ନୂଆଦିଲ୍ଲୀ,07/09 : ଶନିବାର ନୂଆଦିଲ୍ଲୀ ଠାରେ ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆୟୋଜିତ ସାମ୍ବାଦିକତା ପୁରସ୍କାର ସମାରୋହ ୨୦୨୫ରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସାମ୍ବାଦିକମାନେ କେବଳ ରାଜନୀତି ଓ ଅପରାଧିକ ଘଟଣା ବିଷୟରେ ବିତର୍କ ନକରି ଗୋଟିଏ ସମାଜର ବ୍ୟାପ୍ତିକୁ ପରିପ୍ରକାଶ କରିବା ଦରକାର। ଓଡ଼ିଶା ସମେତ ଜାତୀୟ ସ୍ତରର ସାମ୍ବାଦିକମାନେ ମଧ୍ୟ ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ ଚିନ୍ତନ କ୍ଷମତାକୁ ଜାଣିବା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏହି ସବୁ ବିଷୟକୁ ଜଣାଇବା ଦରକାର ବୋଲି ଏହି ଅବସରରେ ମନ୍ତ୍ରୀ ପ୍ରଧାନ କହିଥିଲେ। ୧୧ ବର୍ଷ ପରେ ଅର୍ଥାତ୍ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ସମାଜକୁ ଏକ ପରିଚୟର ଆବଶ୍ୟକତା ଥାଏ। ଓଡ଼ିଆ ସମାଜର ସବୁଠୁ ବଡ଼ ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଏହାକୁ ନେଇ କାହା ମନରେ ଦ୍ୱନ୍ଦ୍ୱ ନାହିଁ। ସମସାମୟିକ ସମାଜରେ ଆମ ଓଡ଼ିଆ ସମାଜର ଗଭୀରତା, ବୌଦ୍ଧିକ ଚିନ୍ତନ କ୍ଷମତା ଓ ବ୍ୟାପକତା କେତେ, ତାହା ଜାଣିବା ଏବଂ ଜଣାଇବା ଦରକାର। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପ୍ରତିଛବିକୁ ଜାତୀୟ ଆଲୋଚନା ପରିସରକୁ ଆଣିବା ଆମର ଦାୟିତ୍ୱ ଅଟେ।
କାର୍ଯ୍ୟକ୍ରମରେ ‘ଆଜ୍ତକ’ର ସମ୍ପାଦକ ସଞ୍ଜୀବ ପାଲିୱାଲ, ‘ହିନ୍ଦୁସ୍ଥାନ’ର ସମ୍ପାଦକ ପ୍ରତାପ ସୋମବଂଶୀ, ‘ଲଲନଟପ’ର ସମ୍ପାଦକ ସୌରଭ ଦ୍ୱିବେଦୀଙ୍କୁ ଭାରତୀୟ ସାମ୍ବାଦିକତା ପୁରସ୍କାର-୨୦୨୫ ଏବଂ ‘ଅର୍ଗସ’ ଡିଜିଟାଲର ସମ୍ପାଦକ ସଂଗ୍ରାମ ଷଡ଼ଙ୍ଗୀ, ‘ଦ’ ହିନ୍ଦୁ’ର ସ୍ୱତନ୍ତ୍ର ପ୍ରତିନିଧି ସତ୍ୟସୁନ୍ଦର ବାରିକ, ‘ସମ୍ବାଦ’ର ସମ୍ବଲପୁର ଜିଲା ପ୍ରତିନିଧି ରତ୍ନାକର ଭୋଇଙ୍କୁ ‘ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୫”ରେ ସମ୍ମାନିତ କରାଯାଇଥିଲା। ସମାରୋହରେ ଯୋଗଗୁରୁ ବାବା ରାମଦେବ, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଗ୍ରୁପ ଏଡିଟର ସାନ୍ତ୍ୱନା ଭଟ୍ଟାଚାର୍ଯ୍ୟ ଏବଂ ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ।
କ୍ରୀଡ଼ା ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା
ଦେବଗଡ଼:କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ଅଞ୍ଚଳସ୍ତରୀୟ ୫୫ତମ କ୍ରୀଡ଼ା ପ୍ରତିଯୋଗିତା ତିନିଦିନ ଧରି ଭୁବନେଶ୍ୱର କିଟ୍ ୟୁନିଭରସିଟି କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୪୩ଟି ବିଦ୍ୟାଳୟର ୧୭ ବର୍ଷରୁ କମ୍,୧୯ ବର୍ଷରୁ କମ୍ ବାଳକ ବାଳିକାମାନେ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ ଦେବଗଡ଼…




