ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୩୮ ଦମ୍ପତ୍ତିଙ୍କ ସାମୂହିକ ବିବାହ

ଦେବଗଡ଼,୨୧.୦୪.୨୦୨୬: ଆଜି ଜିଲ୍ଲା ପ୍ରଶାସନ ଓ ମହିଳା ଶିଶୁ ବିକାଶ ପକ୍ଷରୁ ଇଣ୍ଡରଷ୍ଟାଡିୟମ୍ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ସାମୂହିକ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହ ମଣ୍ଡପରେ ୭୬ ଜଣ ବର ଓ କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହେଲେ । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାର ତିନି ବ୍ଲକରୁ ବିବାହ ରେ ୩୮ ଯୋଡ଼ିଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି।ଓଡ଼ିଆ ରୀତି ନୀତି ଅନୁଯାୟୀ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଦମ୍ପତି ମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବାରକୋଟ ବ୍ଲକ ରୁ ୧୧ ଯୋଡ଼ି , ତିଲେଇବଣି ବ୍ଲକ ରୁ ୧୯ ଯୋଡ଼ି, ରିଆମାଳ ବ୍ଲକ୍ ରୁ ୮ ଯୋଡ଼ି।ହିନ୍ଦୁ ରୀତି ନୀତି ନିୟମ ଅନୁସାରେ ବିବାହ କାର୍ଯ୍ୟ ଚନ୍ଦନ ନଗର ସମ୍ବଲପୁର ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମାନଙ୍କ ଦ୍ଵାରା ବିବାହ କାର୍ଯ୍ୟ ସମାପନ କରାଯାଇଥିଲା ।ହିନ୍ଦୁ ରୀତି ନୀତି ଅନୁଯାୟୀ ୩୪ ଟି ମଣ୍ଡପ ଓ ୪ ଟି ଖ୍ରୀଷ୍ଟିୟାନ୍ ଦମ୍ପତି ଙ୍କୁ ଚର୍ଚ୍ଚ ଫାଦର୍ ଙ୍କ ଦ୍ଵାରା ଖ୍ରୀଷ୍ଟିୟାନ୍ ରୀତି ନୀତି ନିୟମ ଅନୁସାରେ ବିବାହ ସମାପନ କରାଯାଇଥିଲା । ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଓ ବରେଣ୍ୟ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା,ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ବାରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ,ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ,ଜିଲ୍ଲାପରିଷଦ ସଦସ୍ୟା ଗୀତାଞ୍ଜଳି ପାଣି,ଜିଲ୍ଲା ସରପଞ୍ଚ ସଂଘ ର ସଭାପତି ସତ୍ୟନାରାୟଣ ପାଣି ପ୍ରମୁଖ ଯୋଗଦେଇ ନବ ଦମ୍ପତି ମାନଙ୍କୁ ବିବାହ ପଞ୍ଜିକରଣ ପତ୍ର ଓ ୪୫୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲ। କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରତୀ ପ୍ରଧାନ,ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝି,କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦ ରତିକାନ୍ତ ଶୁକ୍ଳା,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ,ଡେପୁଟି କଲେକ୍ଟର ଲକ୍ଷ୍ମଣ ଅମାତ,ଜିଲ୍ଳା ପର୍ଯଟନ ଅଧିକାରୀ ଅମିୟ କୁମାର ସେଠୀ,ଡେପୁଟି କଲେକ୍ଟର କଳିଙ୍ଗ ଆଶିଷ ଶତପଥି,ପ୍ରିୟା ତିର୍କି,ସୌମ୍ୟା ସୁଚିସ୍ମିତା, ସଭାପତି ବାର୍ ଆସୋସିଏସନ୍ ସଚ୍ଚିକାନ୍ତ ଦାସ, ସତ୍ୟନାରାୟଣ ପାଣି,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ,ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

  • Related Posts

    ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

    ଭୁବନେଶ୍ୱର,୨୧/୦୪/୨୦୨୬:ବର୍ତ୍ତମାନ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଥିବା ଭୌଗୋଳିକ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପୁନର୍ବାର ନିଶ୍ଚିତ କରିଛି ଯେ, ସାରା ଓଡ଼ିଶାରେ ଏଲପିଜି, ପେଟ୍ରୋଲ ଓ ଡିଜେଲର ଯୋଗାଣ ସ୍ୱାଭାବିକ ଓ ସ୍ଥିର ରହିଛି। ସମଗ୍ର…

    Continue reading
    ଜେଇଇ ମେନ୍ ୨୦୨୬ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୪୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

    ଭୁବନେଶ୍ୱର,୨୧/୦୪/୨୦୨୬: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ମେନ୍ ୨୦୨୬ (ସେସନ୍-୨) ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମୋଟ ୧୪୧ ଜଣ ଛାତ୍ରଛାତ୍ରୀ ଜେଇଇ (ଏଡଭାନ୍ସଡ୍)…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର