ଦିଲ୍ଲୀରେ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପ୍ରତିଛବିକୁ ଜାତୀୟ ଆଲୋଚନା ପରିସରକୁ ଆଣିବା ଆମର ଦାୟିତ୍ୱ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,07/09 : ଶନିବାର ନୂଆଦିଲ୍ଲୀ ଠାରେ ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆୟୋଜିତ ସାମ୍ବାଦିକତା ପୁରସ୍କାର ସମାରୋହ ୨୦୨୫ରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସାମ୍ବାଦିକମାନେ କେବଳ ରାଜନୀତି ଓ ଅପରାଧିକ ଘଟଣା ବିଷୟରେ ବିତର୍କ ନକରି ଗୋଟିଏ ସମାଜର ବ୍ୟାପ୍ତିକୁ ପରିପ୍ରକାଶ କରିବା ଦରକାର। ଓଡ଼ିଶା ସମେତ ଜାତୀୟ ସ୍ତରର ସାମ୍ବାଦିକମାନେ ମଧ୍ୟ ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ ଚିନ୍ତନ କ୍ଷମତାକୁ ଜାଣିବା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏହି ସବୁ ବିଷୟକୁ ଜଣାଇବା ଦରକାର ବୋଲି ଏହି ଅବସରରେ ମନ୍ତ୍ରୀ ପ୍ରଧାନ କହିଥିଲେ। ୧୧ ବର୍ଷ ପରେ ଅର୍ଥାତ୍‌ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ସମାଜକୁ ଏକ ପରିଚୟର ଆବଶ୍ୟକତା ଥାଏ। ଓଡ଼ିଆ ସମାଜର ସବୁଠୁ ବଡ଼ ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଏହାକୁ ନେଇ କାହା ମନରେ ଦ୍ୱନ୍ଦ୍ୱ ନାହିଁ। ସମସାମୟିକ ସମାଜରେ ଆମ ଓଡ଼ିଆ ସମାଜର ଗଭୀରତା, ବୌଦ୍ଧିକ ଚିନ୍ତନ କ୍ଷମତା ଓ ବ୍ୟାପକତା କେତେ, ତାହା ଜାଣିବା ଏବଂ ଜଣାଇବା ଦରକାର। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପ୍ରତିଛବିକୁ ଜାତୀୟ ଆଲୋଚନା ପରିସରକୁ ଆଣିବା ଆମର ଦାୟିତ୍ୱ ଅଟେ।
କାର୍ଯ୍ୟକ୍ରମରେ ‘ଆଜ୍‌ତକ’ର ସମ୍ପାଦକ ସଞ୍ଜୀବ ପାଲିୱାଲ, ‘ହିନ୍ଦୁସ୍ଥାନ’ର ସମ୍ପାଦକ ପ୍ରତାପ ସୋମବଂଶୀ, ‘ଲଲନଟପ’ର ସମ୍ପାଦକ ସୌରଭ ଦ୍ୱିବେଦୀଙ୍କୁ ଭାରତୀୟ ସାମ୍ବାଦିକତା ପୁରସ୍କାର-୨୦୨୫ ଏବଂ ‘ଅର୍ଗସ’ ଡିଜିଟାଲର ସମ୍ପାଦକ ସଂଗ୍ରାମ ଷଡ଼ଙ୍ଗୀ, ‘ଦ’ ହିନ୍ଦୁ’ର ସ୍ୱତନ୍ତ୍ର ପ୍ରତିନିଧି ସତ୍ୟସୁନ୍ଦର ବାରିକ, ‘ସମ୍ବାଦ’ର ସମ୍ବଲପୁର ଜିଲା ପ୍ରତିନିଧି ରତ୍ନାକର ଭୋଇଙ୍କୁ ‘ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୫”ରେ ସମ୍ମାନିତ କରାଯାଇଥିଲା। ସମାରୋହରେ ଯୋଗଗୁରୁ ବାବା ରାମଦେବ, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଗ୍ରୁପ ଏଡିଟର ସାନ୍ତ୍ୱନା ଭଟ୍ଟାଚାର୍ଯ୍ୟ ଏବଂ ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ