
ଦେବଗଡ଼ -ବିଳମ୍ବିତ ରାତିରେ ପ୍ରେମିକାର ଘର ବାରଣ୍ଡାରେ ପ୍ରେମିକକୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳିଦେଲେ ପ୍ରେମିକାଙ୍କ ପରିବାର । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ ପ୍ରେମିକ ବାବରାକୋଟ ଗାଁର ୨୮ ବର୍ଷିୟ ଯୁବକ ସିଲୁ ରାଏ । ସିଲୁ ନିୟମିତ ମଦ ପିଇ ପ୍ରେମିକାଙ୍କ ଘରେ ଉତ୍ପାତ କରୁଥିଲେ ଓ ପ୍ରେମିକାଙ୍କ ପରିବାରଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲେ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାଙ୍କ ପରିବାର ଲୋକ ପ୍ରଥମେ ସିଲୁକୁ ହତ୍ୟା କରି ପରେ ତା ଦେହରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ । ସ୍ଥାନୀୟ ଲୋକ ନିଆଁ ଦେଖି ଦମକଳ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ରିଆମାଳ ପୋଲିସ ପହଁଚି ପ୍ରେମିକା ଙ୍କ ପରିବାରର ୩ଜଣକୁ ଅଟକ ରଖିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।








