
ନୂଆଦିଲ୍ଲୀ: ୧୩ ଜୀବନ ନେଇଥିବା ଦିଲ୍ଲୀ ଆତଙ୍କୀ ବିସ୍ଫୋରଣ ଘଟଣାର ଛାନଭିନ୍ ବେଳେ ମଳିଛି ୯ ଏମ୍ଏମ୍ର ୩ଟି କ୍ୟାଟ୍ରିଜ୍ । କେଉଁଠୁ ଆସିଲା କ୍ୟାଟ୍ରିଜ୍ ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାସ୍ଥଳରୁ ବନ୍ଧୁକ କି ତାର କିଛି ପାର୍ଟ ମିଳିନଥିବା ବେଳେ ଖୋକା ଆସିଲା କେଉଁଠି ତାହା ବି ପ୍ରଶ୍ନ ଘେରରେ । ଆତଙ୍କୀ ଡାକ୍ତର ଉମର ଏଭଳି ବନ୍ଧୁକ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି । ସେପଟେ ଘରେ ବୋମା ତିଆରି କରୁଥିଲା ଆତଙ୍କୀ ଡାକ୍ତର ଉମର ନବି । ଘରେ ଲ୍ୟାବ କରି ବିସ୍ଫୋରକ ପରୀକ୍ଷଣ କରୁଥିଲା ଦିଲ୍ଲୀ ମାଷ୍ଟରମାଇଣ୍ଡ ଡାକ୍ତର ଉମନ ଉନ ନବି । ଅଲ୍ ଫଲହା ନିକଟସ୍ଥ ଘରେ କରିଥିଲା ସ୍ପେଶାଲ୍ ଲ୍ୟାବ୍ ।
ଦିଲ୍ଲୀ ପୁଲିସ ସୂତ୍ର ଅନୁଯାୟୀ, ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ସ୍ଥାନରୁ ୩ଟି ୯ଏମଏମ-କାଲିବର କ୍ୟାଟ୍ରିଜ୍ ମିଳିଛି ।ଏଥିମଧ୍ୟରୁ ଦୁଇଟି ଅଫୁଟା କ୍ୟାଟ୍ରିଜ୍ ଏବଂ ଗୋଟିଏ ଖାଲି ସେଲ୍ । ସାଧାରଣତଃ ସାଧାରଣ ନାଗରିକଙ୍କ ପାଇଁ ୯ଏମଏମ ପିସ୍ତଲ ଅନୁମତିପ୍ରାପ୍ତ ନୁହେଁ । ଏହି କ୍ୟାଟ୍ରିଜ୍ ସାଧାରଣତଃ କେବଳ ସଶସ୍ତ୍ର ବାହିନୀ କିମ୍ବା ପୁଲିସ ଅଧିକାରୀମାନେ ବ୍ୟବହାର କରନ୍ତି । ଘଟଣାସ୍ଥଳରୁ କୌଣସି ପିସ୍ତଲ କିମ୍ବା କୌଣସି ଅଂଶ ମିଳିନାହିଁ । କ୍ୟାଟ୍ରିଜ୍ ମିଳିଥିଲେ ମଧ୍ୟ ଗୁଳି ଚଳାଇବା ପାଇଁ ବ୍ୟବହୃତ ଅସ୍ତ୍ର ଏପର୍ୟ୍ୟନ୍ତ ମିଳିନାହିଁ । କ୍ୟାଟ୍ରିଜ୍ ସେଠାକୁ କିପରି ଆସିଲା ତାର ତଦନ୍ତ ଚାଲିଛି ।




