ଦୀପାବଳିରେ ବାଣ ଫୁଟିଲା, ଛାଡ଼ି ଦେଇଗଲା ଧୂମପୂର୍ଣ୍ଣ ବାୟୁମଣ୍ଡଳ

ଭୁବନେଶ୍ୱର: ପ୍ରଦୂଷଣମୟ ଆତସବାଜି ଆଗରେ ବଳି ପଡ଼ିଗଲା ସବୁଜ ଦୀପାବଳି ପାଳନ ଆହ୍ବାନ। ଦୀପାବଳିରେ କୋଟି କୋଟି ଟଙ୍କାର ବାଣ ଫୁଟିଲା, ଆଉ ପଛରେ ଛାଡ଼ି ଦେଇଗଲା ଧୂମପୂର୍ଣ୍ଣ ବାୟୁମଣ୍ଡଳ। ସବୁ ଥର ପରି ଏଥର ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକାକୁ କେହି ମାନିଲେନି। ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଜ୍ଜନକ ସ୍ଥିତିରେ ପହଞ୍ଚି ଯାଇଛି। ସନ୍ଧ୍ୟା ୭ଟାରୁ ବାଣଫୁଟା ଆରମ୍ଭ ପାଇଁ ସରକାର ସମୟ ଧାର୍ୟ୍ୟ କରିଥିବା ବେଳେ ଏହା ପରଠାରୁ ବାୟୁ ମଣ୍ଡଳରେ ପ୍ରଦୂଷଣ
ମାତ୍ରା ବଢ଼ିବା ଆରମ୍ଭ ହୋଇଥିଲା। ରାତି ୮ଟା ବେଳକୁ ସାରା ଗାଁରୁ ସହର ବିଷାକ୍ତ ଧୂଆଁର ମାତ୍ରା ବଢିଯାଇଥିଲା। ରାତି ୯ଟା ସୁଦ୍ଧା ବାଣ ଫୁଟା ବନ୍ଦ ପାଇଁ ସରକାର ଘୋଷଣା କରିଥିଲେ ସୁଦ୍ଧା, ଏହି କଟକଣା ଯେପରି ପାଣିର ଗାର ସଦୃଶ ଥିଲା। ବିଳମ୍ବିତ ରାତି ପର୍ୟ୍ୟନ୍ତ ରାଜଧାନୀରେ ଅମାନିଆ ବାଣ ଫୁଟାଉଥିଲେ ବି ପୁଲିସ ନିରବଦ୍ରଷ୍ଟା ସାଜିଥିଲା।

ଏକ୍ୟୁଆଇ ସ୍ତର ୫୦ରୁ କମ୍ ରହିଲେ ସୁରକ୍ଷିତ ଏବଂ ୧୦୦ ମଧ୍ୟରେ ସୀମିତ ରହିଲେ ସନ୍ତୋଷଜନକ ବୋଲି ବିବେଚନା କରାଯାଏ। ତେବେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଏକ୍ୟୁଆଇ ୨୫୦ରୁ ୩୭୦ ମଧ୍ୟରେ ରହିଥିଲା, ଯାହା ଜୀବ ଜଗତ ପାଇଁ ଅତ୍ୟନ୍ତ ହାନିକାରକ। ଦୀପାବଳି ଅବସରରେ ବାୟୁର ଗୁଣବତ୍ତା ନିର୍ଦ୍ଧାରଣ ପାଇଁ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓପିସିବି) ପକ୍ଷରୁ ଭୁବନେଶ୍ବରର ୬ଟି ସ୍ଥାନରେ ମନିଟରିଂ ଷ୍ଟେସନ୍ ସ୍ଥାପନ କରାଯାଇଥିଲା। ଭୁବନେଶ୍ବରରେ ଏକ୍ୟୁଆଇ ସ୍ତର ହାରାହାରି ୨୯୭ ରହିଥିବାବେଳେ ପଳାଶୁଣିରେ ସର୍ବାଧିକ ୩୬୧ ରେକର୍ଡ କରାଯାଇଥିଲା। ସେହିପରି କ୍ୟାପିଟାଲ ଥାନା ଅଞ୍ଚଳରେ ଏହା ୩୫୪, ୟୁନିଟ୍‌-୮ ଅଞ୍ଚଳରେ ୨୫୩, ଆଇଆରସି ଭିଲେଜ ଅଞ୍ଚଳରେ ୨୦୦, ଖଣ୍ଡଗିରି ଥାନା ଅଞ୍ଚଳରେ ୧୩୩, ଚନ୍ଦ୍ରଶେଖରପୁର ଅଞ୍ଚଳରେ ୧୧୯ ରେକର୍ଡ କରାଯାଇଥିଲା। ରାଉରକେଲା, ତାଳଚେର, ଅନୁଗୁଳ, କେନ୍ଦୁଝର, ପୁରୀ, ବାଲେଶ୍ବର ଆଦି ସହରରେ ବାୟୁ ପ୍ରଦୂଷଣ ହାର ଚିନ୍ତାଜନକ ଥିଲା। କିଛି ବେସରକାରୀ ସଂସ୍ଥାର ଆକଳନ ଅନୁସାରେ ଭୁବନେଶ୍ବର ସମେତ ଆଉ କିଛି ପ୍ରମୁଖ ସହରରେ ଏକ୍ୟୁଆଇ ୫୦୦ରୁ ୬୦୦ ମଧ୍ୟରେ ରହିଥିଲା। ଅପରପକ୍ଷେ ଓପିସିବି ପକ୍ଷରୁ ଜାରି ରିପୋର୍ଟରେ ଶବ୍ଦ ପ୍ରଦୂଷଣ ସ୍ତର ମଧ୍ୟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଥିବା ଜଣାପଡ଼ିଛି।‌ ପ୍ରଦୂଷଣକୁ ନେଇ ସମସ୍ତେ ଉଦ୍‌ବେଗ ପ୍ରକାଶ କରୁଥିବାବେଳେ କାର୍ୟ୍ୟରେ ତାହା ପ୍ରତିଫଳିତ ହେଉନାହିଁ। ସରକାର ଯେତେ ବୁଝାଇଲେ ବି କେହି ମାନିବାକୁ ପ୍ରସ୍ତୁତ ନୁହଁନ୍ତି।

ପ୍ରଦୂଷଣ ସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଚଳିତ ବର୍ଷ ସନ୍ଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବା ପାଇଁ କଟକଣା ଜାରି କରାଯାଇଥିଲା। ହେଲେ ରାତି ୨ଟା ଯାଏ ବାଣ ଫୁଟା ବନ୍ଦ ହୋଇ ନଥିଲା। ପୂର୍ବାପେକ୍ଷା ବାଣ ମୂଲ୍ୟ ଢେର ବଢ଼ି ଯାଇଥିଲେ ବି ତାହା ଲୋକଙ୍କୁ ପ୍ରଭାବିତ କରିନଥିଲା। କୋଟି କୋଟି ଟଙ୍କା ବାୟୁ ଓ ଶବ୍ଦ ପ୍ରଦୂଷଣରେ ଉଡ଼ି ଯାଇଥିଲା। ଓପିସିବିର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଦୀପାବଳି ପୂର୍ବରୁ ରେକର୍ଡ ହୋଇଥିବା ବାୟୁ ପ୍ରଦୂଷଣ ସ୍ତର ସନ୍ତୋଷଜନକ ଥିଲା। ତେବେ ଦୀପାବଳି ପରେ ଭୁବନେଶ୍ବରରେ ପିଏମ୍‌ ୨.୫ ସ୍ତର ସର୍ବାଧିକ ରହିଥିଲା। ପ୍ରତି ବର୍ଷ ଏପରି ସ୍ଥିତି ଲାଗି ରହୁଥିବାରୁ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ସରକାରଙ୍କ ତରଫରୁ ବାରମ୍ବାର ନିବେଦନ କରାଯାଉଛି। କିନ୍ତୁ ଲୋକେ କିଛି ସମୟର ଖୁସି ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି, ଆଉ ବିପଦକୁ ଡାକି ଆଣୁଛନ୍ତି।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ