‘ଦେବଗଡ଼ ହ୍ୟାଣ୍ଡବଲ ପ୍ରିମିୟର ଲିଗ୍’ ଉଦଯାପିତ

ପୁରୁଷ ବିଭାଗରେ ମା ସମଲେଶ୍ଵରୀ ଲାୟନ୍ସ ଓ ମହିଳା ବିଭାଗରେ ଦନ୍ତାରୀବାହାଳ ସେରନୀ ଓ କଣ୍ଟଳ ସେରନୀ ଚାମ୍ପିଅନ

ଦେବଗଡ଼:ଦେବଗଡ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ ପକ୍ଷରୁ ବାରକୋଟ ବ୍ଲକ ଦନ୍ତାରିବାହାଳ ଗ୍ରାମରେ ଚାଲିଥିବା‌‘ଦେବଗଡ଼ ହ୍ୟାଣ୍ଡବଲ ପ୍ରିମିୟର ଲିଗ୍’ ଉଦ୍‌ଯାପିତ ହୋଇଯାଇଛି। ପୁରୁଷ ବିଭାଗ ଫାଇନାଲ ମ୍ୟାଚ କଣ୍ଢଳ ଷ୍ଟାରସ ଦଳ ସହିତ ମା ସମଲେଶ୍ବରୀ ଲାୟନ୍ସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ ମା ସମଲେଶ୍ଵରୀ ଲାୟନ୍ସ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ସେହିପରି ମହିଳା ବିଭାଗ ଫାଇନାଲ ମ୍ୟାଚରେ ଦନ୍ତାରୀବାହାଳ ସେରନୀ ଓ କଣ୍ଟଳ ସେରନୀ ଯୁଗ୍ମ ଚାମ୍ପିଅନ ହୋଇଥିଲା।ମ୍ୟାଚକୁ ମନୋଜ ଜେନା,ମନୋଜ ବେହେରା ପରିଚାଳନା କରିଥିବା ବେଳେ ରିତିକ ଅଧିକାରୀ, ଅଭି ବାରିକ ରେଫରୀ ଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷିକା ପଦ୍ମିନା ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି,କେନ୍ଦୁଝର ଜିଲ୍ଲାର ସାମାଜିକକର୍ମୀ ପ୍ରତାପ ମହାନ୍ତି, ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନର ସଭାପତି ବିପ୍ଳବ ଚୌଧୁରୀ, ରାଜ୍ୟ ଉପସଭାପତି ରିତିକ ଅଧିକାରୀ,ରାଜ୍ୟ ସମ୍ପାଦକ ମାନସ ସିଂ,ଦନ୍ତାରିବାହାଲ ସରପଞ୍ଚ ଝୁନୁ ବେହେରା,ସମିତିସଭ୍ୟା ମେଘମାଳା ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ମା ସମଲେଶ୍ଵରୀ ଲାୟନ୍ସ ଦଳର ଅନିକେଶ ସେଠ ପ୍ଲେୟାର ଅଫ ଦି ମ୍ୟାଚ,କଣ୍ଟଳ ସେରନୀ ଦଳର ପ୍ରତ୍ୟୁଷା ପଣ୍ଡା, ଦନ୍ତାରିବାହାଳ ସେରନୀ ଦଳର ତନ୍ମୟ ମୁଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା।ଶିକ୍ଷକ ଭୋଳେଶ୍ଵର ସାହୁ, ମହେଶ୍ଵର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଆୟୋଜକ କମିଟିର ସଭାପତି ଗୌତମ ଧଳ,ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବିନୋଦ ପାତ୍ର,ଦନ୍ତାରିବାହାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରମଣି ଜାମୁଡ଼ା,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୀନକେତନ ବେହେରା,ଅବସରପ୍ରାପ୍ତ ଶିକ୍ଷକ ମୋହନ ଚନ୍ଦ୍ର ବେହେରା, ଦୁର୍ଗାନନ୍ଦ ନାୟକ, ଦନ୍ତାରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଦୈତାରୀ ଚନ୍ଦ୍ର ସାହୁ, ହୃଦାନନ୍ଦ ନାୟକଙ୍କ ସମେତ କମିଟିର ସଦସ୍ୟ ଓ ଗ୍ରାମବାସୀ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ