ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନକୁ ଏନକାଉଣ୍ଟର

ହାଟଡିହୀ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଏନକାଉଣ୍ଟର କରିଛି । ଗୁରୁତର ଅବସ୍ଥାରେ ଅର୍ଜୁନକୁ କଟକ ସ୍ଥାନାନ୍ତର କରାଯାଇଛି । ଅର୍ଜୁନଙ୍କ ନାମରେ ଓଡିଶା ସମେତ ବିହାର ଓ ଝାଡଖଣ୍ଡରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ନେଇ ସୂଚନା ରହିଛି ।

ଖବର ଅନୁସାରେ, ଅପରାଧୀ ଅର୍ଜୁନ ନନ୍ଦିପଦା ଥାନା ଛେନାପଦୀ ନିକଟ ଅସିଆ ଗାଁ ଠାରେ ପୋଲିସ ଉପରକୁ ଗୁଳି ମାରିବା ପରେ ପୋଲିସର ପାଲଟା ଗୁଳି ଅର୍ଜୁନଙ୍କ ଡାହାଣ ପାଖ ଗୋଡ଼ରେ ବାଜିଥିଲା। ଏହାପରେ ସଙ୍ଗେସଙ୍ଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଇ ଆଶୁ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଚଳିତ ବର୍ଷ ଗତ ସେପ୍ଟେମ୍ବର ମାସ ୨୭ ତାରିଖ ରେ ସୋସୋ ଥାନା ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି ଫୁଟାଇ ଲୁଟ କରାଯାଇଥିଲା। ସମ୍ପୃକ୍ତ ଘଟଣାରେ ମୁଖ୍ୟ ଆସାମୀ ଥିଲେ ଅର୍ଜୁନ ପ୍ରଧାନ। ଅଜୁର୍ନ ଯାଜପୁର ଜିଲା ଯଖପୁରା ଥାନା ଦଶମାଣିଆ ଗାଁର ବାସିନ୍ଦା । ତା ନାଁ ରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଥାନାରେ ମାମଲା ଥିବା ବେଳେ ପୋଲିସ ତାଙ୍କୁ ଖୋଜୁଥିଲା। ନନ୍ଦିପଦା ଥାନାଧିକାରୀ କହିଛନ୍ତି ଯେ ଏସପି ନୀତିନ କୁଶଲକର ଦାଗଡୁଙ୍କ ନିର୍ଦ୍ଦେଶ ଏବଂ ପରାମର୍ଶ କ୍ରମେ ଏହି ଅପରେସନ ହୋଇଥିଲା ।

ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ଏହି ଅପରେସନର ଦାୟିତ୍ୱ ନେଇଥିଲେ । ଚାରିପଟୁ ପୋଲିସ ଏବଂ ଫୋର୍ସ ଘେରାଉ କକରାଯାଇଥିବା ବେଳେ ଅପରାଧୀ ଗୋଟେ ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ତାଙ୍କ ବନ୍ଧୁକ ଆଉ ଗୁଳି ଫୁଟିନଥିଲା । ପୋଲିସ ମଧ୍ୟ ଗୋଟେ ରାଉଣ୍ଡ ଗୁଳି ଚଳାଇଥିଲା । ଗୁଳି ଅର୍ଜୁନଙ୍କ ଗୋଡ଼ରେ ବାଜିବା ପରେ ତାଙ୍କୁ କାବୁ କରାଯାଇଥିବା ଜଣାପଡିଛି ।

  • Related Posts

    ବାତ୍ୟା ଭୟ, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର

    ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକାଳେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତର ରୂପ ନେବ । ୨୬ ଅକ୍ଟୋବର…

    Continue reading
    ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

    ଉମରକୋଟ: ନବରଙ୍ଗପୁରଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା କେନାଲ ପାର୍ଶ୍ୱ ସଂରକ୍ଷିତ ଜଙ୍ଗଲରୁ ଜଣେଅଜଣାମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ତାଙ୍କର ବୟସ ୪୦ରୁ ୪୫ ଵୋଲି ଅନୁମାନ କରାଯାଉଛି। ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି