ଦିଲ୍ଲୀରେ ଯୁବ ବିଚାରପତିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଶନିବାର ଗ୍ରୀନପାର୍କସ୍ଥିତ ବାସଭବନରୁ ଜଣେ ୩୦ ବର୍ଷ ବୟସ୍କ ଯୁବ ବିଚାରପତିଙ୍କ ମୃତଦେହ ଜବତ କରିଛି। ବାଥ୍‌ରୁମରୁ ଝୁଲନ୍ତା ଅବସ୍ଥାରେ ବିଚାରପତିଙ୍କ ମୃତଦେହ ମିଳିଥିବାରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। ଅମନ କୁମାର ଶର୍ମା ନାମକ ଏହି ବ୍ୟକ୍ତି କାକରଡୁମା କୋର୍ଟସ୍ଥିତ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସେସ୍‌ ଅଥରିଟିରେ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ଗୁରୁବାର ଅମନ ରାଜସ୍ଥାନର ଅଲୱାରରେ ଥିବା ପିତାଙ୍କ ନିକଟକୁ ଫୋନ କରି କହିଥିଲେ ଯେ ସେ ଭୀଷଣ ମାନସିକ ଚିନ୍ତାରେ ରହିଛନ୍ତି ଯାହାଫଳରେ ବଞ୍ଚିବା କଷ୍ଟକର ହୋଇପଡୁଛି। ଏହା ଶୁଣି ତାଙ୍କ ପିତା ଅଲୱାରରୁ ଆସି ଶୁକ୍ରବାର ମଧ୍ୟରାତ୍ରିରେ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ। ବିଗତ ଦୁଇମାସ ଧରି ପତ୍ନୀଙ୍କ ସହ ଅମନଙ୍କର ମତାନ୍ତର ଚାଲିଥିଲା। ଶନିବାର ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ତାଙ୍କ ପତ୍ନୀ ଜୋରରେ ପାଟି କରୁଥିବାବେଳେ ଅମନ କାନ୍ଦୁଥିଲେ ବୋଲି ଜଣେ ସମ୍ପର୍କୀୟ ପୁଲିସକୁ କହିଛନ୍ତି।
ଏହାପରେ ଅମନ ବାଥ୍‌ରୁମରେ ପ୍ରବେଶ କରିଥିଲେ। ଖୋଜାଖୋଜି କରିବାରେ ନ ମିଳିବାରୁ ତାଙ୍କ ମୋବାଇଲକୁ ଫୋନ କରାଯାଇଥିଲା। ବାଥ୍‌ରୁମରୁ ମୋବାଇଲ ବାଜୁଥିବାର ଶବ୍ଦ ଶୁଣିବା ପରେ ଘର ଲୋକେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେତେବେଳକୁ ଅମନ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିସାରିଥିଲେ।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ