେସ ମୁଖିଆଙ୍କ ଚିନ୍ତା ବଢାଇଛି । ଯଦି ବିରୋଧୀ ଦଳର ଅସନ୍ତୁଷ୍ଟ ଭୋଟ ହାତେଇ ଦିଲ୍ଲୀପ ରାଜ୍ୟସଭା ବାଜି ଜିତିଲେ ଦଳ ଭିତରେ ନବୀନଙ୍କ ନେତୃତ୍ୱକୁ ନେଇ ବଡ଼ ପ୍ରଶ୍ନବାଚୀ ଛିଡ଼ା ହେବ । ସେହିଭଳି କଂଗ୍ରେସ ମୁଖିଆ ମାତ୍ର ୧୪ ବିଧାୟକଙ୍କୁ ଏକାଠି ନ ରଖିପାରିଲେ ମଧ୍ୟ ସମଦଶା ଭୋଗିପାରନ୍ତି । ବିଜୟ ମହାପାତ୍ର ଓ ଦିଲ୍ଲୀପଙ୍କ ସମ୍ପର୍କ ନିଲମ୍ବିତ ବିଧାୟକ ଅରବିନ୍ଦଙ୍କ ଭୋଟକୁ ତାଙ୍କ ସପକ୍ଷରେ ରଖିବ । ଏହି ପୂରା ପ୍ରକରଣରେ ମାଇଲେଜ ନେବା ଲକ୍ଷ୍ୟରେ ରହିଛି ବିଜେପି ।

୧୬ ମାର୍ଚ୍ଚ ୨୦୨୬ । ଦିଲ୍ଲୀପ ଓ ଦତ୍ତେଶ୍ୱରଙ୍କ ମଧ୍ୟରୁ କିଏ ଜିତିବ ତାହା ଉପରୁ ପରଦା ହଟିବ । ଏହାସହ ଓଡ଼ିଶା ରାଜନୀତିରେ ଆରମ୍ଭ ହେବ ନୂଆ ଅଧ୍ୟାୟ ।

  • Related Posts

    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading
    ଚାମେଲି ଓଝାଙ୍କ ବିରୁଦ୍ଧରେ ଅନାସ୍ଥା ମତଦାନ ଜାରି

    ମହାକାଳପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟିଂ ଅନୁଷ୍ଠିତ ହେଉଛି l ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଅନାସ୍ଥା ଭୋଟିଂ କରିବା ପାଇଁ କେନ୍ଦ୍ରାପଡା ଉପଜିଲ୍ଲାପାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ