
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଦିଲ୍ଲୀରେ ଓଡ଼ିଶା ନିବେଶକ ସମ୍ମିଳନୀ ଏବଂ ଏମ୍ଓୟୁ ସ୍ବାକ୍ଷର ସମାରୋହରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି। ଆଇଓସିଏଲ, ପେଟ୍ରୋନେଟ୍ ଏଲଏନଜି, ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭସ ଲି. ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାଳରେ ଓଡ଼ିଶାର ଭବିଷ୍ୟତ ପାଇଁ ରହିଥିବା ଭିଜନ ସମ୍ପର୍କରେ ବହୁ ଶିଳ୍ପ ନେତୃତ୍ବ ଓ ଅଂଶୀଦାରଙ୍କ ସହ ଆଲୋଚନା କରିବେ। ରାଜ୍ୟକୁ ବିଭିନ୍ନ ଶିଳ୍ପ ପାଇଁ ନିବେଶ ଆକର୍ଷିତ କରିବାକୁ ମୁଖ୍ୟମନ୍ତ୍ରୀ ନଏଡାରେ ଥିବା ଏଚସିଏଲ ଟେକ୍ କ୍ୟାମ୍ପସ ପରିଦର୍ଶନ କରିବେ। କେତେକ ଶିଳ୍ପ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ ବୈଠକ କରିବା କାର୍ୟ୍ୟକ୍ରମ ରହିଛି। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିପାରନ୍ତି ବୋଲି ଜଣାପଡ଼ିଛି।







