ଦୀପାବଳି: ୨୦ ଓ ୨୧ ଦୁଇ ଦିନ ଛୁଟି

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ଏହି ଦିନ ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ ଅଫିସ ବନ୍ଦ ରହିବ । ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ । ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ। ୨୦ ତାରିଖରେ ନୂଆପଡ଼ାରେ ସରକାରୀ ଅଫିସ/ ମାଜିଷ୍ଟେରିଆଲ କୋର୍ଟ ଖୋଲା ରହିବ ।ତେବେ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟ ଦିବସଭାବେ ଘୋଷଣା କରାଯାଇଛି । ଚଳିତବର୍ଷ ଦୀପାବଳି ପାଇଁ ସରକାରୀ ଛୁଟିର ତାରିଖ ପରିବର୍ତ୍ତନ ସଂକ୍ରାନ୍ତରେ ଏକ ଫାଇଲ ରାଜସ୍ବ ବିଭାଗ ପକ୍ଷରୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ।। ସରକାରଙ୍କ ଅନୁମୋଦନ ପରେ ଦୀପାବଳି ଛୁଟି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଦୀପାବଳି ନେଇ ଚଳିତ ଥର ଦ୍ବନ୍ଦ୍ବ ଉପୁଜି ଥିଲା। କିଛି ଲୋକ ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ପାଇଁ ଚିନ୍ତା କରୁଛନ୍ତି। ଆଉ କିଛି ଅକ୍ଟୋବର ୨୧ରେ ଦୀପାବଳି ହେବ ବୋଲି କହୁଛନ୍ତି। ୨୦ ତାରିଖ ଦିନ ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଥିଲା।

  • Related Posts

    ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନଶ୍ୱେର : ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ।…

    Continue reading
    ଡିଜିପି ଚୟନ ବିବାଦ; ଆଜି ସୁପ୍ରିମକୋର୍ଟରେ ହେବନି ଶୁଣାଣି

    ଓଡ଼ିଶା ଡିଜିପି ଚୟନ ବିବାଦ ନେଇ ସୁପ୍ରିକୋର୍ଟରେ ଶୁଣାଣି ପ୍ରସଙ୍ଗ। ଆଜି ହେବନାହିଁ ସୁପ୍ରିମକୋର୍ଟରେ ଶୁଣାଣି। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଲାଗି ମାମଲା ତାଲିକାଭୁକ୍ତ କରାଯାଇନାହିଁ । ଡିଜିପି ଚୟନ ବିବାଦ ନେଇ ସୁପ୍ରିମକୋର୍ଟରେ ହୋଇଛି ଜନସ୍ବାର୍ଥ ମାମଲା। ପୋଲିସ୍ ଡିଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ