ଦିଲ୍ଲୀରେ ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି

ନୂଆଦିଲ୍ଲୀ: ଦୀପାବଳିରେ ଅଣନିଶ୍ବାସୀ ହୋଇପଡ଼ିଛି ଦିଲ୍ଲୀ । ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି । ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୋଇଛି । ଆଜି ଦିଲ୍ଲୀ ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ୪୦୦ ପାର୍ କରିଛି । ବାୟୁ ମାନ ଅତି ଖରାପ ଯୋଗୁଁ ରେଡ୍‌ ଜୋନ୍‌ରେ ରହିଛି ୮ଟି ଷ୍ଟେସନ୍‌ । ସେପଟେ ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜଳିବାରୁ ପରିସ୍ଥିତି ଆହୁରି ଭୟଙ୍କର ହୋଇଛି । ବାୟୁର ମାନ ଯେପରି ଅଧିକ ନ ବିଗିଡେ ସେଥିପ୍ରତି ସତର୍କ ନଜର ରଖାଯାଇଛି ।

ଆଜି ସକାଳେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଜାହାଙ୍ଗୀରପୁରୀରେ ୪୧୭, ଲୋନିରେ ୩୭୭, ପୁଠଖୁର୍ଦରେ ୩୭୦, ଇହବାସରେ ୩୫୭, ମେଜର ଧାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ୩୫୬, ଆଲିପୁରରେ ୩୫୧, ଦ୍ୱାରକା ସେକ୍ଟରରେ ୩୪୭, ମାଲଭିଆ ନଗରରେ ୩୩୫, ଆନନ୍ଦ ବିହାରରେ ୩୩୧, କଟୱରିଆ ସରାୟରେ ୩୩୧, ଅଶୋକ ବିହାରରେ ୩୨୪, ବୱାନା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ୩୨୮, କନ୍ନାଟ୍ ପ୍ଲେସରେ ୩୨୯, ଗ୍ରେଟର କୈଳାଶରେ ୩୧୯, ଜିଟିବି ନଗରରେ ୩୨୨, ମୟୂର ବିହାରରେ ୩୨୨, ହରି ନଗରରେ ୩୧୬, ରୋହିଣୀରେ ୩୩୯ ସହିତ ସମସ୍ତ ସ୍ଥାନରେ ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି ।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ